ବିଜେପିର ଜିଲ୍ଲା ସଂପାଦିକା ସୁଜାତା ରାଉତଙ୍କୁ ଶୁଭେଚ୍ଛା
ଆସିକା (ୱାଇଏନ୍ଏସ୍) :ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଅନୁମୋଦନକ୍ରମେ ଭାରତୀୟ ଜନତା ପାର୍ଟିର ଆସିକା ସାଂଗଠନିକ ଜିଲ୍ଲା (ଘୁମୁସୁର)ର ଜିଲ୍ଲା ସଂପାଦିକା ରୂପେ ସୁସଂଗଠିକା ତଥା ଦଳର ଶୃଙ୍ଖଳିତ କର୍ମୀ ସୁଜାତା ରାଉତଙ୍କୁ ମନୋନୀତ କରାଯାଇଥିବାରୁ ବିଭିନ୍ନ ମହଲରେ ଖୁସିର ଲହରୀ ଖେଳିଯାଇଥିବା ଲକ୍ଷ୍ୟ କରାଯାଇଛି । ବିଜେପି ଆସିକା ସାଙ୍ଗଠନିକ ଜିଲ୍ଲା (ଘୁମୁସର)ର ସଂପାଦିକା ରୂପେ ମନୋନୀତ ହୋଇଥିବା ସୁସଂଗଠିକା ସୁଜାତା ରାଉତ ଏହି ନୂତନ ମନୋନୀତ ପାଇଁ ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିଜେପିର ରାଜ୍ୟ ସଭାପତି ମନମୋହନ ସାମଲ, ଆସିକା ସାଂସଦ ଅନିତା ଶୁଭଦର୍ଶିନୀ ପଟ୍ଟନାୟକ, ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀର ବରିଷ୍ଠ ବିଜେପି ନେତା ସୂର୍ଯ୍ୟନାରାୟଣ ଦାଶ, ଆସିକା ସାଙ୍ଗଠନିକ ଜିଲ୍ଲା (ଘୁମୁସର)ର ସଭାପତି ବିଜୟ କୁମାର ସ୍ୱାଇଁ, ବରିଷ୍ଠ ବିଜେପି ନେତା ନାରାୟଣ ବେହେରାଙ୍କ ସମେତ ସମସ୍ତ ଦଳୀୟ ନେତାଙ୍କୁ କୃତଜ୍ଞତା ଜ୍ଞାପନ କରିଥିବା ଜଣାପଡିଛି । ଭାରତୀୟ ଜନତା ପାର୍ଟି ଆସିକା ସାଙ୍ଗଠନିକ ଜିଲ୍ଲା (ଘୁମୁସର)ର ସଂପାଦିକା ରୂପେ ମନୋନୀତ ହୋଇଥିବା ସୁଜାତା ରାଉତଙ୍କୁ ବରିଷ୍ଠ ବିଜେପି ନେତା ଶ୍ରୀନିବାସ ଭଂଜ, ସୁଶାନ୍ତ କୁମାର ରାଉତ, ରାଘବ ସିୟ, ଦୁର୍ଯ୍ୟୋଧନ ଖଣ୍ଡୁଆଳ, ଶରତ ସ୍ୱାଇଁ, ସୁନିଲ୍ କୁମାର ରାଉତଙ୍କ ସମେତ ବହୁ ଦଳୀୟ ନେତା ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିବା ଲକ୍ଷ୍ୟ କରାଯାଇଛି ।


