ବିଜେପିର ରାଷ୍ଟ୍ରୀୟ ପରିଷଦ ସଭ୍ୟଙ୍କୁ ସମ୍ବର୍ଦ୍ଧନା
ନାଉଗାଁ,(ଓ୍ବାଇଏନଏସ): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ ଡେରିକି ଗ୍ରାମର ଉପେନ୍ଦ୍ରନାଥ ବିଶ୍ୱାଳ ବିଜେପିର ରାଷ୍ଟ୍ରୀୟ ପରିଷଦ ସଭ୍ୟ ଭାବେ ନିର୍ବାଚିତ ହୋଇଛନ୍ତି। ଏହି ପରିପେକ୍ଷୀରେ ବିଜେପିର ଅଲଣା ମଣ୍ଡଳ ପକ୍ଷରୁ ଶ୍ରୀ ବିଶ୍ୱାଳଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ବାହାଲିଆ ସାହିସ୍ଥିତ ଓଷାଦେବୀ ମଣ୍ଡପ ପରିସରରେ ମଣ୍ଡଳ ସଭାପତି ମନୋଜ ପରିଡାଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ପୂର୍ବତନ ମଣ୍ଡଳ ସଭାପତି ଦୁର୍ଗାପ୍ରସାଦ ଆଚାର୍ଯ୍ୟ, ଅଶୋକ ଆଚାର୍ଯ୍ୟ, ପ୍ରଶାନ୍ତ କୁମାର ମିଶ୍ର, ନଗେନ୍ଦ୍ର ମଲ୍ଲିକ, ଆଲୋକ ମହାନ୍ତି, କ୍ଷୀରୋଦ ସେଠୀ, ବୀରକିଶୋର ଶତପଥୀ, ରଂଜିତ ମଲ୍ଲିକ, ସଂଜୟ ମହାନ୍ତି, ଦେବଦର୍ଶୀ ରାୟଙ୍କ ସହିତ ଶତାଧିକ ଦଳୀୟ କର୍ମୀ ଯୋଗ ଦେଇ ରାଷ୍ଟ୍ରୀୟ ପରିଷଦ ସଭ୍ୟ ଶ୍ରୀ ବିଶ୍ୱାଳଙ୍କୁ ପୁଷ୍ପଗୁଛ,ଉତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ। ସୂଚନା ଥାଉକି ଶ୍ରୀ ବିଶ୍ୱାଳ ପୂର୍ବରୁ ଜଗତସିଂହପୁର ବିଜେପି ଜିଲ୍ଲା ସଭାପତି ଭାବେ ଦାୟିତ୍ୱ ତୁଲାଇ ଥିବା ବେଳେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭାବେ କାର୍ଯ୍ୟ ତୁଲାଇ ଆସୁଥିଲେ।