ପ୍ରଧାନଶିକ୍ଷକ ସୁଶାନ୍ତ କୁମାର ଧଳଙ୍କୁ ସମ୍ବର୍ଦ୍ଧନା

ହାଟଡିହି (ଓ୍ବାଇଏନଏସ):  କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ତେନ୍ତୁଲିପଦୀ ଠାରେ ଜନ୍ମ ଗ୍ରହଣ କରି ତେଲକୋଇ ବ୍ଳକ ଅନ୍ତର୍ଗତ ବିଞ୍ଜାବାହାଳି  ନୋଡାଲ ଉପ୍ରା.ବିଦ୍ୟାଳୟ ଓ ପରେ ବନ୍ଧ ଢିପସାହି ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବରେ କାର୍ଯ୍ୟକରି  ଅବସର ଗ୍ରହଣ କରିଥିବା ସୁଶାନ୍ତ କୁମାର ଧଳଙ୍କୁ ଶାସଙ୍ଗ ହାଇସ୍କୁଲ ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି।  ସେ ଦୀର୍ଘବର୍ଷ ଧରି ସେ ଅଞ୍ଚଳରେ କାର୍ଯ୍ୟ କରି ଜଣେ କର୍ମଠ ,ସମୟାନୁବର୍ତ୍ତୀ, ଛାତ୍ର ବତ୍ସଳ,ଆଦର୍ଶ ଶିକ୍ଷକ ଭାବେ ସୁନାମ ଅର୍ଜ୍ଜନ କରିପାରିଛନ୍ତି । ସେଥିପାଇଁ ଆଜି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଶାସଙ୍ଗର ସମସ୍ତ ଶିକ୍ଷକ ଓ କର୍ମଚାରୀମାନଙ୍କ ତରଫରୁ ଶ୍ରୀଯୁକ୍ତ ଧଳଙ୍କ ଦୀର୍ଘ ଓ ନୀରାମୟ ଅବସର ଜୀବନ କାମନା କରି ପୁଷ୍ପଗୁଛ ଓ ମାନପତ୍ର ସହ ଉତ୍ତରୀୟ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାଧାକୃଷ୍ଣ ପତି ପ୍ରାକ୍ତନ ପ୍ରଧାନଶିକ୍ଷକ ନବକିଶୋର ବିଶ୍ଵାଳ ଶିକ୍ଷକ ମାଧବାନନ୍ଦ ଜେନା, ଶିଶିର କୁମାର ବିଶ୍ୱାଳ, ଲକ୍ଷ୍ମୀକାନ୍ତ ମିଶ୍ର, ଶାନ୍ତନୁ କୁମାର ରାଉତ, ପ୍ରତୀପ କୁମାର ସ୍ୱାଇଁ, ସତ୍ୟବ୍ରତ ବିଶ୍ଵାଳ, ପର୍ଶୁରାମ ନାୟକ ପ୍ରମୁଖ ଯୋଗଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ