ପଦୋନ୍ନତି ପାଇଥିବା ସରକାରୀ ଓକିଲଙ୍କୁ ସମ୍ବର୍ଦ୍ଧନା
ଦିଗପହଣ୍ଡି, (ଅଳକ ନାଥ ମିଶ୍ର) ଦିଗପହଣ୍ଡି କୋର୍ଟରେ କାର୍ଯ୍ଯରତ ସରକାରୀ ଓକିଲ ତଥା କ୍ଯାଡର ଏପିପି ବିପ୍ଲବ କୁମାର ମୁଦୁଲିଙ୍କ ପଦୋନ୍ନତି ହେବା ସହ ତାଙ୍କୁ ଯାଜପୁର ଜିଲା କୋର୍ଟ କୁ ବଦଳି ପରିପ୍ରେକ୍ଷୀରେ ଏକ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଯାଇଛି।ଦିଗପହଣ୍ଡି କୋର୍ଟର ସରକାରୀ ଓକିଲ ନକୁଳ ପ୍ରଧାନଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମାଜିଷ୍ଟ୍ରେଟ ନିଳିମା ଷଡଙ୍ଗୀ ମୂଖ୍ଯଅତିଥି ଏବଂ ଖେମୁଣ୍ଡି ଓକିଲ ସଂଘର ପ୍ରାକ୍ତନ ସଭାପତି ହରପ୍ରସାଦ ରଥ ଓ ରସାନନ୍ଦ ରାଉତ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।ଏହି ଅବସରରେ ପଦୋର୍ଣତି ପାଇଥିବା ଅତିରିକ୍ତ ପିପି ବିପ୍ଲବ ରାଜ୍ୟ ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା ଦିଗରେ ଦକ୍ଷତା, କୋର୍ଟ କାର୍ଯ୍ୟ ପରିଚାଳନାରେ ସହଯୋଗ ଏବଂ ପ୍ରତିପକ୍ଷ ଆଇନଜୀବିଙ୍କ ସହ ସୁସମନ୍ୱୟ ରକ୍ଷା ପୂର୍ବକ ମେଳାପୀ ମନୋଭାବକୁ ଅତିଥି ବୃନ୍ଦ ପ୍ରଶଂସା କରିବା ସହ ତାଙ୍କର ଭବିଷ୍ୟତ ଚଲାପଥ ଅଧିକ କୁସୁମିତ ହେବା ନେଇ କାମନା କରିଥିଲେ।ସେହିଭଳି କ୍ଯାଡର ପିପି ତାଙ୍କ ଭାବବିହ୍ବଳ ବକ୍ତବ୍ୟରେ ଦିଗପହଣ୍ଡି ଜେଏମଏଫସି କୋର୍ଟ ତାଙ୍କର କ୍ଯାରିଅରର ପ୍ରଥମ କୋର୍ଟ ହୋଇଥିବାରୁ ସେ ଏଠାରୁ ବହୁତ କିଛି ଶିଖି ପାରିଥିବା ପ୍ରକାଶ କରି ଏହି ସ୍ଥାନ ସବୁବେଳେ ତାଙ୍କ ପାଇଁ ଅଭୁଲା ହୋଇ ରହିବ ବୋଲି କହିଥିଲେ।ଏଥିରେ ବିଚାର ବିଭାଗୀୟ ବରିଷ୍ଠ କର୍ମଚାରୀ ଶିବରାମ ସାହୁଙ୍କ ସମେତ ଅଞ୍ଜଳି ମହାରଣା, ସଂଗ୍ରାମ କେଶରୀ ପଣ୍ଡା, ଅଶ୍ବିନୀ କୁମାର ପଟ୍ଟନାୟକ, ପ୍ରଦୀପ କୁମାର ପୂରୋହିତ, ପପୁନ କୁମାର ମହାରଣା, କାଳିଆ ନାୟକ, ନିରଞ୍ଜନ ଶବର, ବିକ୍ରମ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିବା ବେଳେ ଶେଷରେ କ୍ଷୀପ୍ର ଲିପିକା ସସ୍ମିତା ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ।