ବିଦ୍ୟାଳୟର ମାଟ୍ରିକ ଟପର ଛାତ୍ରୀଙ୍କୁ  ସମ୍ବର୍ଦ୍ଧନା

ହାଟଡିହି (ବିକାଶ ବିଶ୍ବାଳ): ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଗେଡମା ହାଇସ୍କୁଲରେ ଟପର ହୋଇଥିବା  ଛାତ୍ରୀ ମାମାଲି ପ୍ରିୟ ଦର୍ଶନି ମହାନ୍ତିଙ୍କୁ ସ୍କୁଲ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଛି। ସହକାରୀ ଶିକ୍ଷକ ବିଷ୍ଣୁ ପ୍ରସାଦ ପାଢୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ସୁରେନ୍ଦ୍ର କୁମାର କାଣ୍ଡି, ସିଆରସିସି ସୁଶାନ୍ତ ନାୟକ, ଗ୍ରାମବାସୀ ପ୍ରଫୁଲ୍ଲ କୁମାର ପଲେଇ, ନୀତିଶ କୁମାର ଜେନା ପ୍ରମୁଖ ଯୋଗଦେଇ ମାମାଲି ପ୍ରିୟଦର୍ଶନି ଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ। ପଞ୍ଚାୟତର ଏକମାତ୍ର ଛାତ୍ରୀ ଭାବେ ୫୬୦ମାର୍କ ରଖି ଏ -୧ ରେ ସଫଳତା ହାସଲ କରି ପଞ୍ଚାୟତ ପାଇଁ ଗୌରବ ଆଣିଥିବାରୁ ସରପଞ୍ଚ ସିଲାରାଣି କାଣ୍ଡି ତାଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିଲେ। ସେ ନିୟମିତ ୬/୬ଘଣ୍ଟା ପାଠ ପଢାରେ ସମୟ ଦେଉଥିବା ବେଳେ ଭବିଷ୍ୟତରେ ଜଣେ ଆଇ ଏ ଏସ ହେବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ