ଛାତ୍ରୀଛାତ୍ରଙ୍କୁ ସମ୍ବର୍ଦ୍ଧନା

ଆରଡି,( ଆଲୋକ ଚନ୍ଦ୍ର ନାୟକ ) : ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅଧୀନ ଆଖଣ୍ଡଳମଣି ପୀଠ ଆରଡିର ଏକ ଘରୋଇ କଲ୍ୟାଣ ମଣ୍ଡପରେ ୬୦ ପ୍ରତିଶତରୁ ଅଧିକ ନମ୍ବର ରଖିଥିବା ଛାତ୍ରଛାତ୍ରୀଙ୍କୁ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ, ଓଡିଶା ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଫେଡେରେସନ ସମ୍ପାଦକ ବବ୍ରୁ ବାହନ ଭୋଇଙ୍କ ସଂଯୋଜନାରେ ଅନୁଷ୍ଠିତ ବୈଠକରେ ଫେଡେରେସନ ସଭାପତି ଗୌରାଙ୍ଗ ଚରଣ ମଲ୍ଲିକ ଉଦଘାଟକ ଭାବେ ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ଭାବେ ମଠଡିହ ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ହୃଷିକେଶ ନାୟକ, ସମ୍ମାନିତ ଅତିଥିଭାବେ ଲଚ୍ଛମନ ନାୟକ, ମଠଡିହ ନୋଡାଲ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ବନିତା ପୃଷ୍ଟି,ନାନ୍ଦପୁର ନୃସିଂହ ନାଥ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀଧର ବାରିକ, ଅବସରପ୍ରାପ୍ତ ଶିକ୍ଷକ ଚିତ୍ତ ରଂଜନ ମହାନ୍ତି ଯୋଗଦେଇ କୃତି ଛାତ୍ରୀଛାତ୍ରଙ୍କ ଉଜ୍ଜଳ ଭବିଷ୍ଯତ କାମନା କରିଥିଲେ । ବରିଷ୍ଠ ଶିକ୍ଷକ ମଙ୍ଗୁଳି ଚରଣ ସେଠୀ, ସୁବୋଧ ଖୁଣ୍ଟିଆ, ହିମାଂଶୁ ଶେଖର ସାହୁ, ପ୍ରଫୁଲ୍ଲ କୁମାର ଦାଶ, ଶିକ୍ଷୟିତ୍ରୀ ରାଜଶ୍ରୀ ବିଶ୍ବାଳ ପ୍ରମୁଖ ଉପସ୍ଥିତ ରହି ସହଯୋଗ ଯୋଗାଇ ଦେଇଥିଲେ । ଏହି ଅବସରରେ ମଠଡିହ, ଆଖଣ୍ଡଳମଣି, ନୃସିଂହନାଥ, ବିଏସଏସ ସ୍କୁଲର ୪୩ ଜଣ କୃତି ଛାତ୍ରଛାତ୍ରୀ ମାନଙ୍କୁ ପ୍ରମାଣପତ୍ର ସହ ପୁରସ୍କାର ପ୍ରଦାନ କରା ଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ