ହାଟଡିହି ବ୍ଲକର ଛାତ୍ରଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧନା

ହାଟଡିହି (ବିକାଶ ବିଶ୍ବାଳ): ଯାଜପୁର ସଂସ୍କୃତି ଭବନ ଠାରେ ମାଟ୍ରିକ ପରୀକ୍ଷାରେ ଏ-୧ରେ ସଫଳତା ହାସଲ କରିଥିବା ହାଟଡିହି ବ୍ଲକର ୧୩ଜଣ ଛାତ୍ରଛାତ୍ରୀଙ୍କୁ ସମ୍ବାଦ ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଏଥିଲାଗି ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ସମ୍ବାଦ ଗ୍ରୁପର ଅଧ୍ୟକ୍ଷ ସୌମ୍ୟ ରଞ୍ଜନ ପଟ୍ଟନାୟକ, ତନୟା ପଟ୍ଟନାୟକ ପ୍ରମୁଖ ଯୋଗଦେଇ କୃତ୍ତି ଛାତ୍ର ଛାତ୍ରୀ ମାନଙ୍କୁ ମାନପତ୍ର ଓ ମେଡାଲ ଦେଇ ସମ୍ବର୍ଦ୍ଧିତ କରିଥିବା ବେଳେ ସେମାନଙ୍କ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ମଧ୍ଯ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ। ସମ୍ବାଦର ଏଭଳି ପ୍ରୟାସକୁ ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ସ୍ବାଗତ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ