ଓ.ପି.ଏସ.ସି ରେ ସଫଳତା ଅର୍ଜନ କରିଥିବା ପ୍ରତିଭାଙ୍କୁ ସମ୍ବର୍ଦ୍ଧନା

ହାଟଡିହି (ଓ୍ବାଇଏନଏସ): ଓ.ପି.ଏସ.ସି ରେ ସଫଳତା ଅର୍ଜନ କରି ହାଟଡିହି ବ୍ଲକ ପାଇଁ ଗୌରବ ଆଣିଥିବା ପ୍ରତିଭା ଧାରୀଙ୍କୁ ସମ୍ବର୍ଦ୍ଧନା ଦିଆ ଯାଇଛି। ଆଜି ବ୍ଲକ ସ୍ତରୀୟ ସାହିତ୍ୟ ଘରର ବାର୍ଷିକ ଉତ୍ସବରେ ପ୍ରଫେସର ଡ. ଶକୁନ୍ତଳା ବଳିୟାର ସିଂ, ସାହିତ୍ୟ ଚର୍ଚ୍ଚାର ସମ୍ପାଦକ ନିହାର ଶତପଥି,ବଡ. ରାମଚନ୍ଦ୍ର ନାୟକ, ପ୍ରଶାନ୍ତ ଖଣ୍ଡାୟୀ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସୋମନାଥ ଦାସ, ସମାଜସେଵୀ ଆଲୋକ ସେଠୀ, ଶାସଙ୍ଗ ପଞ୍ଚାୟତ ସରପଞ୍ଚ ପ୍ରମୁଖ ଅତିଥି ଭାବେ ଯୋଗଦେଇ ନୂଆ ରମ୍ପାସର ବୀତିହୋତ୍ର ନାୟକ ଓ ଶାଳଣିଆଁ ର ଜଗନ୍ନାଥ ସାଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏପରି ସମ୍ବର୍ଦ୍ଧନା ଅନ୍ୟମାନଙ୍କୁ ନିଶ୍ଚିତ ଭାବେ ପ୍ରେରଣା ଯୋଗାଇବ ବୋଲି ସମ୍ବର୍ଦ୍ଧିତ ପ୍ରତିଭା ମାନେ ମତବ୍ୟକ୍ତ କରିଥିଲେ। ଏଥିରେ ସଭାପତି ଅନ୍ତର୍ଯ୍ୟାମୀ ରାଉତ, ସମ୍ପାଦକ ନିତ୍ୟାନନ୍ଦ ବେହେରା, ଆବାହାକ କିଶୋର ଆଚାର୍ଯ୍ୟ, ଶିଶୁ ସାହିତ୍ୟିକ ରତ୍ନାକର ଦାସ, ସହ ସମ୍ପାଦକ ନାରାୟଣ ସାହୁ, ବ୍ୟଙ୍ଗ କବି ସୁବାସ ପାତ୍ର, ସୁରେନ୍ଦ୍ର ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ