ଧାନ ମଣ୍ଡି ଖୋଲିବା, ସ୍ମାର୍ଟ ମିଟର ବ୍ୟବସ୍ଥା ରଦ୍ଦ ଓ ମନରେଗା ଆଇନ ପୁନ କାର୍ଯ୍ୟକାରୀ କରିବାକୁ କଂଗ୍ରେସର ଦାବି
ବାଲେଶ୍ୱର ତା ୧୦/୦୧.( ନି. ପ୍ର )
କେନ୍ଦ୍ର ଓ ଓଡିଶା ସରକାର ଜନ ବିରୋଧୀ ଆଇନ ପ୍ରଣୟନ କରି ତୁଚ୍ଛା ରେ ଆତ୍ମ ବଡ଼ିମା ଦେଖାଉଛନ୍ତି। ଆଜି ବାଲେଶ୍ଵର ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ରେ ଆୟୋଜିତ ଏକ ଖବର ଦାତା ସମ୍ମିଳନୀ ରେ ପି ସି ସି ମୁଖପାତ୍ର ରଜନୀ ମହାନ୍ତି ଏଭଳି ଗୁରୁତର ଅଭିଯୋଗ କରିବା ସହ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଚାଷୀ, ବିଦ୍ୟୁତ ଉପଭୋକ୍ତା ଓ ମନରେଗା ଯୋଜନା କୁ ପୂର୍ବ ଭଳି କାର୍ଯ୍ୟକାରୀ କରିବାକୁ ଦାବି କରିଛନ୍ତି.। ସରକାର ନିଜ ନୀତି ରେ ତୁରନ୍ତ ସଂଶୋଧନ ନ କଲେ ପ୍ରଦେଶ କଂଗ୍ରେସ ର ପରାମର୍ଶ କ୍ରମେ ପଂଚାୟତ ସ୍ତର ଠାରୁ ଆରମ୍ଭ କରି ବ୍ଲକ, ଜିଲ୍ଲା ଓ ରାଜ୍ୟ ସ୍ତର ରେ କଂଗ୍ରେସ ଦଳ ଓଡ଼ିଶବାସୀ ଙ୍କୁ ସଚେତନ କରି ଏକ ଜନ ଆନ୍ଦୋଳନ ସୃଷ୍ଟି କରିବାକୁ ନିଷ୍ପତ୍ତି ନେଇଛି। ତେଣୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ସୁଧୁରି ଯିବାକୁ ଶ୍ରୀ ମହାନ୍ତି ଚେତାବନୀ ଦେଇଛନ୍ତି। ଶ୍ରୀ ମହାନ୍ତି କହିଥିଲେ କି ନାଥୁରାମ ଙ୍କ ବଂଶଧର ମାନେ ମନରେଗା ଆଇନ ରୂ ମହାତ୍ମା ଗାନ୍ଧୀ ଙ୍କ ନାମ ହଟାଇ ସେମାନେ କେତେ ପରିମାଣ ରେ ଗାନ୍ଧୀ ଜୀ ଙ୍କ ନୀତି ଆଦର୍ଶ କୁ ଘୃଣା କରନ୍ତି ତାହା ପ୍ରମାଣିତ କରିଦେଇଛନ୍ତି। ୟୁ ପିଏ ସରକାର ଦେଶ ର ଅଣ କୁଶଳୀ ଶ୍ରମିକ ବିଶେଷ କରି ତଫସିଲ ଭୁକ୍ତ ଜାତି, ତଫସିଲ ଭୁକ୍ତ ଉପଜାତି ଓ ଓ ବି ସି ର ଗ୍ରାମୀଣ ଲୋକଙ୍କୁ ୩୬୫ ଦିନ ମଧ୍ୟରୁ ୧୦୦ଦିନ ନିଶ୍ଚିତ କର୍ମ ନିଯୁକ୍ତି ଦେବା ପାଇଁ ସ୍ୱତନ୍ତ୍ର ଆଇନ ପ୍ରଣୟନ କରି ଥିଲେ ନରେଗା ଆଇନ ର ନାମ ପରିବର୍ତ୍ତନ କରି ମନରେଗା ଆଇନ କରି ଶ୍ରମିକ ମାନଙ୍କ ରୋଜଗାର ଓ ବଂଚିବାର ଅଧିକାର ଦେଇଥିଲେ ଯାହା ସମ୍ବିଧାନ ର ଧାରା ୨୧ରେ ଉଲ୍ଲେଖ ରହିଛି ତାକୁ ସମ୍ମାନ ଜଣାଇଥିଲେ। ମାତ୍ର ମୋଦି ସରକାର ମନ ରେଗା ର ଆଇନ କୁ ପ୍ରତ୍ୟାହାର କରିନେଇ ଭି ଭି ରାମ ଜୀ ନାମରେ ଏକ ଯୋଜନା ପ୍ରଣୟନ କରି ଏଥିପାଇଁ ବଜେଟ ରେ ନିର୍ଦ୍ଦିଷ୍ଟ ପରିମାଣ ର ଅର୍ଥ ବ୍ୟୟ ବରାଦ କଲେ। ଯାହା ୟୁ ପି ଏ ସରକାର ଙ୍କ ଅମଳ ରେ ଆବଶ୍ୟକ ପଡିଲେ ଅଧିକ ଅର୍ଥ ଦେବାର ବ୍ୟବସ୍ଥା ସହ ଶ୍ରମିକ ଲଗାତାର ଭାବେ ପନ୍ଦର ଦିନ କାମ ନ ପାଇଲେ ମଧ୍ୟ ଅର୍ଥ ଦାବି କରିବାର ବ୍ୟବସ୍ଥା ଥିଲା। ଯାହା କୁ ମୋଦି ସରକାର ନୂତନ ଯୋଜନା ରୂ ବାଦ ଦେଇଛନ୍ତି. ଫଳରେ ଗରିବ ଶ୍ରମିକ ଟି ଆଉ କାମ ନ ପାଇଲେ ମଧ୍ୟ ପାରିଶ୍ରମିକ ଦାବି କରିପାରିବ ନାହିଁ। ତେଣୁ ଏହି ଯୋଜନା ‘ସବ କା ସାଥ ସବ କା ବିକାଶ ‘ନା ସବ କା ବିନାଶ ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଥିଲେ।ଏହା ସହ ପୂର୍ବ ର କଂଗ୍ରେସ ସରକାର ମନରେଗା ଯୋଜନା ରେ ୯୦ପ୍ରତିଶତ ଓ ରାଜ୍ୟ ସରକାର ଦଶ ପ୍ରତିଶତ ଅଂଶ ଧନ ଦେବାର ନିୟମ ଧାର୍ଯ୍ୟ କରିଥିବା ବେଳେ ଏବର ମୋଦି ସରକାର ୬୦ ଏବଂ ଚାଳିଶ ପ୍ରତିଶତ ଅଂଶ ଧନ ବ୍ୟବସ୍ଥ୍ୟ କରି ଓଡିଶା ଭଳି ଗରିବ ରାଜ୍ୟ ର ବଜେଟ ଉପରେ ଶକ୍ତ ପ୍ରହାର କରିଛନ୍ତି। ପଞ୍ଚାୟତ ରେ ପଲ୍ଲୀସଭା ମାଧ୍ୟମ ରେ ଲୋକଙ୍କ ବିକାଶ ଓ ଭିତ୍ତିଭୂମି ର ବିକାଶ ପାଇଁ ଆଲୋଚନା କରି ନିଷ୍ପତ୍ତି ବ୍ୟବସ୍ଥା ଥିଲା ବେଳେ ଭି ଭି ରାମ ଜୀ ଯୋଜନା ରେ ଦିଲ୍ଲୀ ରେ ବସି ପଲ୍ଲୀ ର ବିକାଶ ଯୋଜନା କରିବାକୁ ନିଷ୍ପତ୍ତି ନିଆଯାଇଛି. ଏହାର ଅର୍ଥ କେନ୍ଦ୍ର ସରକାର କ୍ଷମତା ବିକେନ୍ଦ୍ରି କରଣ ନ କରି କ୍ଷମତା କୁ ନିଜ ପାଖରେ ଠୁଳ କରିବାକୁ ଚାହୁଁଛନ୍ତି ବୋଲି ପ୍ରମାଣ କରିଛନ୍ତି। ସେହିପରି ଅଭାବୀ ଧାନ ବିକ୍ରି କୁ ରୋକିବାକୁ ନିର୍ବାଚନ ପୂର୍ବରୁ ରାଜ୍ୟ ବିଜେପି ନେତା ମାନେ ଚାଷୀଙ୍କୁ ପ୍ରତିଶ୍ରୁତି ଦେଇ ଥିଲା ବେଳେ ଏବେ ସୁଦ୍ଧା ବାଲେଶ୍ଵର ଜିଲ୍ଲା ରେ ମଣ୍ଡି ଖୋଲି ପାରିନାହିଁ ବୋଲି ଶ୍ରୀ ମହାନ୍ତି ଅଭିଯୋଗ କରିଛନ୍ତି। ମୋହନ ସରକାର ମିଲ ମାଲିକ ଙ୍କ ଉପରେ ଦୋଷ ଲଦି ଖସିଯିବାକୁ ଯୋଜନା କରିବା ସହ ମିଲର ମାନଙ୍କୁ ଆନ୍ଦୋଳନ କରିବାକୁ ପରାମର୍ଶ ଦେଇ ଚାଷୀଙ୍କ ଠାରୁ ଧାନ ନ କିଣିବା ପାଇଁ ଷଡ଼ଯନ୍ତ୍ର କରୁଛନ୍ତି। ଫଳରେ ଦଲାଲ ମାନଙ୍କୁ ଚାଷୀ ଅଳ୍ପ ଡରରେ ଧାନ ବିକିବାକୁ ବାଧ୍ୟ କରୁଛନ୍ତି। ଯୋଗାଣ ଓ ସଧାରଣ ବଣ୍ଟନ ବିଭାଗ ମନ୍ତ୍ରୀ ଓ ସମବାୟ ମନ୍ତ୍ରୀ ଙ୍କ ବିବୃତ୍ତି ରେ କୌଣସି ତାଳମେଳ ରହୁ ନ ଥିବା ବେଳେ ମୁଖ୍ୟମନ୍ତ୍ରୀ ନୀରବ ଦ୍ରଷ୍ଟା ସାଜିଛନ୍ତି। ଚାଷୀଙ୍କୁ ଜାଣି ଶୁଣି ହଇରାଣ କରାଯାଉଛି ଓ ମିଲର ଙ୍କୁ ସରକାର ସହଯୋଗ କରୁଛନ୍ତି। ଚାଷୀ ସରକାରଙ୍କ ଷଡ଼ଯନ୍ତ୍ର କୁ ବୁଝି ସାରିଲେଣି। ଏହା ବ୍ୟତୀତ ଟାଟା ପାୱାର ରାଜ୍ୟ ର ଏକ କୋଟି ବିଦ୍ୟୁତ ଉପଭୋକ୍ତା ଙ୍କୁ ଲୁଟିବା ପାଇଁ ଏବେ ଡିଜିଟାଲ ମିଟର ଚାରି ବର୍ଷ ପରେ ପରିବର୍ତ୍ତନ କରି ସ୍ମାର୍ଟ ମିଟର ଲଗାଇ ଅଦାନୀ ଗ୍ରୁପ କୁ ସାହାଯ୍ୟ କରିବାକୁ ଆଗଭର ହୋଇଛି। ବିଗତ ଚାରି ବର୍ଷ ମଧ୍ୟରେ ଟାଟା ପାୱାର ଏକ କୋଟି ଉପଭୋକ୍ତାଙ୍କ ଠାରୁ ଅଧିକ ୫, ୩୫୭ କୋଟି ଟଙ୍କା ବେଆଇନ ଭାବେ ଓ ରିଳାଏନ୍ସ ଏନର୍ଜି ଅଧିକ୧,୮୬୮କୋଟି ଟଙ୍କା ବେଆଇନ ଭାବେ ଆଦାୟ କରି ଉପୋଭୋକ୍ତା ଙ୍କୁ ଲୁଟ କରିସାରିଛନ୍ତି. ଏବେ ଅଦାନୀ ଗ୍ରୁପ ସ୍ମାର୍ଟ ମିଟର ଲଗାଇବ ଓ ରାଜ୍ୟ ସରକାର ସ୍ମାର୍ଟ ମିଟର ପାଇଁ ୪୩୫କୋଟି ଟଙ୍କା ଅଦାନୀ କୁ ଦେଇ କମିଶନି କାରବାର ପାଇଁ ଷଡଯନ୍ତ୍ର କରୁଛନ୍ତି ବୋଲି ଶ୍ରୀ ମହାନ୍ତି କହିବା ସହ ଓଡିଶା ରୂ ଉତ୍ପାଦିତ ବିଦ୍ୟୁତ ଶକ୍ତି ର ମାତ୍ର ଆଠ ପ୍ରତିଶତ ସାଧାରଣ ଉପଭୋକ୍ତା ଓ ଦୁଇ ପ୍ରତିଶତ ଚାଷୀ ବ୍ୟବହାର କରୁଛନ୍ତି ଅବ ଶିଷ୍ଟ ଶକ୍ତି କୁ ଶିଳ୍ପପତି ଙ୍କୁ ରିହାତି ଦର ରେ ବିକ୍ରି କରୁଛନ୍ତି। ପଞ୍ଜାବ ଝାରଖଣ୍ଡ ଓ ତେଲେଙ୍ଗାନା ସରକାର ଚାଷୀ ଙ୍କୁ ମାଗଣା ଶକ୍ତି ସରକାର ଦେଉଥିବା ବେଳେ ବିଜେପି ଦଳ ତିନିଶହ ୟୁନିଟ ମାଗଣା ବିଦ୍ୟୁତ ପ୍ରଦାନ ର ପ୍ରତିଶ୍ରୁତି ଗଲା କୁଆଡେ ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି। ଖବରଦାତା ସମ୍ମିଳନୀ ରେ ଜିଲ୍ଲା କଂଗ୍ରେସ ସଭାପତି ସତ୍ୟ ଶିବ ଦାସ, ସରୋଜ କୁମାର ଲେଙ୍କା, ଦେବଦତ୍ତ ଦାସ, ନିଶିତ୍ ବାରିକ,ତୁଷାରକାନ୍ତି ତପସୀ, ଆଶିଷ କୁମାର ପଟ୍ଟନାୟକ,ପ୍ରମୁଖ ଉପସ୍ଥିତ ରହି ଥିଲେ


