କଂଗ୍ରେସ ପକ୍ଷରୁ ମଶାଲ ଶୋଭାଯାତ୍ରା

ପାରଳାଖେମୁଣ୍ଡି (ଓ୍ବାଇଏନଏସ) :ଗଜପତି ଜିଲ୍ଲା କଂଗ୍ରେସ ଦଳ ତରଫରୁ ପାରଳାଖେମୁଣ୍ଡି ସହରରେ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି. ଏହି ଶୋଭାଯାତ୍ରାରେ ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇ କଂଗ୍ରେସ ତରଫରୁ କୁହାଯାଇଛିଯେ, ରାଜ୍ୟରେ ନାରୀ ନିର୍ଯାତନା , ଦୁଷ୍କର୍ମ, ଅତ୍ୟାଚାର ଆଦି ବଢ଼ିବାରେ ଲାଗିଛି। ବିଦ୍ୟାଳୟରେ ନାବାଳିକା ଧର୍ଷଣର ଶିକାର ହେଉଛନ୍ତି, ଅନେକ ବାଳିକା ଓ ମହିଳା ନିଖୋଜ ହୋଇଛନ୍ତି ଯାହାର ହିସାବ ମାଗୁଛି ରାଜ୍ୟ କଂଗ୍ରେସ। ରାଜ୍ୟ କଂଗ୍ରେସର ଆହ୍ବାନକ୍ରମେ ଜିଲ୍ଲା କଂଗ୍ରେସ ପକ୍ଷରୁ ଗଜପତି ଜିଲ୍ଲା କଂଗ୍ରେସ ସଭାପତି ତଥା ମୋହନା ବିଧାୟକ ଦାଶରଥି ଗମାଙ୍ଗଙ୍କ ନେତୃତ୍ବରେ ହାତରେ ମଶାଲ ଧରି ଶତାଧିକ ନେତା ଓ କର୍ମୀ ଶୋଭାଯାତ୍ରାରେ ପାରଳା ସହର ପରିକ୍ରମା କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସରକାର ମହିଳା ସୁରକ୍ଷା ପାଇଁ ଦୃଢ଼ ପଦକ୍ଷେପ ଗ୍ରହଣ କରନ୍ତୁ ଏବଂ ମହିଳା ନିର୍ଯ୍ୟାତନା ରୋକିବାକୁ ତତ୍ପର ହୁଅନ୍ତୁ। ନଚେତ୍ ଆଗାମୀ ଦିନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରି ପ୍ରତିବାଦ କରିବ କଂଗ୍ରେସ ବୋଲି ଚେତାବନୀ ଦେଇଛନ୍ତି ମୋହନା ବିଧାୟକ ଦାଶରଥି ଗମାଙ୍ଗ. ସେହିପରି ଗଜପତି ଜିଲ୍ଲାର ସମସ୍ତ 7 ଗୋଟି ବ୍ଲକ ଯଥା, ମୋହନା, ଆର. ଉଦୟଗିରି, ନୂଆଗଡ଼, ରାୟଗଡ, ଗୋଷଣୀ, କାଶୀନଗର ଓ ଗୁମ୍ମା ବ୍ଲକରେ ମଧ୍ୟ କଂଗ୍ରେସ ଦଳ ତରଫରୁ ଏହି ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ