ରମୁ ପାତ୍ରଙ୍କ କଂଗ୍ରେସରେ ଯୋଗଦାନ ପରେ କଂଗ୍ରେସ କର୍ମୀ ଉତ୍ସାହିତ
ନିମାପଡ଼ା,(ସନ୍ତୋଷ କୁମାର ଦାଶ): ଭୁବନେଶ୍ଵର କଂଗ୍ରେସ ଭବନ ଠାରେ ବୁଧବାର ଆୟୋଜିତ ଏକ ମହାମିଶ୍ରଣ ପର୍ବରେ ସତ୍ୟବ୍ରତ ପାତ୍ର( ରମୁ ) ବିଧିବଦ୍ଧ ଭାବେ ବିଜେଡ଼ି ରୁ ଇସ୍ତଫା ଦେଇ କଂଗ୍ରେସରେ ଯୋଗ ଦେଇଛନ୍ତି। ରମୁ ପାତ୍ର ବିଜେଡି ଛାଡ଼ି ତାଙ୍କର ହଜାର ହଜାର ସମର୍ଥକଙ୍କ ସହ କଂଗ୍ରେସରେ ସାମିଲ ହୋଇଛନ୍ତି। ସତ୍ୟବ୍ରତ ପାତ୍ରଙ୍କ କଂଗ୍ରେସରେ ଯୋଗଦାନ ପରେ ନିମାପଡ଼ା ନିର୍ବାଚନମଣ୍ଡଳୀ ରେ କଂଗ୍ରେସ ଦଳ ଓ ନେତା, କର୍ମୀ ମାନେ ଉତ୍ସାହିତ ହୋଇ ପଡ଼ିଛନ୍ତି।ଏବେ ନିମାପଡ଼ାରେ ଥିବା କଂଗ୍ରେସ କାର୍ଯ୍ୟାଳୟ ଚଳଚଞ୍ଚଳ ହୋଇ ପଡ଼ିଛି । ଗତ ସାଧାରଣ ନିର୍ବାଚନ ପରଠାରୁ ନିମାପଡ଼ାରେ କଂଗ୍ରେସ ଦଳ ଏକରକମ ମୁରବି ଶୂନ୍ୟ ହୋଇପଡ଼ିଥିଲା। ଏବେ ସତ୍ୟବ୍ରତ କଂଗ୍ରେସରେ ଯୋଗଦେବା ପରେ ନିମାପଡ଼ା ନିର୍ବାଚନମଣ୍ଡଳୀର ମଙ୍ଗ ଧରିବେ ବୋଲି ଶତାଧୂକ କଂଗ୍ରସ କର୍ମୀ ଆସ୍ଥା ପ୍ରକଟ କରିଛନ୍ତି। ସତ୍ୟବ୍ରତଙ୍କ ନେତୃତ୍ବରେ ନିମାପଡ଼ାରେ କଂଗ୍ରେସ ଦଳ ଅଧିକ ମଜଭୁତ ଓ ଶିକ୍ତିଶାଳୀ ହେବ ବୋଲି କଂଗ୍ରେସ ଏସ୍ସି ସେଲ୍ର ଅଧ୍ଯକ୍ଷ ଗୋବିନ୍ଦ ମଲ୍ଲିକ, ବ୍ଲକ ସଂଯୋଜକ ବାବୁଲି ବାରିକ, ବରିଷ୍ଠ କଂଗ୍ରେସ ନେତା ନରେନ୍ଦ୍ର ବେହେରା, ରଘୁ ବେହେରା,ପୂର୍ଣ୍ଣଚନ୍ଦ୍ର ମହାନ୍ତି, ନିଶିକାନ୍ତ ସ୍ୱାଇଁ ପ୍ରମୁଖ ଦୃଢୋକ୍ତି ପ୍ରକାଶ କରିଥିବାବେଳେ ସତ୍ୟବ୍ରତଙ୍କର ଏହା ଘରବାହୁଡ଼ା ବୋଲି କହିଛନ୍ତି । ସତ୍ୟବ୍ରତ ୨୦୦୯ ମସିହାରେ ନିମାପଡ଼ାରୁ କଂଗ୍ରେସର ବିଧାୟକ ପ୍ରାର୍ଥୀ ହୋଇ ଥିବାବେଳେ ପୂର୍ବରୁ କଂଗ୍ରେସ ଦଳର ପୁରୀ ଜିଲା ସଭାପତି ଭାବେ ନିଷ୍ଠାର ସହ କାର୍ଯ୍ୟ କରିଥିଲେ।ଶ୍ରୀ ପାତ୍ର କଂଗ୍ରେସ କୁ ଫେରି ଥିବାରୁ ଦଳୀୟ କର୍ମୀ ମାନଙ୍କ ମଧ୍ୟରେ ଆନନ୍ଦ ର ଲହରୀ ଖେଳି ଯାଇଛି।


