ମୁନିଗୁଡାରେ କଂଗ୍ରେସର ମିଶ୍ରଣ ପର୍ବ ଅନୁଷ୍ଠିତ
ମୁନିଗୁଡା (ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡାର ସ୍ଥାନୀୟ ଫୋରେଷ୍ଟ ବଙ୍ଗଳା ପରିସରରେ ମୁନିଗୁଡା ବ୍ଲକ କଂଗ୍ରେସ ତରଫରୁ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି,ବ୍ଲକ ସଭାପତି ନୀଳାମ୍ବର ବିଭାର ଓ ବିଧାୟକ ପ୍ରତିନିଧି ମାନସ ରଞ୍ଜନ ବେହେରାଙ୍କ ମିଳିତ ସଂଯୋଜନାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ମୁଖ୍ୟ ଅତିଥିଭାବେ ବିଧାୟକ ନୀଳମାଧଵ ହିକକା, ସାଂସଦ ପ୍ରତିନିଧି ରଜନୀକାନ୍ତ ପାଡାଲ,ମୁନିଗୁଡା ଗ୍ରାମ ପଞ୍ଚାୟତ ସରପଞ୍ଚ ସରସ୍ବତୀ ଶବର,ସମିତି ସଭ୍ୟା ମମତା ପ୍ରାସ୍କା ପ୍ରମୁଖଙ୍କ ସମେତ ଅନ୍ୟ ମାନେ ଉପସ୍ଥିତ ଥିଲେ,ଏହି ଅବସରରେ ମୁନିଗୁଡା ଓ ଶରଧାପୁର ପଞ୍ଚାୟତର ବିଭିନ୍ନ ଦଳର ପ୍ରାୟ ୪୦ ରୁ ଉର୍ଦ୍ଧ ଜଣ ପୁରୁଷ ଓ ମହିଳା ନେତା ଓ କର୍ମୀ ମାନେ କଂଗ୍ରେସରେ ଯୋଗଦାନ କରିଛନ୍ତି, ବିଶେଷ କରି ମୁନିଗୁଡାର ପୁରୋହିତ ଜଗବନ୍ଧୁ ପଣ୍ଡା,ଯୁବ ନେତା ଉତ୍ତମ ବେହେରା,ଦିଲୀପ ଭାତ୍ରା, ଡମ୍ବୁରୁ ଭାଟ୍ଟୀ,ଭଗବତୀ ବେହେରା,ସାଦନ ସାରକା,ବନମାଳୀ ମାଝୀ ଦୁର୍ଯ୍ୟୋ ସାରକା, ନର୍ମଦା ସ୍ୱାଇଁ, ରଜନୀ ଶବର,ଭାନୁ ସାହୁ, ରିତା ସାହୁ,ଲିଲି ସାହୁ ପ୍ରମୁଖଙ୍କ ସମେତ ପ୍ରାୟ ୨୫ ରୁ ଉର୍ଦ୍ଧ ସେହିପରି ଶରଧାପୁର ପଞ୍ଚାୟତର ଜଗନ୍ନାଥ ଜାକେଶିକା, ଲୋଚି ବେଡ଼ରେକା,ରାଜୁ ସୁନା, ଭରତ ଡଙ୍ଗରି,ମଧୁ ବଛା, ସନ୍ତୁ ବ୍ରେଡ଼େକା ପ୍ରମୁଖଙ୍କ ସମେତ ଅନ୍ୟ ମାନେ ଯୋଗଦାନ କରିଥିଲେ, ନୂତନ ସମସ୍ତ ନେତା ଓ କର୍ମୀ ମାନଙ୍କୁ ବିଧାୟକ ନୀଳମାଧଵ ହିକକାଙ୍କ ସମେତ ଅନ୍ୟ ଅତିଥି ମାନେ ପୁଷ୍ପଗୁଛ ଓ ଉତ୍ତରୀୟ ଦେଇ ସ୍ୱାଗତ କରିବା ସହ ଆଗାମୀ ଦିନରେ ସମସ୍ତେ ମିଳିମିଶି କାର୍ଯ୍ୟ କରି ଦଳକୁ ଆହୁରି ଅଧିକ ମଜବୁତ କରିବାକୁ ପରାମର୍ଶ ଦେବା ସହ ତୃଣମୂଳ ସ୍ଥରରୁ ଦଳ ଆହୁରି କିପରି କାର୍ଯ୍ୟ କରିବ ସେନେଇ ରୂପରେଖା ପ୍ରସ୍ତୁତ କରିବାକୁ ପଡିବ ବୋଲି କହିଥିଲେ,ପରେ କଂଗ୍ରେସ ରାଷ୍ଟ୍ରିୟ ଅଧକ୍ଷ ମାଲିକର୍ଜୁନ ଖଡଗେ,ରାହୁଲ ଗାନ୍ଧୀ, ସୋନିଆ ଗାନ୍ଧୀ ଓ ରାଜ୍ୟ ସଭାପତି ଭକ୍ତ ଚରଣ ଦାସଙ୍କ ବିକାଶ ଚିନ୍ତାଧାରା ଓ କାର୍ଯ୍ୟ ଶୈଳୀରେ ଅନୁପ୍ରାଣିତ ହୋଇ କଂଗ୍ରେସ ଦଳରେ ଯୋଗଦାନ କରିଛୁ ବୋଲି ସମସ୍ତ ଯୋଗଦାନ କରିଥିବା ନେତା ଓ କର୍ମୀ ମାନେ ପ୍ରକାଶ କରିଥିଲେ,ଅନ୍ୟ ମାନଙ୍କ ମଧ୍ୟରେ ଉକ୍ତ ମିଶ୍ରଣ ପର୍ବରେ କଂଗ୍ରେସର ଜିଲ୍ଲା ଅନୁସୂଚିତ ଜାତି ଅଧକ୍ଷ ରମେଶ ପାଲକା, ତେଲେଙ୍ଗାପଦର ସମିତି ସଭ୍ୟ ଅନଙ୍ଗ ନାଗ, ଯୁବ ନେତା ବାଦଲ ବେହେରା,ଲାଡି ଗୌରୀ, ରାକେଶ ବେହେରା ପ୍ରମୁଖଙ୍କ ସମେତ ଅନେକ ନେତା ଓ କର୍ମୀ ମାନେ ଉପସ୍ଥିତ ରହିଥିଲେ,


