କଂଗ୍ରେସ ତରଫରୁ ଝୁମ୍ପୁରାରେ ବନ୍ଦ

କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ):  ଛାତ୍ରୀ ସୈମ୍ୟାଶ୍ରୀ ଙ୍କ ମୃତ୍ୟୁ ପରେ ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡଛି ବୋଲି କଂଗ୍ରେସ ସମେତ ଅନ୍ୟାନ୍ୟ ୭ ଟି ବାମଦଳ ଗୁଡ଼ିକ ସକାଳ ୬ ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ଚକ ଅଖ ବନ୍ଦ ଡାକରା ଦେଇଛନ୍ତି। ଝୁମ୍ପୁରା ବ୍ଲକ ଯୁବ କଂଗ୍ରେସ କର୍ମୀ ସଚିଦାନନ୍ଦ ମିଶ୍ରଙ୍କ ପ୍ରତ୍ୟେକ ତ୍ବତ୍ତା ବଧାନରେ ବ୍ଲକ ର ୨୨ ଗୋଟି ପଞ୍ଚାୟତ ର କଂଗ୍ରେସ କର୍ମୀ ମାନେ ଯୋଗଦାନ କରି ବନ୍ଦ ପାଳନରେସହଯୋଗକରିଥିଲେକର୍ମୀ ମାନେ ସରକାରୀ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ଡାକଘର ବ୍ୟାଙ୍କ ଗୁଡ଼ିକ ବନ୍ଦ କରିଥିବା ଦେଖିବାକୁ ମିଳିଛି। ଯାତ୍ରୀବାହୀ ବସ ଗୁଡ଼ିକ ସଂପୂର୍ଣ୍ଣ ଭାବରେ ବନ୍ଦ ରହିବା ସହିତ ଅନ୍ୟାନ୍ୟ ଯାନ ଗୁଡିକ ମଧ୍ୟ ବନ୍ଦ ରହିଥିବା ଦେଖିବାକୁ ମିଳୁଛି। ଝୁମ୍ପୁରା ବଜାରର ଆଂଶିକ ଦୋକାନ ବନ୍ଦ ରହିଥିବା ଦେଖିବାକୁ ମିଳୁଛି। ବ୍ୟବସାୟ ସ୍ବାଭାବିକ ରହିଥିଲା ସେହିପରି ଉଖୁଣ୍ଡା,ବାଲିବନ୍ଧ, ଅର୍ଶଳା, ମାଲଦା,ନାରଦପୁର, ବଡପଶି,ବାରିଆ ରେ ରହିଥିବା ବ୍ୟବସାୟ ପ୍ରତିଷ୍ଠାନ ଗୁଡ଼ିକ ଆଂଶିକ ବନ୍ଦ ରହିଥିବା ଦେଖିବାକୁ ମିଳିଥିଲା। କଂଗ୍ରେସ କର୍ମୀ ମାନେ ଶାନ୍ତି ଶୃଙ୍ଖଳା ର ସହିତ ବନ୍ଦ ପାଳନ କରିଛନ୍ତି। ଝୁମ୍ପୁରା,ବାରିଆ ପୁଲିସ ତରଫରୁ ବଜାର ରେ ପାଟ୍ରୋଲିଂ କରୁଥିବା ଦେଖିବାକୁ ମିଳିଛି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ