ଜିଲ୍ଲା କଂଗ୍ରେସ ପକ୍ଷରୁ ସମ୍ବିଧାନ ଦିବସ ପାଳିତ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):କଜଳାସ୍ଥିତ ଜିଲ୍ଲା କଂଗ୍ରେସ ଭବନରେ ଅନୁଷ୍ଠିତ ସମ୍ବିଧାନ ଦିବସ ପାଳନ ଉତ୍ସବରେ ଜିଲ୍ଲା କଂଗ୍ରେସ ସଭାପତି ଡାକ୍ତର ଦେବସ୍ମିତା ଶର୍ମା ଅଧ୍ୟକ୍ଷତା କରିଥିଲେ। ବରିଷ୍ଠ କଂଗ୍ରେସ ନେତା ଫକୀର ଚରଣ ଖଟୁଆ ଭାରତ ବର୍ଷର ସମ୍ବିଧାନ ଦିବସ ବା ଜାତୀୟ ଆଇନ ଦିବସରେ କହିଥିଲେ ଯେ ୧୯୪୯ମସିହାର ଆଜିର ଦିନରେ ସମ୍ବିଧାନ କମିଟିରେ ପ୍ରସ୍ତୁତ ଚିଠାକୁ ସର୍ବସମ୍ମତକ୍ରମେ ଗ୍ରହଣ କରାଯାଇ ୧୯୫୦ ଜାନୁଆରୀମାସ ୨୬ତାରିଖରେ ଦେଶର ଜନସାଧାରଣଙ୍କର ସ୍ୱାର୍ଥରକ୍ଷା ଓ ସୁରକ୍ଷା ସମେତ ଦେଶର ବିକାଶ ପାଇଁ କାର୍ଯ୍ୟକାରୀ କରି ପବିତ୍ର ଗ୍ରନ୍ଥ ସମ୍ବିଧାନକୁ ସାର୍ବଜନୀନ କରାଯାଇଥିଲା। ଯେଉଁ ଦିନକୁ ଆମେ ସାଧାରଣତନ୍ତ୍ର ଦିବସ ରୂପେ ପାଳନ କରି ଆସୁଅଛୁ। ବିଭିନ୍ନ ରାଜନୈତିକ ଦଳ ନିଜର ସ୍ୱାର୍ଥ ସାଧନ ପାଇଁ ଓ କ୍ଷମତା ଦଖଲ କରିବା ପାଇଁ ବିଭିନ୍ନ ସମୟରେ ସମ୍ବିଧାନକୁ ସଂଶୋଧନ କରି କ୍ଷତବିକ୍ଷତ କରିବାକୁ ପଛାଉ ନାହାନ୍ତି। ଏପରିକି ନିର୍ବାଚନ ଆୟୋଗଙ୍କୁ ହାତ ବାରିସୀ କରି ନାଗରିକମାନଙ୍କୁ ଭୋଟଦାନରୁ ବଞ୍ଚିତ କରାଉଛନ୍ତି। ଏହା ଉପରେ ସର୍ବୋଚ୍ଚ ନ୍ୟାୟାଳୟ ଦେଇଥିବା ମନ୍ତବ୍ୟ ପ୍ରଣିଧାନ ଯୋଗ୍ୟ । ଏହାର ପ୍ରତିବାଦ କରି ନିଜର ନାର୍ଯ୍ୟ ଦାବିକୁ ହାସଲ କରିବା ଦେଶର ସାଧାରଣ ନାଗରିକ ସଜାଗ ରହିବାକୁ ଆହ୍ୱାନ ଦେଇଥିଲେ। ଏହି ଅବସରରେ ରତିକାନ୍ତ କାନୁନଗୋ, ଅଶୋକ ପ୍ରତିହାରୀ, ମହମ୍ମଦ ଆକବର ଅଲ୍ଲୀ, ଭାଗିରଥୀ ଜେନା, ବାବୁରାମ ଜେନା, ବିଧୁଭୂଷଣ ମହାପାତ୍ର, ରବିନାରାୟଣ ବେହେରା, ରାଜକିଶୋର ମିଶ୍ର, ଅନାଦି ଚରନ ସାହୁ, ହିମାଂଶୁ ନନ୍ଦ, ଉମେଶ ପାଢୀ ପ୍ରମୁଖ ଉପସ୍ଥିତ ଥିଲେ। କ୍ଷୀରୋଦ ଚନ୍ଦ୍ର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ