ଠିକାଦାର ସଙ୍ଘର ଲେସରେ କାମକୁ ବିରୋଧ

କାକଟପୁର /ଅସ୍ତରଙ୍ଗ(ଶୁଭାଶିଷ ଖଣ୍ଡୁଆଳ ) :-ପୁରୀ ଜିଲ୍ଲା କାକଟପୁର ନିର୍ବାଚନ ମଣ୍ଡଳୀ ଠିକାଦାର ମହାସଙ୍ଘ ତରଫରୁ କୁତ୍ତାମଚଣ୍ଡୀ ଠାରେ ଠିକାଦାର ସଙ୍ଘର ରବିବାର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ସର୍ବ ପ୍ରଥମେ ସମସ୍ତ ଠିକାଦାର ଙ୍କ ଦୁରାବସ୍ତା ସମ୍ପର୍କରେ ସବିସ୍ତୁତ ଆଲୋଚନା କରାଯାଇଥିଲା। ବିଶେଷ କରି କାମରେ ଲେସ ପ୍ରତିଶତ କମ୍ ରେ କାମକୁ ସମସ୍ତେ ବିରୋଧ କରିଥିଲେ। ସର୍ବ ସଂମ୍ମତି କ୍ରମେ ନିଷ୍ପତି ହେଲା, ଲେସ ପ୍ରତିଶତ କମ୍ ରେ କେହି କାମ କରିବେନି। ଯଦି ବା କାମ କରନ୍ତି ତା ହେଲେ ତାହାର ତୀବ୍ର ବିରୋଧ କରାଯିବ। ଦରକାର ପଡିଲେ ସଙ୍ଘ ତରଫରୁ ଭିଜିଲାନ୍ସ ବିଭାଗ କୁ ଅଭିଯୋଗ କରାଯିବ। ଏହା ସହ ମାସ କୁ ଥରେ ବୈଠକ କରିବା ଓ ଏହି ବୈଠକ ରେ କାମକୁ ପୁଙ୍ଖାନୁପୁଙ୍ଖ କରାଯାଇ ପ୍ରସ୍ତାବ ଗୃହୀତ କରାଗଲା। ବୈଠକ ରେ ବରିଷ୍ଠ ତଥା ପୁରୀ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ପରିଡା, ଜିଲ୍ଲା ସଂଯୋଜକ ତଥା ଓଡିଶା ଠିକାଦାର ମହାସଂଘ ସଦସ୍ୟ ଶ୍ରୀଯୁକ୍ତ ସୁବାଷ ମହାନ୍ତି, ଅନିରୁଦ୍ଧ ବାରିକ, କାକଟପୁର ନିର୍ବାଚନ ମଣ୍ଡଳୀ ଠିକାଦାର ମହାସଂଘ ସଭାପତି ଚକ୍ରଧର ସ୍ୱାଇଁ, ଉପସଭାପତି ବସନ୍ତ କୁମାର ରାଉତ, ସରକାରୀ ପରାମର୍ଶ ଦାତା ସ୍ବାଧୀନ କୁମାର ପ୍ରଧାନ, ଜେନେରାଲ ସେକ୍ରେଟାରୀ ରଞ୍ଜନ କୁମାର ସେନାପତି, କୋଷାଧକ୍ଷ ଚକ୍ରଧର ପରିଡା ସମେତ କାକଟପୁର ନିର୍ବାଚନ ମଣ୍ଡଳୀ ଅଧୀନ ୫୦ରୁ ଉର୍ଦ୍ଧ ଠିକାଦାର ଯୋଗଦେଇ ସଂଗଠନ କୁ ସୁଦୃଢ କରିବା ପାଈଁ ପ୍ରତିଜ୍ଞା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ