ମଧ୍ୟାନ୍ନ ଭୋଜନରେ ଅନିୟମିତତା କୁ ନେଇ ବଢୁଛି ବିବାଦ, ଥାନାରେ ଅଭିଯୋଗ

ହାଟଡିହି (ଓ୍ବାଇଏନଏସ): ମଧ୍ୟାନ୍ନ ଭୋଜନରେ ଅନିୟମିତତା କୁ ନେଇ ଆଡହୁରିଆ ଯଶୋବନ୍ତପୁର ସ୍କୁଲରେ  ବିବାଦ ଦିନକୁ ଦିନ ବଢ଼ିବାରେ ଲାଗିଛି। ଯାହାକୁ ନେଇ ଆଡହୁରିଆ ଯଶୋବନ୍ତପୁର ଗ୍ରାମର ତିନି ତିନି ଜଣ ବ୍ୟକ୍ତି ଥାନାରେ ଅଭିଯୋଗ କରିଛନ୍ତି। ଏହି ବିବାଦ ଏବେ ଦୁଇ ଗାଁ ଭିତରେ ବିବାଦ ସୃଷ୍ଟି କରୁଥିବାରୁ ଏହା ଆଗକୁ ଉଗ୍ର ରୂପ ନେବାର ଆଶଙ୍କା ଉପୁଜୁଛି। ଅଭିଯୋଗ ଅନୁଯାଇ ବିଦ୍ୟାଳୟକୁ ଆସିଥିବା ୪ବସ୍ତା ମାଧ୍ୟାନ୍ନ ଭୋଜନ ଚାଉଳ  ପ୍ରଧାନ ଶିକ୍ଷୟିତ୍ରୀ ତାଙ୍କ ଘରେ ଓଲ୍ହାଇ ଦେଇଥିଲେ। ୮ଦିନ ପରେ ସ୍କୁଲ କମିଟିର ସଭାପତି ଏହା ଜାଣିବା ପରେ ପ୍ରଧାନଶିକ୍ଷୟତ୍ରୀ ଙ୍କୁ ପଚାରିବା ସହିତ ପରିଚାଳନା କମିଟି ବୈଠକ ଡାକିଥିଲେ। ବୈଠକ ଚାଲିଥିବା ସମୟରେ ଛାତ୍ରଛାତ୍ରୀ ମାନଙ୍କୁ ଉପଯୁକ୍ତ ମାନର ଖାଦ୍ୟ ଦିଆ ଯାଉନଥିବା ଅଭିଯୋଗ ଆସିଥିଲା। ଏହି ସମୟରେ ପ୍ରଧାନଶିକ୍ଷୟତ୍ରୀ ତାଙ୍କ ଘରେ ରଖିଥିବା ଚାଉଳରୁ ଦୁଇ ବସ୍ତା ଚାଉଳ ମଗାଇ ଦେଇଥିଲେ।  ଏହାକୁ ନେଇ କମିଟି ସଦସ୍ୟ ମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ପରବର୍ତ୍ତୀ ସମୟରେ ପ୍ରଧାନଶିକ୍ଷୟତ୍ରୀଙ୍କ ସ୍ୱାମୀ ସ୍କୁଲ ନିକଟରେ ପହଞ୍ଚି ସ୍କୁଲ ପରିଚାଳନା କମିଟିର ସଦସ୍ୟ ମାନଙ୍କୁ ଧମକ ଚମକ ଦେବାରୁ ବିବାଦ ବଢିଥିଲା। ଦୁଇଦିନ ତଳେ ଆଡହୁରିଆ ଯଶୋବନ୍ତପୁର ଗ୍ରାମର କିଛି ଯୁବକଙ୍କୁ ଗାଳିଗୁଲଜ କରିବା, ଧମକ ଚମକ ଦେବାରୁ ବିବାଦ ଉଗ୍ରରୂପ ନେଉଛି। ଦୁର୍ବ୍ୟବହାର ର ଶିକାର ହୋଇଥିବା ଯୁବକ ମାନେ ଏ ସମ୍ପର୍କରେ ଆନନ୍ଦପୁର ଥାନାରେ ଅଭିଯୋଗ କରିଛନ୍ତି। ଅନ୍ୟ ପକ୍ଷରେ ତାଙ୍କ ବିରୁଦ୍ଧରେ ମିଥ୍ୟା ଅଭିଯୋଗ କରାଯାଉଥିବା ପ୍ରଧାନଶିକ୍ଷୟତ୍ରୀ କହିଛନ୍ତି। ସେ ଯାହାବି ହେଉ ପୋଲିସ ତୁରନ୍ତ ହସ୍ତକ୍ଷେପ କରି ପଦକ୍ଷେପ ନେବାକୁ ଦାବି ହେଉଛି। ଏ ସମ୍ପର୍କରେ ବିଇଓ ରାଜୀବ ଦଳେଇ ଙ୍କୁ ପଚାରିବାରେ ଗ୍ରାମବାସୀ କିମ୍ବା ଅଭିଭାବକ ଙ୍କ ଠାରୁ କୌଣସି ଅଭିଯୋଗ ପାଇନି,  ସାମାଜିକ ଗଣମାଧ୍ୟମରୁ ମୁ ଏବାବଦରେ ଜାଣିବାକୁ ପାଇଛି ଓ ଏହାର ତଦନ୍ତ କରାଯିବ ବୋଲି ସେ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ