୬ ବର୍ଷୀୟ ଶିଶୁକନ୍ୟାକୁ ଅପହରଣ ଓ ଦୁଷ୍କର୍ମ ଉଦ୍ୟମ ମାମଲାରେ ଦୋଷୀକୁ ୫ ବର୍ଷର ସଶ୍ରମ କାରାଦଣ୍ଡ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):  ୬ ବର୍ଷୀୟ ଶିଶୁକୁ ଅପହରଣ ସହ ଦୁଷ୍କର୍ମ ପ୍ରଚେଷ୍ଟା ମାମଲାରେ ଗଜପତି ଜିଲ୍ଲା ମାନ୍ୟବର ଅତିରିକ୍ତ ଜିଲ୍ଲା ସେସନ ଜଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା ୧୦ରେ ପାରଳାଖେମୁଣ୍ଡିସ୍ଥିତ କୁମ୍ଭାର ସାହିର ଅଭିଯୁକ୍ତ ବାଇନାପଲ୍ଲୀ ଚନ୍ଦ୍ରଶେଖର ଓରଫ ଶେଖର (୫୫ବର୍ଷ) ଙ୍କୁ ଦୋଷୀ ସାବ୍ୟସ୍ତ କରି ୫ବର୍ଷର ସଶ୍ରମ କାରାଦଣ୍ଡ ସହ ୫ହଜାର ଟଙ୍କା ଜୋରିମାନାର ସଜା ଶୁଣାଇଛନ୍ତି ତଥା ଜୋରିମାନା ଅନାଦେୟ ଆହୁରି ତିନି ମାସ ସଶ୍ରମ ଜେଲଦଣ୍ଡ ଭୋଗ କରିବାକୁ ପଡିବ ବୋଲି ମାନ୍ୟବର ନ୍ୟାୟାଧୀଶ ନିଜର ରାୟରେ ଉଲ୍ଲେଖ କରିଛନ୍ତି। ସେହିପରି ନିର୍ବସ୍ତ୍ର ପାଇଁ ଉଦ୍ଦିଷ୍ଟ ଭାରତୀୟ ନ୍ୟାୟ ସଂହିତାର ଧାରା ୭୬ରେ ଉକ୍ତ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ୩ବର୍ଷ ସଶ୍ରମ କାରାଦଣ୍ଡ ଓ ୧ହଜାର ଟଙ୍କା ଜୋରିମାନାର ସଜା ଶୁଣାଇଥିବା ବେଳେ ଅସଦାଚରଣ ପାଇଁ ଉଦ୍ଦିଷ୍ଟ ଧାରା ୭୫ରେ ଏକ ବର୍ଷ ସଶ୍ରମ କାରାଦଣ୍ଡ ଓ ଅପହରଣ ପାଇଁ ରହିଥିବା ଧାରା ୧୩୭(୨)ରେ ଉକ୍ତ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ୧ବର୍ଷର ସଶ୍ରମ କାରାଦଣ୍ଡ ସହ ୫ହଜାର ଟଙ୍କା ଜୋରିମାନା ସଜା ଶୁଣାଇଛନ୍ତି ତଥା ଜୋରିମାନା ଅନାଦେୟ ଆହୁରି ତିନି ମାସ ସଶ୍ରମ ଜେଲଦଣ୍ଡ ଭୋଗ କରିବାକୁ ପଡିବ ବୋଲି ମାନ୍ୟବର ନ୍ୟାୟାଧୀଶ ନିଜର ରାୟରେ ଉଲ୍ଲେଖ କରିଛନ୍ତି। ସେହିପରି ବିଚାରପତି ନିଜ ରାୟରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ପିଡ଼ିତାଙ୍କୁ କ୍ଷତିପୂରଣ ବାବଦକୁ ପଚାଶ ହଜାର ଟଙ୍କା ପ୍ରଦାନ କରିବା ନିମନ୍ତେ ନିର୍ଦ୍ଦେଶ ଜାରି କରିଛନ୍ତି। ସରକାରଙ୍କ ପକ୍ଷରୁ ସ୍ପେଶାଲ ପବ୍ଲିକ ପ୍ରସିକ୍ୟୁଟର ଏମ୍ ପୃଥ୍ୱୀରାଜ ଏହି ମାମଲାର ସଫଳ ପରିଚାଳନା କରିଥିବାବେଳେ ଏପିପି ୱାଇ. ଶିବକୁମାର ତାଙ୍କୁ ସହଯୋଗ କରିଥିବାର ଖବର ଭାରପ୍ରାପ୍ତ କ୍ୟାଡ଼ର ପବ୍ଲିକ ପ୍ରସିକ୍ୟୁଟର ରାଜେଶ କୁମାର ମିଶ୍ର ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ