ଚୁଲିରୁ ନିଆଁଲାଗି ଗୁରୁତର ପାଚିକାଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ
ହାଟଡିହି (ଓ୍ବାଇଏନଏସ): ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି ସମୟରେ ଚୁଲିରୁ ନିଆଁଲାଗି ଗୁରୁତର ହୋଇଥିବା ପାଚିକା ତଅପୋଇ ପ୍ରଧାନଙ୍କ ଚିକିତ୍ସାଧିନ ଅବସ୍ଥାରେ ଆଜି କଟକ ବଡ ମେଡିକାଲରେ ବୁଧବାର ମୃତ୍ୟୁ ଘଟିଛି। ତଅପୋଇ , ଆନନ୍ଦପୁର ବ୍ଲକ ହାତୀବନ୍ଧା ସରକାରୀ ପ୍ରାଥମିକ ବିଦ୍ୟାଳୟ ଠାରେ ପାଚିକା ଭାବେ କାମ କରୁଥିଲେ । ଗତ ନଭେମ୍ବର ୨୭ ତାରିଖରେ ସ୍କୁଲଠାରେ ପିଲାମାନଙ୍କପାଇଁ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି କରୁଥିବା ସମୟରେ ଅସାବଧାନତା କାରଣରୁ ଚୁଲିନିଆଁରେ ପୋଡିହୋଇ ଗୁରୁତର ହୋଇଥଲେ। ପ୍ରଥମେ ତାଙ୍କୁ ଆନନ୍ଦପୁର ଡାକ୍ତରଖାନା ଓ ପରେ କଟକ ସ୍ଥାନାନ୍ତର କରାଯାଇଥିଲା। କଟକ ବଡ ଡାକ୍ତରଖାନାଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ତଅପୋଇଙ୍କ ମୃତ୍ୟୁ ଖବର ପରେ ହାତୀବନ୍ଧା ଗାଁରେ ଶୋକର ଛାୟା ଖେଳିଯାଇଛି।


