ସମବାୟ ଚିନିଶିଳ୍ପ ଶ୍ରମିକ ସଂଘର ଗଣଧାରଣା ସ୍ଥଗିତ
ଆସିକା ତା ୨୪/୦୩ (ୱାଇଏନ୍ଏସ୍) ଆସିକା ସମବାୟ ଚିନିଶିଳ୍ପରେ କାର୍ଯ୍ୟରତ ଥିବା ଏନ୍ଏମ୍ଆର୍ କର୍ମଚାରୀମାନେ ସେମାନଙ୍କର ଦୀର୍ଘ ଦିନର ୩ ଦଫା ନ୍ୟାୟୋଚିତ ଦାବୀ ପୂରଣ ଲାଗି ମୁଖ୍ୟ ଫାଟକ ସମ୍ମୁଖରେ ଚଳାଇଥିବା ଶାନ୍ତିପୂର୍ଣ୍ଣ ଗଣଧାରଣାକୁ ସ୍ଥଗିତ ରଖିଥିବା ଜଣାପଡିଛି । ଏ ସଂପର୍କରେ ମିଳିଥିବା ସୂଚନା ଅନୁଯାୟୀ ଏଆଇଟିୟୁସି ଅନୁବନ୍ଧିତ ଆସିକା ସମବାୟ ଚିନିଶିଳ୍ପ କର୍ମଚାରୀ ସଂଘର ପ୍ରାୟ ଶତାଧୀକ ଏନ୍ଏମ୍ଆର୍ ଶ୍ରମିକ ତଥା କର୍ମଚାରୀଙ୍କ ବକେୟା ଥିବା ୪ ବର୍ଷର ପ୍ରୋତ୍ସାହନ ରାଶି ପ୍ରଦାନ ଏବଂ ଏନ୍ଏମ୍ଆର୍ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ଓ ପଦୋନ୍ନତି ଦାବୀରେ ମୁଖ୍ୟ ଫାଟକ ସମ୍ମୁଖରେ ପୂର୍ବାହ୍ନରୁ ଅପରାହ୍ନ ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ଭାବେ ଗଣଧାରଣାରେ ସାମିଲ୍ ହୋଇଥିଲେ । ଆସିକା ସମବାୟ ଚିନିଶିଳ୍ପ ଏନ୍ଏମ୍ଆର୍ କର୍ମଚାରୀମାନେ ସେମାନଙ୍କର ଦୀର୍ଘ ଦିନର ୩ ଦଫା ନ୍ୟାୟୋଚିତ ଦାବୀ ପୂରଣ ଲାଗି ଶାନ୍ତିପୂର୍ଣ୍ଣ ଭାବେ ଗଣଧାରଣାରେ ସାମିଲ୍ ହୋଇଥିଲା ବେଳେ ସଂଘର ଉପସଭାପତି ପ୍ରଦୀପ ସେଠୀ,ଉପଦେଷ୍ଟା ବିଦେଶୀ ନାହାକ, ଶ୍ରମିକ ନେତା ଅଳକା ମିଶ୍ର, ସନ୍ୟାସୀ ନାହାକ, ଶିବରାମ ରାଉଳ, କୈଳାଶ ଚନ୍ଦ୍ର ପଟ୍ଟନାୟକଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ଉଦ୍ବୋଧନ ଦେଇ ଏନ୍ଏମ୍ଆର୍ ଅସ୍ଥାୟୀ କର୍ମଚାରୀମାନଙ୍କ ନ୍ୟାୟୋଚିତ ଦାବୀ ପୂରଣ ଦିଗରେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଟାଳଟୁଳ ନୀତିକୁ ନେଇ ତୀବ୍ର ସମାଲୋଚନା କରିଥିଲେ । ଆସିକା ସମବାୟ ଚିନିଶିଳ୍ପ ଶ୍ରମିକ ସଂଘର ଦୀର୍ଘ ଦିନର ୩ ଦଫା ନ୍ୟାୟୋଚିତ ଦାବୀ ପୂରଣ ଲାଗି ତ୍ରିପାକ୍ଷିକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲେ ମଧ୍ୟ ତାହା କାର୍ଯ୍ୟକାରୀରେ ବିଳମ୍ବ ଯୋଗୁଁ ସଂଘର ସଦସ୍ୟମାନଙ୍କ ମହଲରେ ତୀବ୍ର ଅସନ୍ତୋଷ ଓ ପ୍ରତିକ୍ରିୟା ପ୍ରକାଶ ପାଇଆସୁଥିଲା । ୩ ଦଫା ଦାବୀ ପୂରଣ ସଂକ୍ରାନ୍ତରେ କୌଣସି ସୁଫଳ ନମିଳିବାରୁ ପୂର୍ବ ନିଷ୍ପତି ଅନୁଯାୟୀ ଏନ୍ଏମ୍ଆର୍ ଅସ୍ଥାୟୀ କର୍ମଚାରୀମାନେ ସମବାୟ ଚିନିଶିଳ୍ପର ମୁଖ୍ୟ ଫାଟକ ସମ୍ମୁଖରେ ଧାରଣା ଦେଇଥିଲେ । ସମବାୟ ଚିନିଶିଳ୍ପ କର୍ତ୍ତୃପକ୍ଷ ଆସନ୍ତା ୧ ମାସ ମଧ୍ୟରେ ଏନ୍ଏମ୍ଆର୍ କର୍ମଚାରୀମାନଙ୍କ ଦାବୀ ପୂରଣ ଦିଗରେ ନିୟମ ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି ଲିଖିତ ପ୍ରତିଶୃତି ଦିଆଯିବ ବୋଲି ଶାନ୍ତିପୂର୍ଣ୍ଣ ଗଣଧାରଣା ସ୍ଥଗିତ ରଖାଯାଇଥିବା ଜଣାପଡିଛି । ଆସିକା ସମବାୟ ଚିନିଶିଳ୍ପର ଏନ୍ଏମ୍ଆର୍ କର୍ମଚାରୀମାନଙ୍କ ୩ ଦଫା ଦାବୀ ପୂରଣ ଲାଗି ଗଣଧାରଣା ସଂକ୍ରାନ୍ତରେ ଚିନିକଳର ପରିଚାଳନା ନିର୍ଦ୍ଦେଶକ ଡଃ ସୁଶାନ୍ତ କୁମାର ପଣ୍ଡା ଓ ପରିଚାଳନା ପରିଷଦର ସଭାପତି ରବିନ୍ଦ୍ର ପଣ୍ଡାଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେମାନେ କହିଲେ ଯେ ଓଡିଶା ସରକାରଙ୍କ ସମବାୟ ଆଇନ ଏବଂ ଚିନିଶିଳ୍ପର ସାମ୍ବିଧାନିକ ବିଧି ବ୍ୟବସ୍ଥାକୁ ଗୁରୁତ୍ୱ ଦେଇ କର୍ମଚାରୀମାନଙ୍କ ଦାବୀ ପୂରଣ ଦିଗରେ ଅତି ଶୀଘ୍ର ପଦକ୍ଷେପ ନିଆଯିବ । ରାଜ୍ୟ ସରକାର ତଥା ସମବାୟ ବିଭାଗ ଉଚ୍ଚ କର୍ତ୍ତୃପକ୍ଷ ଏବଂ ଜିଲ୍ଲା ପ୍ରଶାସନ ତୁରନ୍ତ ଧ୍ୟାନ ଦେଇ ଆସିକା ସମବାୟ ଚିନିଶିଳ୍ପରେ କାର୍ଯ୍ୟରତ ଥିବା ଏନ୍ଏମ୍ଆର୍ ଅସ୍ଥାୟୀ କର୍ମଚାରୀମାନଙ୍କ ବାସ୍ତବ ସମସ୍ୟାକୁ ହୃଦୟଙ୍ଗମ କରି ୩ ଦଫା ଦାବୀ ପୂରଣ ଦିଗରେ ପଦକ୍ଷେପ ନେବାକୁ ସଂଘର ସକ୍ରିୟ ସଦସ୍ୟ କୈଳାଶ ଚନ୍ଦ୍ର ପଟ୍ଟନାୟକ, ଶିବରାମ ରାଉଳ, ଅନ୍ତର୍ଯ୍ୟାମୀ ନାୟକ, ତ୍ରିନାଥ ବେହେରା, ବିଜୟ କୁମାର ନାହାକ, ଟୁନା ବିଶ୍ୱାଳ, ସୁବାସ ପାତ୍ର, ସନ୍ତୋଷ କୁମାର ଗୌଡ, ଧର୍ମେନ୍ଦ୍ର ରେଡି, ରାମଚନ୍ଦ୍ର ଗୌଡ, ଅର୍ଜୁନ ପାତ୍ର, ବାବୁଲା ପ୍ରଧାନ, ସନ୍ତୋଷ କୁମାର ପଟ୍ଟନାୟକ, ସତ୍ୟବାନ୍ ଲେଙ୍କା, ଜିତୁ ଗୌଡ, କେ.ଦାସ୍ ପାତ୍ର, ଚିରଞ୍ଜିବୀ ପାତ୍ର, ପ୍ରିୟଙ୍କା ଚୌଧୁରୀ, ପୂର୍ଣ୍ଣ ସ୍ୱାଇଁ, ଭଗବାନ ବେହେରା, ସୁରଜ କୁମାର ପାଲ୍, ଶ୍ରୀରାମ ବିଶ୍ୱାଳଙ୍କ ସମେତ ବହୁ ସଦସ୍ୟ ଅନୁରୋଧ କରିଥିବା ଜଣାପଡିଛି ।


