ଆନନ୍ଦପୁରକୁ ରେଳପଥ ସଂଯୋଗ ଦାବିରେ ଗଣଧାରଣା
କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): ଆନନ୍ଦପୁର ଉପଖଣ୍ଡର ମା’ ଧନେଇ ସେବାସଂଘର କର୍ମକର୍ତ୍ତା ତଥା ଉପଖଣ୍ଡର ସାଧାରଣ ଜନତା ଙ୍କ ପକ୍ଷରୁ ଆନନ୍ଦପୁରକୁ ରେଳପଥ ସଂଯୋଗ ଦାବିରେ ଆଜି କେନ୍ଦୁଝର ମୁଖ୍ୟମନ୍ତ୍ରୀଙ୍କ ପ୍ରକୋଷ୍ଠ ସମ୍ମୁଖରେ ଗଣଧାରଣା ଦିଆଯାଇଛି।ଜିଲ୍ଲାର ପ୍ରମୁଖ ଉପଖଣ୍ଡ ଆନନ୍ଦପୁରକୁ ରେଳପଥ ସଂଯୋଗ ପାଇଁ ଦିର୍ଘ ଦିନଧରି ଗଣତନ୍ତ୍ରକୁ ସମ୍ମାନ ଜଣାଇ ଦାବି ଧାରଣା,ଅନସନ,ଶୋଭାଯାତ୍ରା,ଧର୍ମଘଟ,ପଦଯାତ୍ରା,ଦଣ୍ଡବତ ଯାତ୍ରା,ମାନବ ଶୃଙ୍ଖଳ ଆଦି ବାରମ୍ବାର କରାଯାଇଥିବାବେଳେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ରେଳ ବିଭାଗକୁ ନିର୍ଦ୍ଦେଶ ହୋଇଛି।ମାତ୍ର ଆନନ୍ଦପୁରକୁ ରେଳପଥ ସଂଯୋଗ ନିମନ୍ତେ ସରକାର କୌଣସି ପଦକ୍ଷେପ ନେଇ ନଥିବାରୁ ଜନସାଧାରଣ ଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି।ଏହି ପରିପ୍ରେକ୍ଷୀରେ ଆନନ୍ଦପୁରକୁ ରେଳପଥ ସଂଯୋଗ ନିମନ୍ତେ ଶୁକ୍ରବାର ସକାଳ ୧୦ଟାରୁ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କର ଅଭିଯୋଗ ପ୍ରକୋଷ୍ଠ ସମ୍ମୁଖରେ ଗଣଧାରଣା ଆରମ୍ଭ ହୋଇଛି।ଏହାର ନକଲ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ,ଜିଲ୍ଲାପାଳ,ଏସ୍.ପି.,ଉପଜିଲ୍ଲାପାଳ,ଆନନ୍ଦପୁର,ଥାନା ଭାରପ୍ରାପ୍ତ ଅଧିକାରୀ,ଟାଉନ ଥାନା ସମେତ ଗଣମାଧ୍ୟମ ପ୍ରତିନିଧିଙ୍କୁ ଅବଗତ କରାଯାଇଛି।ସଂଘ ସଭାପତି ବିଷ୍ଣୁପ୍ରିୟା ବାରିକ୍,ସଂମ୍ପାଦକ ବିଧୁ ଭୂଷଣ ବାରିକ୍ ସମେତ ତରୁଣ କୁମାର ସାହୁ,ବିକୁନ କୁମାର ସାହୁ,ଗୋବିନ୍ଦ ଚନ୍ଦ୍ର ପତି,ଶୁଭ୍ରାଶୁଂ ସାହୁ,ମହେଶ୍ବର ସାହୁ,ଅବିନାଷ ପ୍ରଧାନ,ସୈାମ୍ୟରଞ୍ଜନ ବେହେରା,ସଞ୍ଜୟ କୁମାର ସାହୁ ପ୍ରମୁଖ ଦାବିପତ୍ର ଦେଇଥିଲେ।