ଦେଶୀ ରନ୍ଧା ମଦ ଓ ମହୁଲ ପୋଚ ଜବତ:୨ ଜଣ ଗିରଫ

ହାଟଡିହି (ଓ୍ବାଇଏନଏସ):  କେନ୍ଦୁଝର ଅବକାରୀ ଅଧିକ୍ଷକ ଶ୍ରୀ ତେଯରାଜ ଯାନୀଙ୍କ ନିର୍ଦ୍ଦେଶକ୍ରମେ ଆନନ୍ଦପୁର ଅବକାରୀ ରେଞ୍ଜ ଥାନା ପକ୍ଷରୁ ଅବକାରୀ ନିରୀକ୍ଷକ  ବ୍ରଜମୋହନ ମଲ୍ଲିକ ଏବଂ ହାଟଡିହି ଅବକାରୀ ଥାନା ଷ୍ଟାଫ ମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ନନ୍ଦିପଦା ଥାନା ଓ ସୋସୋ ଥାନା ଅନ୍ତର୍ଗତ ଚୋରଗଡିଆ, ଅନ୍ଧାରି, ଜାବିନପୁର, ଅଞ୍ଚଳରେ ଚଢ଼ାଉ କରାଯାଇ ୨୭୭ଲିଟର ଦେଶୀ ରନ୍ଧା ମଦ ଓ ୫୨୦୦ ଲିଟର ମହୁଲ ପୋଚ ଜବତ କରିଵା ସହ ଉକ୍ତ ଗ୍ରାମର ସଞ୍ଜୁ ଯେନା, ଭିଷ୍ମ ସୋରେନଙ୍କୁ ଗିରଫ କରାଯାଇଛି l ଜବତ ଦେଶୀ ରନ୍ଧା ମଦ ଓ ମହୁଲ ପୋଚର ଆନୁମାନିକ ମୂଲ୍ୟ ୭୦ ହଜାର ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି l ଉକ୍ତ ଚଢ଼ାଉରେ ହାଟଡିହି ଅବକାରୀ ଥାନା ସହ ଉପ-ନିରୀକ୍ଷକ ସୁଶାନ୍ତ ରାଉତ, କନେଷ୍ଟବଳ ଜଗମୋହନ ବେହେରା, ଆରତୀ ବେହେରା, ସୁରେଶ ବେହେରା ଓ ଅନ୍ୟ କର୍ମଚାରୀ ମାନେ ସାମିଲ ଥିଲେ । ଏନେଇ ହାଟଡିହି ଅବକାରୀ ଥାନା ପକ୍ଷରୁ ୪ଗୋଟି  ମାମଲା ରୁଜ୍ଜୁ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ