ଦେଶୀ ରନ୍ଧା ମଦ ଓ ମହୁଲ ପୋଚ ଜବତ: ୩ ଗିରଫ

ହାଟଡିହି (ଓ୍ବାଇଏନଏସ): କେନ୍ଦୁଝର ଅବକାରୀ ଅଧିକ୍ଷକ ଶ୍ରୀ ତେଯରାଜ ଯାନୀଙ୍କ ନିର୍ଦ୍ଦେଶକ୍ରମେ ହାଟଡିହି ଅବକାରୀ ଥାନା ପକ୍ଷରୁ ଅବକାରୀ ନିରୀକ୍ଷକ ଶ୍ରୀ ବ୍ରଜମୋହନ ମଲ୍ଲିକ ଏବଂ ହାଟଡିହି ଅବକାରୀ ଥାନା ଷ୍ଟାଫ ମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ସୋସୋ ଓ ନଦିପଦା ଥାନା ଅନ୍ତର୍ଗତ ଜଳସରପୁର, ଚୋରଗଡିଆ, କଣ୍ଟିଆଡିହି, ହାଟଡିହି, ପୁରୁଣାପାଣି ଅଞ୍ଚଳରେ ଚଢ଼ାଉ କରାଯାଇ ୧୮୮ଲିଟର ଦେଶୀ ରନ୍ଧା ମଦ ଓ ୩୨୦୦ ଲିଟର ମହୁଲ ପୋଚ ଜବତ କରାଯିବା ସହ ଉକ୍ତ ଗ୍ରାମର କ୍ଷିରୋଦ ଯେନା, ଜଳସରପୁର ଗ୍ରାମ ର ବ୍ରହ୍ମାନନ୍ଦ ବେହେରା,ଓ ପ୍ରଦୀପ କୁମାର ପ୍ରଧାନ ଙ୍କୁ ଗିରଫ କରାଯାଇଛି l ଜବତ ଦେଶୀ ରନ୍ଧା ମଦ ଓ ମହୁଲ ପୋଚ ର ଆନୁମାନିକ ମୂଲ୍ୟ  ୮୦ ହଜାର ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି l ଉକ୍ତ ଚଢ଼ାଉରେ ହାଟଡିହି ଅବକାରୀ ଥାନା ସହ ଉପ-ନିରୀକ୍ଷକ,ଶ୍ରୀ ସୁଶାନ୍ତ ରାଉତ କନେଷ୍ଟବଳ ଜଗମୋହନ ବେହେରା, ଆରତୀ ବେହେରା, ସୁରେଶ ବେହେରା, ପ୍ରମୁଖ ସାମିଲ ଥିଲେ । ଏନେଇ ହାଟଡିହି ଅବକାରୀ ଥାନା ପକ୍ଷରୁ ୪ଗୋଟି ମାମଲା ରୁଜ୍ଜୁ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ