ଦେଶୀ ରନ୍ଧା ମଦ ଓ ମହୁଲ ପୋଚ ଜବତ,୩ ଜଣ ଗିରଫ

ହାଟଡିହି (ଓ୍ବାଇଏନଏସ) : କେନ୍ଦୁଝର ଅବକାରୀ ଅଧିକ୍ଷକ ଶ୍ରୀ ତେଯରାଜ ଯାନୀଙ୍କ ନିର୍ଦ୍ଦେଶକ୍ରମେ ଆନନ୍ଦପୁର ଅବକାରୀ ରେଞ୍ଜ ଥାନା ପକ୍ଷରୁ ଅବକାରୀ ନିରୀକ୍ଷକ ଶ୍ରୀ ବ୍ରଜମୋହନ ମଲ୍ଲିକ ଏବଂ ହାଟଡିହି ଅବକାରୀ ଥାନା ଷ୍ଟାଫ ମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଆନନ୍ଦପୁର ଥାନା ଓ ନନ୍ଦିପଦା ଥାନା ଅନ୍ତର୍ଗତ ଶାଳବଣି, କାଠକଟା ଯୋଗିଆବନ୍ଧ,ଟୂକୁଣା,ଡିମିରିଆ ଅଞ୍ଚଳରେ ଚଢ଼ାଉ କରାଯାଇ ୧୬୧ଲିଟର ଦେଶୀ ରନ୍ଧା ମଦ ଓ ୩୨୦୦ ଲିଟର ମହୁଲ ପୋଚ ଓ ୮.୯୦୦ ବିଦେଶୀ ମଦ ଜବତ କରିଵା ସହ ଉକ୍ତ ଗ୍ରାମର ପ୍ରଫୁଲ୍ଲ ଯେନା, ସଞୀୟ ଧଳ, ନାରାୟଣ ବେହେରାଙ୍କୁ ଗିରଫ କରାଯାଇଛି l ଜବତ ଦେଶୀ ରନ୍ଧା ମଦ ଓ ମହୁଲ ପୋଚର ଆନୁମାନିକ ମୂଲ୍ୟ ୮୦ ହଜାର ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି l ଉକ୍ତ ଚଢ଼ାଉରେ ହାଟଡିହି ଅବକାରୀ ଥାନା ସହ ଉପ-ନିରୀକ୍ଷକ ସୁଶାନ୍ତ ରାଉତ କନେଷ୍ଟବଳ ଜଗମୋହନ ବେହେରା, ଆରତୀ ବେହେରା, ସୁରେଶ ବେହେରା, ଷ୍ଟା୍ପ ମାନେ ସାମିଲ ଥିଲେ । ଏନେଇ ଆନନ୍ଦପୁର ରେଞ୍ଜ ଅବକାରୀ ଥାନା ପକ୍ଷରୁ ଦୁଇ ଗୋଟି ଓ ହାଟଡିହି ଅବକାରୀ ଥାନା ପଷରୁ ଦୁଇ ଗୋଟି ମାମଲା ରୁଜ୍ଜୁ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ