ପ୍ରେମିଯୁଗଳଙ୍କୁ ହଳ କରିବା ଘଟଣା: ଆରଡିସି ସ୍ତରୀୟ ତଦନ୍ତ
କଲ୍ୟାଣସିଂହପୁର (ଏଙ୍କେଟେଶ୍ୱର ପାଢ଼ୀ) ସମ୍ପର୍କୀୟକୁ ପିଉସୀଙ୍କୁ ଭଲପାଇ ବାହାହେବା ଓ ପରମ୍ପରା ଦ୍ୱାହି ଦେଇ ନିର୍ଯ୍ୟାତନା ଗ୍ରାମବାସୀ ଦେବା ଘଟଣାରେ ଗତକାଲି ଜିଲ୍ଲା ପ୍ରସାସନ ଉକ୍ତ ଗ୍ରାମକୁଯାଇ ଲୋକଙ୍କ ସହ ଆଲୋଚନା କରିଛି। ଅନ୍ୟପରେ ପୋଲିସ ଉଭୟ ପ୍ରେମୀ ଯୁଗଳକୁ ଥାନାକୁ ଆଣି ପଛରା ଉଚରକରି ମେଡ଼ିକାଲରେ ସ୍ୱାସ୍ଥ୍ୟ କରି ଗ୍ରାମରେ ଛାଡି । ଗ୍ରାମରେ ଗ୍ରାମବାସୀ କନ୍ଧକୁଳ, ଓ ଜିଲ୍ଲା ପ୍ରଶାସନ ଙ୍କ ଉପସ୍ଥିତ ରେ ଉଭୟ ପ୍ରମିକା ପିଉସୀ ଲାକ ସାରକା ଓ ପ୍ରମିକ ପୁତୁରା କଡ଼ିଆ ସାରକା ମଧ୍ୟ ଗାଁ ଦାଣ୍ଡରେ ଉପସ୍ଥିତ ରହି ନିଜର ଭୁଲକୁ ଶ୍ଵକର କରିବା ସହ ଆମ ଆଦିବାସୀ ପରମ୍ପରା ଅନୁଜସୀ ଆମେ ନିଜେ ସହମତିରେ ଧରଣୀ ପେନୁ ଠାରେ ଲଙ୍ଗଲ ଜୁଆଳି ଲଗାଇ ନିୟମ ଅନୁଯାଇ ଏହି କାର୍ଯ୍ୟ କରାଯାଇଥିଲା ବୋଲି କହିବା ସହ କୌଣସି ଦଣ୍ଡ ନିୟକାର୍ଯ୍ୟ ହାଇନି ବୋଲି ସ୍ୱୀକାର କରିଛନ୍ତି। ଆଜି ଆରଡ଼ିଶୀ ସ୍ଵରୀୟ ତଦନ୍ତ ପାଇଁ କଂଜାମଯୋଡି ଗ୍ରାମରେ ଦକ୍ଷିଣା ଅଞ୍ଚଳ ରାଜସ୍ୱ ଅଫହିଁକାରୀଙ୍କ ନିର୍ଦେଶ କ୍ରମେ ଡେପୁଟି ଡାଇରେକ୍ଟର ଅଶୋକକୁମାର ସାଥପାଥି ତହସିଲଦାର ମାନସରଞ୍ଜନ ମନସେଠ, ସିଡିପିଓ ମମତାର୍ଷଣୀ ଦାସ ଯୋଗ ଦେଇ ତଦନ୍ତ ଆତମ୍ଭ ଲାରିଥିଲେ। ଏହି ତଦନ୍ତ ସମୟରର ଗ୍ରାମବାସୀ, ପ୍ରେମୀ ଯୁଗଳ ଓ କନ୍ଧ କୁଳ ଦମାଜର ଉପ ସଭାପତି ଶଙ୍କର ହୁଇକା ଓ ଅନ୍ୟମାନେ ଯୋଗ ଦେଇଥଲେ। ଲୋକଙ୍କୁ ଆଇନ କାନୁନ ରଇଛି ଯେକୌଣସି ଲୋକଙ୍କ କୌଣସି ମତେ ମାନ ହନନ ହେବନାହିଁ ବୋଲି ସମ୍ବିଧାନ ରେ ଉଲେଖ ରହିଛିବୋଲି ସଚେତନା କରାଯାଇଥିଲା। ଲୋକଙ୍କ ମନରର ଅନ୍ଧ ବିଶ୍ୱାସ ପରୁ ଦୁରେଇ ରହିବା ପାଇଁ ଯେକୌଣସି ସାମ୍ପ୍ରଦାୟ ସଚେତନା ରହିବା ଆବଶ୍ୟକ ରହିଛି। ତେଣୁ ଆଦିବାସୀ ସଙ୍ଘସମସ୍ତ କଥା ଶୁଣିବା ପରେ ଆମ ଲୋକଙ୍କ ଚାଷକାର୍ଯ୍ୟ ଶେଷ ହେବାପରେ ବ୍ଲକର ସମସ୍ତ ଡ୍ରାମରେ ପ୍ରତି ଲୋକଙ୍କୁ ବିଭନ୍ନ ବିଷୟରେ ସଚେତନତା ସୃଷ୍ଟି କରାଯିବ ବୋଲି ଉପ ସଭାପତି ଶଙ୍କର ହୁଇକା ପ୍ରକାଶ କାଟିଥିଲେ। ଆସିଥିବା ଅଧିକାରୀମାନେ ଗ୍ରାମବାଦୀଙ୍କୁ ବିଭିନ୍ନ ସଂକଳ୍ପ କରାଇ ଥିଲେ।ପ୍ରଶାସନର ସମସ୍ତ ଉତ୍ତର ଦେଇ ଆଦିବାସୀ ଙ୍କ ପରମ୍ପରା ଅନେକ ରହିଛି ସତ କିନ୍ତୁ ପ୍ରେମୀ ଯୁଗଳ ଙ୍କୁ ହଳ କରି ବୁଲାଇବା,ଉଲଗ୍ନ କରବା ପାଇଁ କହିବା ଓ ଆମ୍ବ ପାଣି ଗାଧୋଇ ବା ଘଟଣା କୁ ପ୍ରସାସନ ଗୁରୁତର ନେଇଥିବା ବେଳେ ଗ୍ରାମବାସୀ କନ୍ଧକୁଳ ଓ ପ୍ରେମୀ ଯୁଗଳ ଆମ ପରମ୍ପରା ଅନୁଯାଇ ହୋଇଛି ବୋଲି କିହିଛନ୍ତି।