ସିପିଆଇର ଆଞ୍ଚଳିକ ସମ୍ମିଳନୀ : ସଙ୍ଗଠନ ସୁଦୃଢ଼ ପାଇଁ ନିଷ୍ପତ୍ତି

ଦିଗପହଣ୍ଡି,(ଅଳକ ନାଥ ମିଶ୍ର)  ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ଗ୍ରାମ କଲ୍ୟାଣମଣ୍ଡପ ରେ ରବିବାର ଭାରତୀୟ କମ୍ୟୁନିଷ୍ଟ ପାର୍ଟି ସିପିଆଇର ବଡଖେମୁଣ୍ଡି ଆଞ୍ଚଳିକ କମିଟି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।ସମ୍ମିଳନୀ ପ୍ରାରମ୍ଭରେ ବରିଷ୍ଠ କମ୍ୟୁନିଷ୍ଟ ନେତା କମ୍ରେଡ଼ ବୃନ୍ଦାବନ ପଣ୍ଡା ପାର୍ଟି ର ଲାଲ ପତାକା ଉତ୍ତୋଳନ କରିଥିଲେ। ସହିଦ ବେଦୀରେ ସାମୂହିକ ପୁଷ୍ପମାଲ୍ୟାର୍ପଣ ପରେ କମ୍ରେଡ଼ ତପନ କୁମାର ମିଶ୍ର ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମ୍ମିଳନୀ କୁ ସିପିଆଇ ର ଗଞ୍ଜାମ ଜିଲ୍ଲା ସମ୍ପାଦକ କମ୍ରେଡ଼ ପ୍ରକାଶ ପାତ୍ର ଆନୁଷ୍ଠାନିକ ଭାବେ  ଉଦଘାଟନ କରି ସାମ୍ପ୍ରତିକ କେନ୍ଦ୍ର ଓ ରାଜ୍ୟ ର ରାଜନୈତିକ ପରିସ୍ଥିତି ସମ୍ପର୍କରେ ଉଦବୋଧନ ଦେବା ସହ  ପାର୍ଟିର ସଙ୍ଗଠନ  କୁ ସୁଦୃଢ କରି ଐକ୍ୟବଦ୍ଧ କମ୍ୟୁନିଷ୍ଟ ଆନ୍ଦୋଳନ ଗଢ଼ି ତୋଳିବା ପାଇଁ ଆହ୍ବାନ ଦେଇଥିଲେ । ସିପିଆଇ ଜିଲ୍ଲା ସହ ସମ୍ପାଦକ କମ୍ରେଡ଼ ପ୍ରଦୀପ କୁମାର ସେଠୀ ପାର୍ଟିର ଆଗାମୀ  କାର୍ଯ୍ୟକ୍ରମ ସମ୍ପର୍କରେ ଉଦବୋଧନ ଦେଇଥିଲେ । ଆଞ୍ଚଳିକ କମିଟି ସମ୍ପାଦକ କମ୍ରେଡ଼ କିଶୋର ଶତପଥି ବିଗତ ବର୍ଷର ସାଙ୍ଗଠନିକ କାର୍ଯ୍ୟକ୍ରମ ର ଚିଠା ରିପୋର୍ଟ ଉପସ୍ଥାପନ କରିଥିଲେ ।ଶ୍ରମିକ ସଙ୍ଗଠନ ଏଆଇଟିୟୁସି ର ଜିଲ୍ଲା ସମ୍ପାଦକ କମ୍ରେଡ଼ ଅଳକ ନାଥ ମିଶ୍ର, କମ୍ରେଡ଼ ବୃନ୍ଦାବନ ପଣ୍ଡା, କମ୍ରେଡ଼ ଆର. ଦୀନବନ୍ଧୁ ଦୈତାରି ରେଡ୍ଡୀ, କମ୍ରେଡ଼ ପୁରୁଷୋତ୍ତମ ବେହେରା, କମ୍ରେଡ଼ ଅଶୋକ କୁମାର ସେଠୀ ପ୍ରମୁଖ ସାଙ୍ଗଠନିକ ରିପୋର୍ଟ ସମ୍ପର୍କରେ ବିସ୍ତୃତ   ଆଲୋଚନା କରିଥିଲେ । ଆଗାମୀ ପଞ୍ଚାୟତ ନିର୍ବାଚନରେ ପାର୍ଟି  ପକ୍ଷରୁ ଦିଗପହଣ୍ଡି ବ୍ଲକ ର ବିଭିନ୍ନ ପଞ୍ଚାୟତ ରେ ପ୍ରାର୍ଥି ଦେବା ପାଇଁ ସଭାରେ ସର୍ବସମ୍ମତ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।ଜମିକୁ ଜଳସେଚନ,ପାନୀୟଜଳ,ରାସ୍ତାଘାଟ, ରାସନ କାର୍ଡ,ବେ – ରୋଜଗାର,ଦରଦାମ ବୃଦ୍ଧି ଭଳି  ବିଭିନ୍ନ ଜନ ସମସ୍ୟାକୁ ନେଇ ଆଗାମୀ ଦିନରେ ପାର୍ଟି ପକ୍ଷରୁ ସ୍ଥାନୀୟ ତହସିଲ ଓ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ,ଗଣଧାରଣା ପାଇଁ ପ୍ରସ୍ତାବ ଗୃହୀତ କରାଯାଇଥିଲା। ଗ୍ରାମାଞ୍ଚଳ ମାନଙ୍କରେ କମ୍ୟୁନିଷ୍ଟ ପାର୍ଟିର ପ୍ରଚାର ପ୍ରସାର, ଗଣସଙ୍ଗଠନ ଶାଖା ଗଠନ , ପାଣ୍ଠି ସଂଗ୍ରହ ସହ ପାର୍ଟି ର ଆଭିମୁଖ୍ୟ ନେଇ ରାଜନୈତିକ ଶିକ୍ଷା ଶିବିର କରାଯିବା ଓ ପାର୍ଟିର ମୂଖପତ୍ର ନୂଆ ଦୁନିଆ ର ଗ୍ରାହକ ସଂଗ୍ରହ ପାଇଁ ନିଷ୍ପତ୍ତି ନିଆଯାଇଥିଲା । ସମ୍ମିଳନୀ ରେ ଜିଲ୍ଲା ସହ ସମ୍ପାଦକ କମ୍ରେଡ଼ ପ୍ରଦୀପ ସେଠୀ ଙ୍କୁ ଅଖିଳ ଭାରତ ଯୁବସଂଘ ଏଆଇୱାଇଏଫ  ର ଜାତୀୟ ସମ୍ପାଦକ ଭାବେ ନିର୍ବାଚିତ କରାଯାଇଥିବାରୁ ତାଙ୍କୁ  ସମ୍ବର୍ଦ୍ଧିତ କରାଯାଇଥିଲା । ସମ୍ମିଳନୀ ରେ ଆଗାମୀ ଦିନ ପାଇଁ ଆଞ୍ଚଳିକ କମିଟି ସମ୍ପାଦକ ରୂପେ କମ୍ରେଡ଼ କିଶୋର ଶତପଥି, ସହ ସମ୍ପାଦକ ରୂପେ କମ୍ରେଡ଼ ତପନ କୁମାର ମିଶ୍ର ଓ କମ୍ରେଡ଼ ଆର. ଦୀନବନ୍ଧୁ ଦୈତାରି ରେଡ୍ଡୀ ଏବଂ ୧୯ ଜଣଙ୍କୁ କମିଟି ର କାର୍ଯ୍ୟକାରୀ ସଦସ୍ୟ ଭାବେ ନିର୍ବାଚିତ କରାଯାଇଥିବା ଜଣାପଡିଛି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ