୫୦ ଲକ୍ଷ ଟଙ୍କାରେ ନିର୍ମିତ ବିଦ୍ୟାଳୟ ଗୃହରେ ଫାଟ

ହାଟଡିହି, (ଓ୍ବାଇଏନଏସ): ବିଦ୍ୟାଳୟ ଗୃହ ନିର୍ମାଣ ପାଇଁ ସରକାର ଆବଶ୍ୟକ ଅନୁଦାନ ଯୋଗାଇ ଦେଉଥିଲେ ହେଁ ଉପଯୁକ୍ତ ତଦାରଖ ଅଭାବ ଓ ନିମ୍ନମାନର ନିର୍ମାଣ ପାଇଁ ବହୁତ କମ୍ ଦିନ ଭିତରେ  ଗୃହ ଗୁଡିକ ନଷ୍ଟ ହୋଇଯାଉଛି। ହାଟଡିହି ବ୍ଲକ ପଢ଼ିଆରୀପଲ୍ଲି ନୋଡାଲ ବିଦ୍ୟାଳରେ ଏହାର ଉଦାହରଣ ଦେଖିବାକୁ ମିଳିଛି। ଏହି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୮ଟି ଶ୍ରେଣୀ ଥିବାବେଳେ ଦୁଇଶହରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଶିକ୍ଷା ଗ୍ରହଣ କରିଥାନ୍ତି। ଛାତ୍ରଛାତ୍ରୀଙ୍କ ପାଇଁ ଶ୍ରେଣୀ ଗୃହର ଆବଶ୍ୟକତା ଥୂବାରୁ ବିଭିନ୍ନ ସମୟରେ ଦାବି ହୋଇ ଆସୁଥିଲା। ତେଣୁ ଗୃହ ନିର୍ମାଣ ପାଇଁ ପ୍ରଶାସନ ୫୦ ଲକ୍ଷରୁ ଊର୍ଦ୍ଧ ଟଙ୍କା ଯୋଗାଇ ଦେଇଥିଲା। ଏଥିରେ ଶ୍ରେଣୀଗୃହ ସାଙ୍ଗକୁ କିଛି ପାଚେରି କାର୍ଯ୍ୟ ମଧ୍ୟ କରାଯାଇଥିଲା। ତେବେ ନିର୍ମାଣର ୩ବର୍ଷ ଭିତରେ ଗୃହଟି ଦବିଯିବାରୁ ବିଭିନ୍ନ ସ୍ଥାନରେ କାନ୍ଥ ଗୁଡିକ ଫାଟି ଆଁ କରିଛି। ବାରଣ୍ଡାରେ ପଡ଼ିଥିବା ଟାଇଲ ମଧ୍ୟ  ଉଠି ଗଲାଣି। ଫଳରେ ଗୃହଟି ବିପଦ ସଂକୁଳ ହୋଇ ପଡ଼ିଲାଣି। ବିଭାଗୀୟ ଅଧୂକାରୀ ଓ ବ୍ଲକ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଗୃହ ମରାମତି ପାଇଁ ବ୍ୟବସ୍ଥା କରିବାକୁ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଓ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସୁରେନ୍ଦ୍ର ନାଥ ରାଉତ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ