କ୍ରିକେଟ ଟୁର୍ଣ୍ଣାମେଣ୍ଟ ବନ୍ତ କପର ଗ୍ରାଣ୍ଡ ଫାଇନାଲ: ରାଇଜିଂ ଷ୍ଟୁଡେଣ୍ଟସ କଟକ ଚମ୍ପିୟନ

ବନ୍ତ,(ଚାନ୍ଦିନୀ ମହାନ୍ତି) : ଓଡିଶା କ୍ରିକେଟ ଆସୋସିଏସନ ଓ ଭଦ୍ରକ ଜିଲା କ୍ରିକେଟ ଆସୋସିଏସନର ମିଳିତ ସହଯୋଗରେ ଶାନ୍ତି ୟୁଥ୍ ଆସୋସିଏସନ ଆନୁକୂଲ୍ୟରେ ଭଦ୍ରକ ଜିଲା ବନ୍ତ ବ୍ଲକ ପୁରୁଷୋତ୍ତମପୁରସ୍ଥିତ ନେତାଜୀ ବ୍ଲକ ସ୍ତରୀୟ ଷ୍ଟାଡିୟମ ଠାରେ ଚାଲିଥିବା ୨୪ତମ ସର୍ବ ଭାରତୀୟ କିଶୋର ନାୟକ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ (ବନ୍ତ କପ୍ -୨୦୨୬)ର ରବିବାର ଫାଇନାଲ ମ୍ୟାଚ୍‌ରେ ଇଷ୍ଟ କୋଷ୍ଟ ରେଲୱେ ବିଶାଖାପାଟନମକୁ ହରାଇ ରାଇଜିଂ ଷ୍ଟୁଡେଣ୍ଟସ କଟକ ଚମ୍ପିୟନ ହୋଇଛି । ଟସ୍ ଜିତିି ରାଇଜିଂ ଷ୍ଟୁଡେଣ୍ଟସ କଟକ ବ୍ୟାଟିଂ ଆରମ୍ଭ କରି ନିର୍ଦ୍ଧାରିତ ୨୦ ଓଭରରେ ୯ ଉଇକେଟ୍ ହରାଇ ୧୯୨ ରନ୍ କରିଥିଲା । ଦଳ ପକ୍ଷରୁ ବିକ୍ରମ ସାମଲ ୬୮ ଓ ଆନନ୍ଦ ଭରଦ୍ୱାଜ ୩୫ ରନ୍ କରିଥିଲେ । ପ୍ରତିପକ୍ଷ ଦଳ ଇଷ୍ଟ କୋଷ୍ଟ ରେଲୱେର ବୋଲର ପ୍ରକାଶ ରେଡି ୩ ଓ ଧିରଜ କୁମାର ୨ ଉଇକେଟ ନେଇଥିଲେ । ଜବାବରେ ଇଷ୍ଟ କୋଷ୍ଟ ରେଲୱେ ବିଶାଖାପାଟନମ୍ ୨୦ ଓଭରରେ ୯ ଉଇକେଟ ହରାଇ ୧୭୯ ରନ୍ କରି ପରାଜିତ ହୋଇଥିଲା । ଦଳ ପକ୍ଷରୁ ବି.ସାତ୍ୱିକ ୪୩ ଓ କେ.ପି ରାହୁଲ ୩୧ ରନ କରିଥିଲେ । ପ୍ରତିପକ୍ଷ ଦଳ ରାଇଜିଂ ଷ୍ଟୁଡେଣ୍ଟସର ବୋଲର ସୂର୍ଯ୍ୟକାନ୍ତ ପ୍ରଧାନ ୩ ଓ ଆନନ୍ଦ ଭରଦ୍ୱାଜ ୨ ଉଇକେଟ ନେଇଥିଲେ । ଫଳରେ ରାଇଜିଂ ଷ୍ଟୁଡେଣ୍ଟସ କଟକ ୧୩ ରନ୍‌ରେ ବିଜୟୀ ହୋଇ ଚଳିତ ବର୍ଷର ଟୁର୍ଣ୍ଣାମେଣ୍ଟରେ ଚମ୍ପିୟନ ହୋଇଥିଲା । ଆଜିର ମୁଖ୍ୟ ଅତିଥି ଭାବେ ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର, ଅବକାରୀ ବିଭାଗର ସହକାରୀ କମିଶନର ବିଶ୍ୱନାଥ ଜେନା, ଜିଲା ବିଜେପି ସଭାପତି ଭଗବାନ ପଣ୍ଡା, ଭଣ୍ଡାରିପୋଖରୀ ବିଧାନସଭା ନେତା ଡ.ସୁଧାଂଶୁ ଶେଖର ନାୟକ, ସାଂସଦ ପ୍ରତିନିଧି ସନ୍ତୋଷ କୁମାର ନାୟକ, କମିଟିର ସଭାପତି ସୁବାଷ ଚନ୍ଦ୍ର ବିଶ୍ୱାଳ, ସମ୍ପାଦକ ଅରୁଣ କୁମାର ନାୟକ ପ୍ରମୁଖ ଯୋଗ ଦେଇ ଚମ୍ପିୟନ ଦଳ ଓ ରନର୍ସ ଅଫ ଦଳକୁ ଟ୍ରଫି ପ୍ରଦାନ କରିଥିଲେ । ରାଇଜିଂ ଷ୍ଟୁଡେଣ୍ଟସ କଟକର ବିକ୍ରମ ସାମଲଙ୍କୁ ପ୍ଲେୟାର ଅଫ ଦି ମ୍ୟାଚ୍ ପୁରସ୍କାର ବରିଷ୍ଠ ସଦସ୍ୟ ମାଧବାନନ୍ଦ ଦାସ, କେଦାରନାଥ ମହାନ୍ତି ପ୍ରଦାନ କରିଥିଲେ । ଇଷ୍ଟ କୋଷ୍ଟ ରେଲୱେର ବି.ସାତ୍ୱିକଙ୍କୁ ମ୍ୟାନ୍ ଅଫ ଦି ସିରିଜ ପୁରସ୍କାର ବରିଷ୍ଠ ସଦସ୍ୟ ସପନ କୁମାର ମଜୁମଦାର, ପ୍ରଦ୍ୟୁମ୍ନ ସେଠୀ, କାହ୍ନା ନାୟକ ପ୍ରଦାନ କରିଥିଲେ । ଆଜିର ମ୍ୟାଚ୍‌କୁ ଶାନ୍ତନୁ ରାଉତ, ଲଲାଟ କେଶରୀ ନନ୍ଦ ପରିଚାଳନା କରିଥିବା ବେଳେ ଭାଷ୍ୟକାର ଭାବେ ସଞ୍ଜୟ କୁମାର ମଜୁମଦାର, ସୁଧାଂଶୁ ଶେଖର ମହାନ୍ତି, ସୁକାନ୍ତ କୁମାର ବେହେରା, ସ୍କୋରର ଭାବେ ଜ୍ୟୋତି ରଞ୍ଜନ ଜେନା, ଗୁରୁଦେବ ସେଠୀ, ଅବନି ମଲ୍ଲିକ ପୂର୍ଣ୍ଣେନ୍ଦୁ ଜେନା ଦାୟୀତ୍ୱ ତୁଲାଇଥିଲେ । ଟୁର୍ଣ୍ଣାମେଣ୍ଟରେ କୋଷାଧ୍ୟକ୍ଷ ପୂର୍ଣ୍ଣ ଚନ୍ଦ୍ର ପୃଷ୍ଟି, ବରିଷ୍ଠ ସଦସ୍ୟ ଉତ୍ତମ ନାୟକ, ଚିତ୍ତ ରଞ୍ଜନ ନାୟକ, ପ୍ରଶାନ୍ତ କୁମାର ସାହୁ, ସଞ୍ଜୟ କୁମାର ବେହେରା, ବ୍ରହ୍ମାନନ୍ଦ ପରିଡା, ବିପିନ ନାୟକ, ସରୋଜ ଖିଲାର, ସାଇସତ୍ୟ ନାୟକ, ସାର୍ଥକ ବିଶ୍ୱାଳ, କୃପାସିନ୍ଧୁ ସେଠୀ, ଶିଶିର ବିଶ୍ୱାଳ, ଲିପୁନ ବିଶ୍ୱାଳ, ରତ୍ନାକର ଜେନା, ଅନୁପ ନାୟକ, ଧନଞ୍ଜୟ ବିଶ୍ୱାଳ, ଆଶିଷ ଚକ୍ରବର୍ତ୍ତୀ, ଆଶୁତୋଷ ନାୟକ, ସାଇ କଲ୍ୟାଣ ସାହୁ, ସାଇପ୍ରଦ ସାହୁ, ରବିନ୍ଦ୍ର ସେଠୀ, ନବ କିଶୋର ଜେନା, ସନ୍ଦୀପ ଜେନା, ନିକି ମଇକାପ, ମଇଫୁଜ୍ ଖାନ୍ ପ୍ରମୁଖ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ