ତାଲା ଭାଙ୍ଗି ମିଲରୁ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ : ସାଇଣ୍ଟିଫିକ ଟିମ୍ ଓ ସନ୍ଧାନୀ କୁକୁର ଦ୍ଵାରା ତଦନ୍ତ

ଦିଗପହଣ୍ଡି, (ଅଳକ ନାଥ ମିଶ୍ର) ଦିଗପହଣ୍ଡି ଥାନା ନୂଆ ଅନନ୍ତେଇ ପଞ୍ଚାୟତ ଅଫିସ୍ ନିକଟରେ ଥିବା ବାବୁ ସାହୁ ଙ୍କ ମା ‘ ମହୁରୀ କାଳୁଆ ଫ୍ଲୋର ମିଲ ମୁଖ୍ୟ ଫାଟକ ତାଲା ଭାଙ୍ଗି ଦୁର୍ବୃତ୍ତ ମାନେ ପ୍ରାୟ ୨ ଲକ୍ଷ ୧୫ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି।ମିଲ ମାଲିକ ଦିଗପହଣ୍ଡି ଥାନାରେ ଏତଲା ଦେବାପରେ ଭାରପ୍ରାପ୍ତ ଆଇଆଇସି ତଥା ଡିଏସପି ପ୍ରଶାନ୍ତ କୁମାର ପାତ୍ର ଥାନା ମାମଲା ନଂ.୨୫୦/୨୫ ଅନୁଯାୟୀ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଛନ୍ତି ।ଶୁକ୍ରବାର ସନ୍ଧ୍ୟାରେ ସାଇଣ୍ଟିଫିକ ଟିମ୍ ଓ ପୁଲିସ ସନ୍ଧାନୀ କୁକୁର ଘଟଣାସ୍ଥଳରେ ପହଞ୍ଚି ସବିଶେଷ ତଦନ୍ତ କରି ଫେରିଥିବା ଜଣାପଡିଛି।  ବୁଧବାର ସନ୍ଧ୍ୟାରେ ମିଲ କର୍ମଚାରୀ ମାନେ ତାଲା ପକାଇ ଘରକୁ ଯାଇଥିଲେ।ଗୁରୁବାର ସକାଳେ ମିଲ କବାଟ ତାଲା ଭଙ୍ଗା ଯାଇଥିବା କର୍ମଚାରୀ ମାନେ ଦେଖିବା ପରେ ମାଲିକଙ୍କୁ ଖବର ଦେଇଥିଲେ ।ମିଲ ମାଲିକ ସେଠାରେ ପହଞ୍ଚି ଦେଖିଲା ବେଳକୁ ଦୁର୍ବୃତ୍ତ ମାନେ ସିସିଟିଭି ର ଯନ୍ତ୍ରାଂଶ ନେଇଯିବା ସହ ଅଫିସ ରୁମ୍ ଡ୍ର ରୁ ପ୍ରାୟ ୨ ଲକ୍ଷ ୧୫ ହଜାର ଟଙ୍କା ଲୁଟି ନେଇଛନ୍ତି।ପୁଲିସ  ଦୁର୍ବୃତ୍ତ ମାନେ ଫାଟକ ତାଲା ଭଙ୍ଗାରେ ବ୍ୟବହୃତ ଏକ କଟୁରୀ , ହାତୁଡି କୁ ପୁଲିସ ଜବତ କରିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ