ପୀର ଜାହାନିଆ ସମୁଦ୍ରରେ ବୁଲୁଛି କୁମ୍ଭୀର : ସ୍ଥାନୀୟ ଲୋକେ ଆତଙ୍କିତ

କାକଟପୁର /ଅସ୍ତରଙ୍ଗ (ଶୁଭାଶିଷ ଖଣ୍ଡୁଆଳ):-ଦେବୀନଦୀ ନିକଟ ପୀର ଜାହାନିଆ ସମୁଦ୍ର ରେ କୁମ୍ଭୀର ଆତଙ୍କ । ପୁରୀ ଜିଲ୍ଲା ଅସ୍ତରଙ୍ଗ ନିକଟ ପୀରଜାହାନିଆ ସମୁଦ୍ର ରେ  ଦେଖାଯାଇଛି କୁମ୍ଭୀର । ସ୍ଥାନୀୟ ଅଞ୍ଚଳ ଯୁବକ ଏସ ଏସ ଜଗନ୍ନାଥ ସମେତ କିଛି ଯୁବକ ପୀର ଜାହାନିଆ ସମୁଦ୍ର କୂଳରେ ବୁଲୁଥିବା ବେଳେ ସମୁଦ୍ରରେ କୁମ୍ଭୀର ଦେଖି ଥିଲେ। ଯାହାକୁ ନେଇ ଆତଙ୍କିତ ଅବସ୍ଥାରେ ସ୍ଥାନୀୟ ବାସିନ୍ଦା ।ଶୁକ୍ରବାର ମଧ୍ୟାହ୍ନ ରେ ପୀର ଜାହାନିଆ ନିକଟରେ ସ୍ଥାନୀୟ ଅଞ୍ଚଳ ପିଲା ବୁଲୁଥିବା କୁମ୍ଭୀରଟି ତାଙ୍କ ଅତି ନିକଟରେ ଥିବା ଦେଖିବାକୁ ପାଇଥିଲେ । ସ୍ଥାନୀୟ ଅଂଚଳରେ କୁମ୍ଭୀର ବାରମ୍ବାର ଦେଖା ଯାଉଥିବା ବେଳେ ବନବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନଥିବା ଅଭିଯୋଗ ହୋଇଛି  । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଅଂଚଳବାସୀ । ନଦୀକୁଳିଆ ଅଂଚଳବାସୀମାନେ ସେମାନଙ୍କ ନିତ୍ୟକାର୍ଯ୍ୟ ପାଇଁ ନଦୀ ଉପରେ ସମ୍ପୂର୍ଣ ନିର୍ଭରଶୀଳ । ଯଥାଶୀଘ୍ର ବନବିଭାଗ ପକ୍ଷରୁ କୁମ୍ଭୀରଟିକୁ ଧରିବା ପାଇଁ ଲୋକମାନେ ଦାବି କରିଛନ୍ତି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ