କାର୍ତ୍ତିକ ପୁର୍ଣ୍ଣିମା ଅବସରରେ ଛେନାପଦି ତାରିଣୀ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ

ହାଟଡ଼ିହି, (ଓ୍ବାଇଏନଏସ) : ଆଜି ପବିତ୍ର କାର୍ତ୍ତିକ ପୁର୍ଣ୍ଣିମା ଅବସରରେ ଛେନାପଦି ଛକ ସ୍ଥିତ ମା ବିଶ୍ୱ ତାରିଣୀ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ ପରିଲକ୍ଷିତ ହୋଇଥିଲା । ଆଜି ଭୋର ୫ଟା ବେଳେ ମନ୍ଦିରର ମଙ୍ଗଳ ଆଳତୀ, ପହିଲିଧୂପ, ପହିଲିଭୋଗ ସହ  ମାଙ୍କ ନିକଟରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇଥିଲା । ବିଭିନ୍ନ ଅଞ୍ଚଳରୁ ହଜାର ହଜାର ଶ୍ରଦ୍ଧାଳୁ ମନ୍ଦିରରେ ପହଞ୍ଚି ମାଙ୍କ ଦର୍ଶନ କରିବା ସହିତ ମନ୍ଦିର ପରିସରରେ ଥିବା ମା ବିଶ୍ୱ ତାରିଣୀ, ବିଶେଶ୍ୱର ମହାଦେବ ଓ ଶନିଶ୍ଚର ମନ୍ଦିରରେ ପୂଜାର୍ଚ୍ଚନା କରିବା ସହିତ ଦେବଦର୍ଶନ କରିଥିଲେ । ଏଥିପାଇଁ ମନ୍ଦିର ପରିସରରେ ଭଜନ କିର୍ତ୍ତନ କରାଯାଇ ଥିଲା।  ମନ୍ଦିର ପରିଚାଳନା କମିଟି ପକ୍ଷରୁ ଭକ୍ତ ମାନଙ୍କ ପାଇଁ ଅନ୍ନପ୍ରସାଦ ବଣ୍ଟନର ବ୍ୟବସ୍ଥା କରାଯାଇଥିଲା । ମନ୍ଦିର ପରିଚାଳନା କମିଟିର ସଭାପତି କୃଷ୍ଣ ଚନ୍ଦ୍ର ଜେନା, ପଞ୍ଚାନନ ବେହେରା, ସୁଶାନ୍ତ ଓଝା, ଦେବେନ୍ଦ୍ର ଜେନା, ମହେଶ୍ୱର ସା, କିଶୋର ଆଚାର୍ଯ୍ୟ, ସନ୍ୟାସୀ ସା, ଅମୀୟ ନାୟକ, ଚକ୍ରଧର ସାହୁ, ଆକାଶ ସା, ହିମାଂଶୁ ନାୟକ, ତ୍ରିଲୋଚନ ସା, ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ