ବାହୁଡା ଯାତ୍ରା ଭକ୍ତଙ୍କ ଭିଡ଼
କଲ୍ୟାଣସିଂ ହପୁର (ଏଙ୍କେଟେଶ୍ୱର ପାଢ଼ୀ) ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକରେ ରାଜା ରାଜୁଡାରୁ ଅମ୍ଳରୁ ରଥଯାତ୍ରା ଓ ଶ୍ରୀଗୁଣ୍ଡିଚାରେ ଜୀଉଙ୍କ ବାହୁଡ଼ା ଯାତ୍ରା ଆଡମ୍ବରରେ ପାଳନହୋଇ ଯାଇଛି । ପ୍ରତିକୂଳ ପାଗ ହେବାରୁ ହଜାର ହଜାର ଭକ୍ତ ଆସି ଶ୍ରୀ ଜୀଉଙ୍କୁ ଦର୍ଶନ କରିଥିଲେ।ବ୍ରାହ୍ମଣ ସେବାୟତ ମାନେ ରୀତି ନୀତି ଶେଷ ହେବାପରେ ପହଣ୍ଡି କରା ଯାଇଥିଲା। ହଜାର ହଜାର ଭକ୍ତ ରଥଟାଣରେ ଭାଗ ନେଇ ଆନନ୍ଦ ଅନୁଭବ କରିଥିବା ଦେଖିବାକୁ ମିଳିଛ ।ବର୍ତ୍ତମାନ ଶ୍ରୀ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ପତିତପାବନ ଙ୍କ ବାହୁଡ଼ା ଯାତ୍ରାରେ ବିଧିବଦ୍ଧ ଭାବେ ବାହୁଡ଼ି ଥିଲେ। ମନ୍ଦିର ପରିଚାଳନା କମିଟି ଓ ଦେବତ୍ତୋର ବିଭାଗ ଦ୍ୱାରା ପରିଚାଳିତ ରେ ଅନୁଷ୍ଠିତ କରାଯାଉଛି ।ଆଜି ସକାଳୁ ଶ୍ରୀ ଜୀଉଙ୍କ ମଙ୍ଗଳ ଆଳତୀ ,ଅବକାଶ,ସକାଳଧୂପ କରିବା ପରେ ଖେଚୁଡ଼ି ଭୋଗ ଲାଗି କରିବା ପରେ ସେବାୟତ ଓ ମନ୍ଦିର ପୂଜକ ମାନେ ଶ୍ରୀ ଜୀଉଙ୍କୁ ସୁସଜ୍ଜିତ କରିଥିଲେ ପାଞ୍ଚ ଘଣ୍ଟା ସମୟରେ ପୁରହିତମାନଙ୍କ ଦ୍ଵାରା ରଥ ପୂଜା କରି ମଙ୍ଗଳାରୋପଣ କରାଇବା ପରେ ଶ୍ରୀ ଜୀଉଙ୍କ ରଥ ଟଣା ଆରମ୍ଭ କରାଯାଇଥିଲା । ରଥରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଦର୍ଶନ ଦେବାପରେ ୫ଟା ସମୟରେ ରଥଟଣା ଆରମ୍ଭ କରିଥିଲେ ୬.୩୦ ସମୟରେ ଶ୍ରୀମନ୍ଦିର ନିକଟରେ ରଥ ପହଁଚି ଥିଲା।ଶ୍ରୀଜୀଉ ଙ୍କ ଦର୍ଶନ ପାଇଁ ରଥ ଉପରକୁ ଭକ୍ତଙ୍କୁ ଛଡାଯାଇଥିଲା ।ରଥ ଟଣା ସମୟରେ ପ୍ରବଳ ଭିଡ଼ ହୋଇଥିଲେ ମଧ୍ୟ ଭକ୍ତମନେ ଟାଣିନେଇଥିଲେ। ଦେବୋତ୍ତର ବିଭାଗ ଓ ମନ୍ଦିର ପରିଚାଳନା କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ରହି ପରିଚାଳନା କରିଥିଲେ ।ଏଥିରେ ସ୍ଥାନୀୟ ଥାନା ଅଧିକାରୀ ନୀଳକଣ୍ଠ ବେହେରା ସମେତ ପୁଲିସ ଉପସ୍ଥିତରହି ଶାନ୍ତିଶୃଙ୍ଖଳା ରକ୍ଷା କରିଥିଲେ ।ସନ୍ଧ୍ୟା ପରେ ଶ୍ରୀ ଜୀଉଙ୍କୁ ଶ୍ରୀମନ୍ଦିର ନିକଟରେ ଅଟକି ଥିଲା ରଥ।ରଥରେ ଚଡ଼ି ଠାକୁର ଙ୍କୁ ଦର୍ଶନ କରିଥିଲେ ଭକ୍ତ ମାନେ।ସାନ୍ଧ୍ୟ ଆଳତୀ ପରେ ପୂଜା ଅର୍ଚନା ଲରାଯାଇଥିଲା।ଆଜି ରଥରେ ତିନି ଠାକୁର ରହି ଆସନ୍ତା କାଲି ଲଷ୍ମୀ ରଥ ନିକଟକୁ ଯାଇ କଳି କରିବାର କାର୍ଯ୍ୟକ୍ରମ ରହିଛି।ପରେ ମନ୍ଦିର ରେ ମଧ୍ୟ ବଚନୀକା ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି ବୋଲି ମନ୍ଦିର ପରିଚାଳନା କମିଟି ସଭାପତି ନରସିଂହ ପାଢ଼ୀ କହିଛନ୍ତି ।ପୂର୍ବ ଭଳି ଶ୍ରୀ ମନ୍ଦିରରେ ପ୍ରତି ଦିନ ଅର୍ଣ୍ଣପ୍ରସାଦ ର ବ୍ୟବସ୍ଥା କରାଯିବା ସହ ପ୍ରତିଦିନ ସନ୍ଧ୍ୟାରେ କୀର୍ତ୍ତନ କାର୍ଯ୍ୟକ୍ରମ କରାଯିବାର ବ୍ୟବସ୍ଥା ରହିଥିବା କମିଟି ପକ୍ଷରୁ କୁହାଯାଇଛି ।ଏହି ବାହୁଡା ଯାତ୍ରା କୁ ଦେଖିବା ପାଇଁ କଳାହାଣ୍ଡି ଜିଲ୍ଲାର ଟି ଏଚ ରାମପୁର,ଲାଞ୍ଜିଗଡ଼,ରାୟଗଡ଼ା ଜିଲ୍ଲାର କୋଲନର,କାଶୀପୁର ବିଷମ କଟକ ବ୍ଳକ ଅଞ୍ଚଳ ଭକ୍ତ ମାନେ ଉପସ୍ଥିତ ରହି ଥିଲେ।ପଲିସ ପକ୍ଷରୁ ହାଇସ୍କୁଲ ବଡ଼ଦ୍ଵାର ସହି ପୋଲ ଓ ଗୁଣ୍ଡିଚା ମନ୍ଦିର ନିକଟ ରାସ୍ତା ଉପରେ ପଲିସ ଟ୍ରାଫିକ ସମସ୍ୟା ଦୂର କରିଥିଲେ।