ଶିଖରେଶ୍ଵର ମନ୍ଦିରରେ ବୋଲବମ୍ ଶ୍ରଦ୍ଧାଳୁଙ୍କ ଭିଡ଼

ହାଟଡିହି (ଓ୍ବାଇଏନଏସ) : ହାଟଡିହି ବ୍ଲକ ଶାସଙ୍ଗ ଗ୍ରାମରେ ଥିବା ସର୍ବ ପୂରାତନ ଶୈବ ପୀଠ ଭାବେ ପରିଚିତ ଶିଖରେଶ୍ଵର  ମନ୍ଦିରରେ ଆଜି ତୃତୀୟ ସୋମବାରରେ ବୋଲବମ ଭକ୍ତ ମାନେ ମନ ସ୍କାମନା ପୂରଣ ଲାଗି ଶିବ ଲିଙ୍ଗରେ ପାଣି ଢାଳିଛନ୍ତି। ଆଜି ଶସଙ୍ଗ ଗ୍ରମର ଶତାଧିକ କାଉଡ଼ିଆ ଫକିରପୁର ନିକଟସ୍ଥ ପୁଣ୍ୟତୋୟା ବୈତରଣୀରୁ ଜଳ କଳସ ଆଣି  ସିଖରେଶ୍ୱରଙ୍କ ନିକଟରେ ଜଳ ଲାଗି କରିଥିଲେ। ବୋଲବମ୍ ଭକ୍ତ ମାନେ ଭୋଲା ବାବା ପାର କରେଗା, ଜଟିଆ ବାବାପାର କରେଗା ଧ୍ୱନିରେ ସମଗ୍ର ଗ୍ରାମଟି ପ୍ରକମ୍ପିତ ହୋଇଥିଲା। କାଉଡ଼ିଆ ମାନେ ଗ୍ରାମ ପରିକ୍ରମା କରିବା ବେଳେ ଗ୍ରାମର ମହିଳା ମାନେ ଶଙ୍ଖ ହୁଳହୁଳି ଧ୍ବନି ଦେବା ସହ ଧୂପ ଦ୍ଵୀପରେ ବନ୍ଦାପନା କରୁଥିବା ଦେଖିବାକୁ ମିଳିଥିଲା। ମିଲୁ ବିଶ୍ୱାଳ, ସରୋଜ କୁଅଁର, ଚନ୍ଦନ ସାମନ୍ତରାୟ, ଜଗନ୍ନାଥ ପାଢ଼ୀ, ରଙ୍କ ପାଢ଼ୀ, ମାନସ ପାଢ଼ୀ, ପ୍ରଭାତ ମଲ୍ଲିକ, ଆଲୋକ ବେହେରା, ବବୁଲ ବିଶ୍ୱାଳ, ତୁଷାର ବିଶ୍ୱାଳ, ଗଣେଷ ବିଶ୍ୱାଳ, ଜଡ଼ା ବିଶ୍ୱାଳ, ଶିବାନୀ ବିଶ୍ୱାଳ, ରବିନାରାୟଣ ବେହେରା, ବାପୁନ ବେହେରା, ପରେଶ ମଣ୍ଡଳ, ବିଭୁତି ଶା, ରୁଦ୍ରଜ୍ୟୋତି ଜେନା, ଶ୍ରେହାଂଶୁ ବିଶ୍ୱାଳ, ଶୁଭସ୍ମିତା ବିଶ୍ୱାଳ, ଦୀପ୍ତିମାନ ବିଶ୍ୱାଳ, ସାଇରମ ନାୟକ, ଗଗନ ବିଶ୍ୱାଳ, ବାବନ ବିଶ୍ୱାଳ, ସୁବାଷ ଜେନା, ତପନ ସାହୁ, କୃଷ୍ଣ ସାହୁ, ବଳରାମ ସାହୁ, ଅଜୁ ସାହୁ,ରାଜୁ ସାହୁ, ଲିପ୍ଶା, ଇତିଶ୍ରୀ ବିଶ୍ୱାଳ, ପ୍ରଭୁ ବିଶ୍ୱାଳ, ଆୟୁଷ ଆର୍ଯ୍ୟମାନ ଅରଦିକ ଆର୍ଯ୍ୟମାନ, ସୁନୁ ନାୟକ, ସୁଶାନ୍ତ ବିଶ୍ୱାଳ, ବିଜୟ କୁମାର ବିଶ୍ୱାଳ, ସଂଜୟ କୁମାର ବିଶ୍ୱାଳ, ଅନନ୍ତ ସ୍ୱାଇଁ, ରାଜା ରାଉତ, ବାବିନି ଭୂୟାଁ, ସତ୍ୟବ୍ରତ ବେହେରା, ଚୈତନ ପୁହାଣ, ବିଜୟ ମହାନ୍ତଙ୍କ ସମେତ ଶତାଧିକ କାଉଡ଼ିଆ ସାମିଲ ହୋଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ