ପୋଲସରାର ବିଭିନ୍ନ କାଳୀପୂଜାରେ ଶ୍ରଦ୍ଧାଳୁଙ୍କ ଭିଡ
ପୋଲସରା,(ଅନୀଲ କୁମାର ମହାରଣା) : ପୋଲସରାର ବିଭିନ୍ନ ସ୍ଥାନରେ ମା’ କାଳୀଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି। ସହରର କାଳୀମନ୍ଦିର ସାହିର ମା’ ଦକ୍ଷିଣ କାଳୀ, ରାଣିପଡାର ମା’ ଉତ୍ତରକାଳୀ ଓ ବସଷ୍ଟାଣ୍ଡରେ ମା’ ସିଂହାସନୀ ଘରୋଇ ବସ ଓ ମିନି ବସ ମାଲିକ ସଂଘ ପକ୍ଷରୁ କାଳୀପୂଜା ଅନୁଷ୍ଠିତ ହୋଇଥିଲା। କାଳୀପୂଜା କାର୍ଯ୍ୟକ୍ରମରେ ବିଧି ଓ ନିତିକାନ୍ତି ସହକାରେ ପୂଜାର୍ଚ୍ଚନା କରାଯାଇଥିଲା। ବିଶେଷ କରି ଦକ୍ଷିଣକାଳୀ ଓ ଉତ୍ତରାକାଳୀ ପୀଠରେ ବହୁ ସଂଖ୍ୟାରେ ଭକ୍ତ, ଶ୍ରଦ୍ଧାଳୁ ଓ ମାନସିକଧାରୀଙ୍କ ଗହଳି ଦେଖିବାକୁ ମିଳିଥିଲା। ଏହି ପର୍ବରେ ମନ୍ଦିର ପରିଚାଳନା କମିଟି ତରଫରୁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ସେହିପରି ପୋଲସରା ବ୍ଲକର ବିଭିନ୍ନ ଗ୍ରାମ ପଞ୍ଚାୟତରେ ମା”ଙ୍କ ପୀଠ ଓ ବିଭିନ୍ନ ଗ୍ରାମରେ ମା” ଙ୍କ ମୃଣ୍ମୟ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇ ବହୁ ଆଡ଼ମ୍ବର ସହକାରେ ମା”ଙ୍କ ପୂଜା ଅନୁଷ୍ଠିତ ହୋଇଥିଲା। ପୋଲସରା ପୋଲିସ ପକ୍ଷରୁ ଶାନ୍ତି ଶୃଙ୍ଖଳା ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଥିଲା।


