‘ସ୍ୱରୂପ’ ସ୍ୱେଚ୍ଛାସେବୀ ଅନୁଷ୍ଠାନର ସାଂସ୍କୃତିକ କାର୍ଯ୍ୟକ୍ରମ
କେନ୍ଦୁଝର(ପୂର୍ଣ୍ଣଚନ୍ଦ୍ର ମହାନ୍ତ): ରଜ ଉପଲକ୍ଷେ ‘ସ୍ୱରୂପ’ ସ୍ୱେଚ୍ଛାସେବୀ ଅନୁଷ୍ଠାନ ତରଫରୁ ହରିଚନ୍ଦନପୁର ବ୍ଲକର ତମ୍ବାହରା ଗ୍ରାମରେ ସାଂସ୍କୃତିକ କାର୍ଯ୍ୟକ୍ରମ ୧୫ ତାରିଖ ରବିବାର ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ରାମଚନ୍ଦ୍ର ମୁଣ୍ଡା ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ଶ୍ରୀ ମୁଣ୍ଡା କହିଥିଲେ ଯେ ଏ ମଂଚ ଏକ ନିଆରା ମଂଚ, ଯାହାକି ଗ୍ରାମଚଂଳରେ ଲୁଚିଯାଉଥିବା ପ୍ରତିଭାର ପୁନଃଉଦ୍ଧାର କରି ଲୋକଲୋଚନକୁ ଆଣିବାର ପ୍ରୟାସକୁ ଭୂୟସି ପ୍ରଶଂସା କରିବା ସହିତ ସାଧୁବାଦ୍ ଜଣାଇଥିଲେ । କଳାକାରମାନଙ୍କର ସାଂସ୍କୃତିକ କାର୍ଯ୍ୟକ୍ରମ ପରସ୍ପର ମଧ୍ୟରେ ଏକତା ଓ ଭାଇଚାରା ପ୍ରତିଷ୍ଠା କରିବାର ଏକ ବଳିଷ୍ଠ ମାଧ୍ୟମ ବୋଲି କହିଥିଲେ । ଏହିପରି କାର୍ଯ୍ୟକ୍ରମ ଆଗାମୀ ଦିନରେ ସୁଦୁରପ୍ରସାରୀ କରିବାକୁ ସମସ୍ତଙ୍କୁ ଆହ୍ୱାନ ଜଣାଇଥିଲେ । ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ ଭଜନ, ସମ୍ବଲପୁରୀ ନୃତ୍ୟ, ନାଗପୁରୀ, ସାନ୍ତାଳି, ଏବଂ ଝୁମର ଇତ୍ୟାଦି ଲୋକନୃତ୍ୟ ପରିବେଷଣ କରାଯାଇଥିଲା । କାର୍ଯ୍ୟକ୍ରମରେ ସତ୍ୟବାନ ମହାନ୍ତ, କ୍ଷେତ୍ରବାସୀ ମହାନ୍ତ, ପ୍ରଜ୍ଞା ପ୍ରିୟଦର୍ଶନୀ ମହାନ୍ତ, ପିଂଟୁ ପାତ୍ର, ସୁରେଶ ମୁଣ୍ଡା, ଶିବ ମୁଣ୍ଡା, ବବୁଲୁ ମୁଣ୍ଡା ପ୍ରମୁଖ କାର୍ଯ୍ୟକ୍ରମ ଆୟୋଜନ ଓ ପରିଚାଳନାରେ ସହଯୋଗ କରିଥିଲେ । ଏତଦ୍ବ୍ୟତୀତ ସୁବାସିନୀ ମୁଣ୍ଡା ଓ ସୁରେଶ ନୃତ୍ୟ ନିଦେ୍ର୍ଦଶନା ଦେଇଥିଲେ । ଏଥିରେ ବିକାଶ ଓ ତାଙ୍କ ସାଥୀ, ଲିଲି ଓ ତାଙ୍କ ସାଥୀ, ଲତାସା ଓ ତାଙ୍କ ସାଥୀ, କାମିନୀ ଓ ତାଙ୍କ ସାଥୀ, ଚୁଟ୍କୀ ଓ ତାଙ୍କ ସାଥୀ ଏବଂ ରାଜା ଓ ରଶ୍ମିତାଙ୍କ ସାଥୀ ପ୍ରମୁଖ ନୃତ୍ୟ ପରିବେଷଣ କରିଥିବାବେଳେ ବିଜୟ କୁମାର ପାତ୍ର ଭଜନ ଓ ଆଧୁନିକ ଗୀତ ପରିବେଷଣ କରିଥିଲେ ।