ରାହାସ ପୂଜା ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ
କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): ଝୁମ୍ପୁରା ବ୍ଲକ ଚଉଠିଆ ପଞ୍ଚାୟତ ର ବାରୁଣା ଠାରେ ରହିଥିବା ସତ୍ୟନାରାୟଣ ଯୁବକ ସଂଘ ତରଫରୁ ୪୦ ତମ ରାହାସ ପୂଜା ଅନୁଷ୍ଠିତ ହୋଇଯାଇଛି। ରାହାସ ପୂଜା ଅବସରରେ ଯୁବକ ସଂଘ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ସ୍ଥାନୀୟ କଳାକାର ମାନଙ୍କ ଦ୍ବାରା ନୃତ୍ୟ ପରିବେଷଣ କରାଯାଇଥିଲା। କାର୍ଯ୍ୟ କ୍ରମ କୁ ପରିଚାଳନା ରେ ସହଯୋଗ କରିଥିଲେ ଲିଟୁ ମହାନ୍ତ ଙ୍କ ସମେତ ବୁଲୁ ମହାନ୍ତ, ସିପୁନ ମହାନ୍ତ, ବେଣୁଧର ମହାନ୍ତ। ନୃତ୍ୟ ପ୍ରତିଯୋଗୀ ମାନଙ୍କୁ ସତ୍ୟନାରାୟଣ ଯୁବକ ସଂଘ ତରଫରୁ ଆକର୍ଷଣୀୟ ପୁରସ୍କାର ପ୍ରଦାନ କରିଥିଲେ।


