୨୪ କିଲୋ ଗଞେଇ ଜବତ କଲା କଟକ କେନ୍ଦ୍ରାଞ୍ଚଳ ଅବକାରୀ ବିଭାଗ

କଟକ, (ଓ୍ବାଇଏନଏସ): କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୋଇନ୍ଦା ବିଭାଗ ଏକ ଟିମ୍ କଟକ ସଦର ଥାନା ଅନ୍ତର୍ଗତ ପ୍ରତାପନଗରୀ କେନାଲ ରୋଡ଼ ଠାରେ ଚଢ଼ାଉ କରି ୨୪ କିଗ୍ରା ଗଞେଇ ସହ ଗୋଟିଏ ଧଳା ମହିଦ୍ରା ବୋଲେରୋ Regd.No. OD 05 AL 6008 କୁ ଜବତ କରି ପାଞ୍ଚ ଜଣ ଆସାମୀ ଙ୍କୁ ଗିରଫ କରିଛି। ଗିରଫ ଆସାମୀ ମାନେ ହେଲେ ଲିଟୁ ସ୍ବାଇଁ (୨୮), ବିନୋଦ ସେଠୀ (୩୪),ପ୍ରମୋଦ ପାତ୍ର (୩୦), ଚନ୍ଦନ ପାତ୍ର (୨୫) ଓ ଅଜୟ ମୂଳିଆ (୩୫) ବୋଲି ଜଣାପଡିଛି। ଉକ୍ତ ଚଢ଼ାଉ ରେ ଅବକାରୀ ଇନ୍ସପେକ୍ଟର ଧିରେନ କୁମାର ବେହେରା,ଅବକାରୀ ଏ ଏସ ଆଇ କିଶୋର ରାଉତ, ଅବକାରୀ କନେଷ୍ଟବଳ ସଂଜୟ ଦାସ, ଅବକାରୀ କନେଷ୍ଟବଳ ପ୍ରକାଶ ସତପଥି, ଅବକାରୀ ମହିଳା ସିପାହୀ ସୁନାବତୀ ବରିହା ପ୍ରମୁଖ ଅଂଶଗ୍ରହଣ କରିଥିଲେ। ଜବତ ଗଞେଇ ବରଗଡ଼ ଜିଲ୍ଲାର ପଦ୍ମପୁର ଅଞ୍ଚଳ ରୁ ଚାଲାଣ ହେଉଥିବା ବିଭାଗୀୟ ସୂତ୍ରରୁ ଜଣାପଡିଛି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ