କଟକ ଜିଲ୍ଲା ଅବକାରୀ ବିଭାଗର ଚଢ଼ାଉ: ୧୭୫୦ ଲିଟର ଦେଶୀ ମଦ ଜବତ

କଟକ, (ଓ୍ବାଇଏନଏସ): କଟକ ଜିଲ୍ଲା ଅବକାରୀ ଅଧୀକ୍ଷକ ଶ୍ରୀ କରୁଣା ଶଙ୍କର ତିୱାରୀ ଙ୍କ ନିର୍ଦେଶ କ୍ରମେ ଏବଂ ଆଠଗଡ ଅବକାରୀ ଉପ ଅଧିକ୍ଷ୍ୟକ ଶ୍ରୀ ସିଏଚ ତିରୁପଥିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଆଠଗଡ ଥାନା ଅନ୍ତର୍ଗତ କୋରଙ୍ଗା ଗ୍ରାମ ରେ ଏବଂ ତିଗିରିଆ ଥାନା ଅନ୍ତର୍ଗତ ପାଇକସାହି ଗ୍ରାମ ରେ ଆଠଗଡ ଅବକାରୀ ବିଭାଗ, ଏବଂ ବାଙ୍କୀ ଅବକାରୀ ଥାନା ଓ ନରସିଂହପୁର ଅବକାରୀ ବିଭାଗ ଏବଂ ଆଠଗଡ ପୋଲିସ ସହିତ ଏକ ମିଳିତ ଚଡାଉ କରାଯାଇ ଥିଲା। ଉକ୍ତ ଚଡାଉ ରେ ସର୍ବମୋଟ ୧୭୫୦ ଲିଟର ଦେଶୀ ମଦ ସହ ୧୫୪୭୦ ଲିଟର ମଦ ପ୍ରସ୍ତୁତ ନିମନ୍ତେ ବ୍ୟବହୃତ ହେଉଥିବା ଗୁଡ ପୋଚ ଉଦ୍ଧାର କରାଯାଇ ଘଟଣା ସ୍ଥଳରେ ନଷ୍ଟ କରାଯାଇଛି, ୨୫ ଗୋଟି ମଦ ରନ୍ଧା ପାଇଁ ବ୍ୟବହୃତ ହେଉ ଥିବା ଆଲୁମିନିଉମ ଡିସ୍କ ଜବତ କରାଯାଇଛି ଏବଂ ୫ ଗୋଟି ମାମଲା ରୁଜୁ କରା ଯାଇଛି।ଏହି ଚଡାଉରେ CH ତିରୁପତି ଅବକାରୀ ଉପ ଅଧିକ୍ଷ୍ୟକ ଆଠଗଡ, ରବି ନାରାୟଣ ପଧାନ ଅବକାରୀ ନିରୀକ୍ଷ୍ୟକ ଆଠଗଡ, ଅରୁଣ ଭୋଇ ଅବକାରୀ ଉପ ନିରୀକ୍ଷକ ଆଠଗଡ, ସୌମ୍ୟ ରଞ୍ଜନ ମାଝୀ ଅବକାରୀ ଉପ ନିରୀକ୍ଷ୍ୟକ ବାଙ୍କୀ, ବାପି ସାହୁ ଅବକାରୀ ଉପ ନିରୀକ୍ଷ୍ୟକ ନରସିଂହପୁର ଓ ଆଠଗଡ ଥାନାର କର୍ମଚାରୀମାନେ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ