ସେପ୍ଟେମ୍ୱର ୨୮ ତାରିଖରୁ କଟକ ଦୁର୍ଗାପୂଜା ଆରମ୍ଭ
ଭୁବନେଶ୍ୱର(ସମୀର ରଞ୍ଜନ ନାୟକ ): ସେପ୍ଟେମ୍ୱର ୨୮ ତାରିଖରୁ କଟକ ଦୁର୍ଗାପୂଜା ଆରମ୍ଭ । ଅକ୍ଟୋବର ୩ ତାରିଖରେ ଦୁର୍ଗାପୂଜା ଭସାଣୀ ଶୋଭାଯାତ୍ରା । କଟକ ମହାନଗର ପୂର୍ବାଞ୍ଚଳ ଶାନ୍ତି କମିଟି ବୈଠକରେ ନିଷ୍ପତ୍ତି । ଶାନ୍ତି ଶୃଙ୍ଖଳାରେ ପୂଜା ପାଳନ କରିବାକୁ ସହରବାସୀଙ୍କୁ ନିବେଦନ ।ଖବରମୁତାବକ, ଚଳିତବର୍ଷ ଦୁର୍ଗାପୂଜାକୁ ନେଇ ରବିବାର ଦିନ କଟକ ମହାନଗର ପୂର୍ବାଞ୍ଚଳ ଶାନ୍ତି କମିଟିର ବୈଠକ ବସିଥିଲା । ବୈଠକରେ ବିଭିନ୍ନ ଦୁର୍ଗା ପୂଜା କମିଟିର ସଦସ୍ୟମାନେ ଉପସ୍ଥିତ ରହିଥିଲେ ।ରାସ୍ତା ଘାଟ ମରାମତି, ବିଦ୍ୟୁତ ସେବା, ପାନୀୟ ଜଳ ଯୋଗାଣ,ଦୁର୍ଗା ପୂଜା ଯାତ୍ରା ସମୟରେ ଟ୍ରାଫିକ ବ୍ୟବସ୍ଥା କିପରି ସୁଦୃଢ କରାଯିବ ଆଦି ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନା ହୋଇଛି ।