ମଧୁକୁଞ୍ଜ ପାର୍କର ନବୀକରଣର ଶୁଭ ଉଦ୍ଘାଟନ କଲେ କଟକ ମେୟର ସୁବାସ ସିଂହ
କଟକ,(ଓ୍ବାଇଏନଏସ) :ମାନ୍ୟବର କଟକ ମେୟର ଶ୍ରୀ ସୁବାସ ସିଂହ , ସି.ଏମ.ସି କମିଶନର କିରଣଦୀପ କୌର ସହୋତା , ଷ୍ଟାଣ୍ଡିଙ୍ଗ କମିଟି ଅଧ୍ୟକ୍ଷ ,ଅଧ୍ୟକ୍ଷା ଏବଂ କର୍ପୋରେଟରଙ୍କୁ ସାଥିରେ ଧରି ବିଜୁ ପଟ୍ଟନାୟକ ଛକ ନିକଟସ୍ତ ମଧୁକୁଞ୍ଜ ପାର୍କ ନବୀକରଣ କାର୍ଯ୍ୟର ଶୁଭ ଉଦ୍ଘାଟନ କରିଥିଲେ। ଏହା ଏପରି ଏକ ଗୁରୁତ୍ବପୂର୍ଣ୍ଣ ଜାଗା ଯୋଉଠି ସକାଳୁ -ସନ୍ଧ୍ୟା , ୫୦୦ ରୁ ଅଧିକ ଲୋକ ଙ୍କ ସମାଗମ ହୁଏ । ଏହି ପାର୍କ ର କାର୍ଯ୍ୟ ଯେପରି ନିର୍ଧାରିତ ସମୟ ମଧ୍ୟରେ ଶେଷହେବ ସେଥିପାଇଁ ମେୟର ଏବଂ କମିଶନର ବହୁ ଥର ନିର୍ମାଣ କାମ ଚାଲିଥିବା ସମୟ ରେ ପରିଦର୍ଶନ କରିଥିଲେ । ଏହି ମୋଡେଲ ପାର୍କରେ ରେ ଜନସାଧାରଣ ଙ୍କ ବସିବା ନିମନ୍ତେ ସିଟର ବ୍ୟବସ୍ତା , ସନ୍ଧ୍ୟା ସମୟରେ ପରଜ୍ୟାପ୍ତ ଲାଇଟ୍ ଆରେଞ୍ଜମେଣ୍ଟ , ଯୋଗ କେନ୍ଦ୍ର , ବାଥରୁମ୍, ଜୀମ ଭଳି ସମସ୍ତ ସୁବିଧା ରଖାଯାଇଛି । ଏହା ଛଡା ଛୋଟ ଛୋଟ ପିଲାଙ୍କ ନିମନ୍ତେ ଖେଳ ଉପକରଣର ବ୍ୟବସ୍ତା କରାଯଇଅଛି ଏହି ମଡେଲ ପାର୍କ ଟି କାର୍ଯ୍ୟକ।ରି ହେଲେ ଦୈନିକ ପ୍ରାୟ ୨ ହଜାର ଲୋକ ଏହି ପାର୍କ କୁ ଆସିବାକୁ ଆଶା ଅଛି । ଏହି ଅବସରରେ ମାନ୍ୟବର କଟକ ମେୟର ଶ୍ରୀ ସୁବାସବ ସିଂହ ଙ୍କ ସହିତସି.ଏମ.ସି କମିଶନର କିରଣଦୀପ କୌର ସହୋତା , ଷ୍ଟାଣ୍ଡିଙ୍ଗ କମିଟି ଅଧ୍ୟକ୍ଷା ମୋନାଲିଶା ଦାସ , ଅଧ୍ୟକ୍ଷ ପ୍ରଦୀପ୍ତ ଖୁଣ୍ଟିଆ ,ସ୍ଥାନୀୟ କର୍ପୋରେଟର ଲକ୍ଷ୍ମୀପ୍ରିୟା ବେହେରା , ଅବସରପ୍ରାପ୍ତ ତହସିଲଦାର ଲକ୍ଷ୍ମୀଧର ନାଥ, ଡ. ମହମଦ ହସସନ ଖାନ, କବିନ୍ଦ୍ର କୁମାର ମିଶ୍ର , ଚନ୍ଦନା ଖିଲାର , ବିଜୟଲକ୍ଷ୍ମୀ ପଣ୍ଡା,ଆଇନଜୀବୀ ହରିହର ନାୟକ , ଚଳଚିତ୍ର ନିର୍ଦେଶକ ବସନ୍ତ ସାହୁ , ସମାଜର ପୂର୍ବତନ ଅଧ୍ୟକ୍ଷ ଡ. ପ୍ରମୋଦ ମହାପାତ୍ର , ପୂର୍ବତନ କର୍ପୋରେଟର ରମଜାନ ଖାନ , ୱାର୍ଡ ସଭାପତି ଚିତ୍ତ ରଞ୍ଜନ ସାମନ୍ତରାୟ , ସୁବାସ ରାଉତ , ଦିଲ୍ଲୀପ ସ୍ୱାଇଁ , ଅଯୋଧ୍ୟା ନାଥ ସାହୁ , ଶରତ ସାହୁ , ରମାକାନ୍ତ ବେହେରା , ପ୍ରମୋଦ ମହାନ୍ତି , ରୀତା ସାହୁ , କଦମବନି ବେହେରା , ଚନ୍ଦ୍ରାବତୀ ସହୂ , ରିଚା ଦତ୍ତ, ପୁଷ୍ପ ସାହୁ , ରଶ୍ମି ଦାସ ,ନବକୃଷ୍ଣ ମିଶ୍ର , ସୁବାସିସ ସାହୁ ପ୍ରମୁଖ ଉପସ୍ଥିତ ଥିଲେ


