ନନ୍ଦିପଦା ଥାନା ଅଞ୍ଚଳରେ ସାଇବର ସଚେତନତା ରଥ ପରିକ୍ରମା

ହାଟଡିହି (ଓ୍ବାଇଏନଏସ): ନନ୍ଦିପଦା ଥାନା ଅଞ୍ଚଳରେ ସାଇବର ସଚେତନତା ରଥ ପରିକ୍ରମା କରିଛି। ଆଜି ଅପରାହ୍ନରେ ଛେନା ପଦି ଛକରେ ଏହି ରଥ ପରିକ୍ରମା କରି ଏଲଇଡି ମାଧ୍ୟମରେ ବର୍ତ୍ତମାନ ସମୟରେ କିପରି ସାଇବର ଠକେଇ ହେଉଛି ଓ ସେଥିରୁ କିପରି ରକ୍ଷା ପାଇବା ତାହା ଉପରେ ସଚେତନ କରାଯାଇଥିଲା। ବିଶେଷକରି ବିଭିନ୍ନ ଠକେଇ ସମ୍ପର୍କିତ ମେସେଜ, ଓ ଭିଡିଓ କଳିଙ୍ଗ ରୁ ଦୁରେଇ ରହିବା ସହିତ ଡିଜିଟାଲ ଆରେଷ୍ଟ ଭଳି ମିଥ୍ୟା କଲ ପ୍ରତି ଭୟଭୀତ ନହେବା, ବିଭିନ୍ନ ପ୍ରଲୋଭନରୁ ଦୁରେଇ ରହିବାକୁ ସଚେତନ କରା ଯାଇଥିଲା।  ନନ୍ଦିପଦା ଥାନାର ଇନ୍ସପେକ୍ଟର ବଳିଆ ବାରିକ, ଏ ଏସ ଆଇ ଗୋପାଳ କୃଷ୍ଣ ମିଶ୍ର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ