୬.୫ ଲକ୍ଷ ଠକି ନେଲେ ସାଇବର ଠକ
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଗୁଲନଗର ଗ୍ରାମର ଜଣେ ବ୍ୟକ୍ତିଙ୍କୁ ଘର ନିର୍ମାଣ କରିବା ପାଇଁ ରଡ ଓ ସିମେଣ୍ଟ ଶସ୍ତା ଦରରେ ଯୋଗାଇ ଦେବାକୁ କହି ସାଇବର ଠକ ଜଣକ ୬ ଲକ୍ଷ ୫୦ ହଜାର ଟଙ୍କା ଠକି ନେଇଛନ୍ତି। ଏ ନେଇ ଠକାମୀର ଶିକାର ହୋଇଥିବା ବ୍ୟକ୍ତି ଗୁଲନଗର ଗ୍ରାମର ଖଗେଶ୍ୱର ସେଠୀ କଟକ ସାଇବର ଥାନାରେ ଅଭିଯୋଗ କରିଛନ୍ତି। ସେ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ ତାଙ୍କ ଘର ନିର୍ମାଣ କରିବାର ଯୋଜନା ଥିଲା। ଏହା ମ୍ମରେ ଏକ ଅଜଣା ନମ୍ବରରୁ ତାଙ୍କ ସାନ ଭାଇଙ୍କ େ‘ାନକୁ ଏକ କଲ ଆସିଥିଲା। ସଂପୃକ୍ତ ବ୍ୟକ୍ତି ଜଣକ ଏକ ଦାମୀ ସିମେଣ୍ଟ କମ୍ପାନୀର ନିର୍ବାହୀ ଅଧିକାରୀ କୁଲଦୀପ ଅଗ୍ରୱାଲ ବୋଲି ପରିଚୟ ଦେଇଥିଲେ। ଖଗେଶ୍ୱର ମ୍ମ ସଂପୃକ୍ତ ବ୍ୟକ୍ତିଙ୍କ ସହ କଥା ହୋଇଥିଲେ। ଶସ୍ତାରେ ରଡ୍ ଓ ସିମେଣ୍ଟ ଯୋଗାଇ ଦେବେ ବୋଲି ବ୍ୟକ୍ତି ଜଣକ ଖଗେଶ୍ୱରଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ସଂପୃକ୍ତ ବ୍ୟକ୍ତିଙ୍କ କଥାରେ ବିଶ୍ୱାସ କରି ଖଗଶ୍ୱର ତାଙ୍କ ଆକାଉଣ୍ଟରୁ ୬ ଲକ୍ଷ ୫୦ ହଜାର ଟଙ୍କା ଏନ୍ଇଏ‘ଟି ଜରିଆରେ ସଂପୃକ୍ତ ବ୍ୟକ୍ତି କହିଥିବା ବ୍ୟାଙ୍କ ଆକାଉଣ୍ଟକୁ ପଠାଇଥିଲେ। ଏହାପରେ ସଂପୃକ୍ତ େ‘ାନ ନମ୍ବରଟି ସ୍ୱିଚ ଅ‘ ହୋଇ ଯାଇଥିଲା। ଏହାପରେ ଖଗେଶ୍ୱର ଜାଣିବାକୁ ପାଇଥିଲେ ସେ ସାଇବର ଠକଙ୍କ ଶିକାର ହୋଇଛନ୍ତି। ତେଣୁ ସେ ପ୍ରଥମେ କେନ୍ଦ୍ରାପଡ଼ା ସଦର ଥାନାକୁ ଯାଇଥିଲେ। ସଦର ଥାନା ପୋଲିସର ନିର୍ଦ୍ଦେଶ ମୁତାବକ ସେ କଟକ ସାଇବର ଥାନାକୁ ଯାଇଥିଲେ। ସେଠାରେ ଠକେଇ ସଂକ୍ରାନ୍ତରେ ଅଭିଯୋଗ କରିଥିଲେ। ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିବା ଜଣାପଡିଛି।


