ଉଖୁଣ୍ଡାରେ ସାଇବର ରଥର ସଚେତନା ବାର୍ତ୍ତା
କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): ସଂପ୍ରତି ଦିନକୁ ଦିନ ସାଇବର ମାନଙ୍କ ଦ୍ବାରା ଜନସାଧାରଣ ଠକେଇ ର ଶିକାର ହୋଇଛନ୍ତି। ଅନେକ ସମୟରେ ଗ୍ରାମାଞ୍ଚଳ ଗରିବ ମାନେ ସାଇବର ଠକାମିର ଶିକାର ହୋଇ ସର୍ବଶାନ୍ତ ହୋଇ ପଡୁଥିବା ଦେଖିବାକୁ ମିଳିଛି। ସାଇବର ଅପରାଧୀ ମାନେ କେତେବେଳେ ନିଜକୁ ନିଜକୁ ପୁଲିସ ଅଧିକାରୀ, ସିବିଆଇ, କୋରିୟର ସେବା, ଚାକିରି କରାଇଦେବା, ଗର୍ଭବତୀ ପ୍ରସୂତି ମହିଳା ମାନଙ୍କୁ ମମତା ଅର୍ଥ ରାଶି ପ୍ରଦାନ କରାଯିବାର ପରିଚୟ ସୃଷ୍ଟି କରି ଲୁଟି ନେଇ ସର୍ବଶାନ୍ତ କରୁଛନ୍ତି। ତା ସହିତ ଏସ ଏମ ଏସ, ଓଟିପି କିମ୍ବା ବ୍ୟକ୍ତିଗତ ବିବରଣୀ ସଂଗ୍ରହ କରି ତାଙ୍କ ଜମା ଖାତାରେ ଗଚ୍ଛିତ ରହିଥିବା ଟଙ୍କା କୁ ଅନାୟସରେ ଲୁଟି ନେଉଛନ୍ତି। ସାଇବର ଠକ ମାନଙ୍କ ଠାରୁ କିପରି ରକ୍ଷା ପାଇ ପାରିବେ ସେଥିପାଇ ଜିଲା ପ୍ରଶାସନ ତରଫରୁ ଝୁମ୍ପୁରା ବ୍ଲକ ଉଖୁଣ୍ଡା ପଞ୍ଚାୟତ ନିକଟରେ ଏକ ସଚେତନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଡେମୋ ଏବଂ ଭିଡ଼ିଓ ଚିତ୍ର ମାଧ୍ୟମରେ ସ୍ଥାନୀୟ ଜନସାଧାରଣ ମାନଙ୍କୁ ସଚେତନତା ବାର୍ତ୍ତା ପ୍ରଦାନ କରିଛନ୍ତି l


