ସାଇବର ସୁରକ୍ଷା ଅଭିଯାନର ସଚେତନତା ରଥ ଉଦଘାଟନ

କଲ୍ୟାଣସିଂହପୁର (ଏଙ୍କେଟେଶ୍ୱର ପାଢ଼ୀ)  : ଓଡିଶା ସରକାର ଙ୍କ ନିର୍ଦେଶ କ୍ରମେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏସ ସ୍ୱାତୀ କୁମାର ଙ୍କ ତତ୍ଵାବଧାନ ରେ ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ଥାନାରେ ଆଜି ସାଇବର ସୁରକ୍ଷା ଅଭିଯାନର  ସଚେତନତା  ରଥ ଉଦଘାଟନ  ହୋଇଯାଇଛି। ଏହି ଉଦଘାଟନ ରେ ଏସ ଡ଼ି ପିଓ  ଗୌରହରୀ ସାହୁ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହି ସଚେତନତା ରଥ ଉଦଘାଟନ କରିଛନ୍ତି। ଏଥିରେ  ସାଇବର ଅଧିକାରୀ ଅଭିମନ୍ୟୁ ରେଡି, ହେଚ ଆର ପି ସି ସନ୍ତୋଷ କୁମାର ଶତପଥୀ ସମେତ ଥାନା ଅଧିକାରୀ ନୀଳକଣ୍ଠ ବେହେରା, ଏସ ଆଇ  ହେମନ୍ତ କୁମାର ବରିଆ ଓ ସମସ୍ତ ପୁଲିସ କର୍ମଚାରୀ ଉପସ୍ଥିତ ରହିଥିଲେ। ବର୍ତ୍ତମାନ ର ସାଇବର ଠକେଇ  ହେଲା ଡିଜିଟାଲ ଆରେଷ୍ଟ, ନିବେଶ ଏବଂ ଟ୍ରେ୍ଡ଼ିଂ, ପାର୍ସଲ /କଷ୍ଟମ, ସେକ୍ସଟୋର୍ସନ ଫାନ୍ଦ, ନକଲି ଋଣ/ ଉତ୍କାଳ କ୍ରେଡିଟ ଆପ, ନକଲି ପରିଚୟ ଏବଂ ଓଟିପି, ଚାକିରୀ ଏବଂ ଘରୁ କାମ କରିବାର, ଇ -କମର୍ଶରିଫଣ୍ଡ /ଅଫର ଠକେଇ ବିଷୟରେ ବୁଝାଇବା ସହ ପ୍ରତିଦିନ ସାଇବର ସୁରକ୍ଷା ପାଇଁ ଆବଶ୍ୟକ ସାବାଧାନ ବୋଲି ସଚେତନନା କରିଥିଲେ। ଏବଂ ସାଇବର କ୍ରାଇମ ହେଲ୍ପ ଲାଇନ ନମ୍ବର ୧୯୩୦ କୁହାଯାଇଛି। କିଛି ପୁଲିସ ସାଇବର ଲୋଗ ଲଗାଇ  କଲ୍ୟାଣସିଂହପୁର ସଦର ପରିକ୍ରମା କରିବା ସହ (ଏସ ଏସ୍ଡ଼ି) ଶିରିପୁର ବାଳିକା ବିଦ୍ୟାଳୟ, (ଏସ ଏସ ଡ଼ି )ବୁଡଗୁଡା ବିଦ୍ୟାଳୟ ରେ  ଓ ବ୍ଲକର ପ୍ରତ୍ୟେକ ପଞ୍ଚାୟତର ଗ୍ରାମଗୁଡିକ ବୁଲି ଲୋକଙ୍କୁ  ସଚେତନତା କରାଯିବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ