ସାଇବର ସୁରକ୍ଷା ଅଭିଯାନ କାର୍ଯ୍ୟକ୍ରମ
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ଥାନା ପକ୍ଷରୁ ସାଇବର ସୁରକ୍ଷା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ବନ୍ତ ଥାନା ପରିସରରେ ସଚେତନତା ରଥ ସହିତ ବନ୍ତ ମହାବିଦ୍ୟାଳୟ ଓ ହାଇସ୍କୁଲର ଶତାଧିକ ଛାତ୍ରଛାତୀ ଏବଂ ବରିଷ୍ଠ ନାଗରିକ ଓ ପୋଲିସ ଅଧିକାରୀ, କର୍ମଚାରୀ ମାନେ ଶୋଭାଯାତ୍ରାରେ ବାହାରି ବଜାର ପରିକ୍ରମା କରି ବ୍ଲକ୍ ପରିସରରେ ପହଞ୍ôଚ ଥିଲେ । ବ୍ଲକ ସମ୍ମିଳନୀ କକ୍ଷରେ ଆୟୋଜିତ ସଚେତନତା ସଭାରେ ଅତିରିକ୍ତ ଜିଲା ଆରକ୍ଷୀ ଅଧିକ୍ଷକ(ଗୋଇନ୍ଦା ବିଭାଗ)ଅଂଶୁମାନ ଦ୍ୱିବେଦୀ ଯୋଗ ଦେଇ ୧୮ ବର୍ଷରୁ କମ ବୟସର ପିଲା ମାନେ ସୋସିଆଲ ମିଡିଆ ଠାରୁ ଦୂରେଇ ରହିବା ଉଚିତ । ବିଶେଷକରି ଛାତ୍ରବସ୍ଥାରେ ସୋସିଆଲ ମିଡିଆ ଠାରୁ ଦୂରେଇ ରହିଲେ ଭଲ । ଏଥିସହ ଇନ୍ଷ୍ଟାଗ୍ରାମ୍, ଫେସ୍ବୁକ୍ ଓ ଭିଡିଓ କଲ୍ ମାଧ୍ୟମରେ ଠାକାମୀରେ ନ ପଡିବାକୁ କହି ଅଜଣା ନମ୍ବର ନ ଉଠାଇବା, ଫ୍ରେଣ୍ଡ୍ ରିକ୍ୟୁଏଷ୍ଟ୍କୁ ଅଗ୍ରାହ୍ୟ କରିବା ପ୍ରତି ସଚେତନ ହେବା, ଠକାମୀର ଶିକାର ହେଲେ ଟୋଲ୍ ଫ୍ରୀ ନମ୍ବରରେ କଲ୍ କିମ୍ବା ତୁରନ୍ତ ଥାନାରେ ଜଣାଇବାକୁ ସେ ପରାମର୍ଶ ଦେଇଥିଲେ । ଧାମନଗର ଏସଡିପିଓ ତ୍ରିଲୋଚନ ସେଠୀ ଯୋଗ ଦେଇ ସରକାରୀ ଆପ୍ ‘ସଞ୍ଚାର ସାଥୀ’ ଡାଉନ୍ଲୋଡ କରି ସେଥିରେ ମୋବାଇଲ୍ର ବିଭିନ୍ନ ଜ୍ଞାନ ସହ ହଜି ଯାଇଥିବା ଏବଂ ଚୋରି ହୋଇଥିବା ମୋବାଇଲ୍ ବାବଦରେ ଜାଣିବା ପାଇଁ ବୁଝାଇ ଥିବା ବେଳେ ସାଇବର ଅପରାଧ ପ୍ରତି ସଚେତନ ହେଲେ ଆମେ ଠକାମୀର ଶୀକାରରୁ ବର୍ତ୍ତି ପାରିବା ବୋଲି କହିଥିଲେ । ଶିକ୍ଷାବିତ୍ ରମାକାନ୍ତ ଜେନାଙ୍କ ମଞ୍ଚ ପରିଚାଳନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ତହସିଲଦାର ପ୍ରସନ୍ନ କୁମାର ମହାନ୍ତି, ଜିଲା ମୁଖ୍ୟାଳୟ ଇନ୍ସପେକ୍ଟର(ସାଇବର ଅପରାଧ ଶାଖା) ଗୋପାଳକୃଷ୍ଣ ଜେନା, ବନ୍ତ ଥାନାଧିକାରୀ ମୋନାଲିସା କର, ଆଗରପଡା ଥାନାଧିକାରୀ ଦେବରାଜ ଜେନା ପ୍ରମୁଖ ଯୋଗ ଦେଇ ସଚେତନତାର ବାର୍ତ୍ତା ଦେଇଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଏସ.ଆଇ ମନୋହର ପାତ୍ର, ରଞ୍ଜିତା ବେହେରା, ଏ.ଏସ୍.ଆଇ ସଂଗ୍ରାମ କେଶରୀ କର, ପ୍ରହଲ୍ଲାଦ ରାଉତ୍, ରଞ୍ଜନ ନାୟକ ପ୍ରମୁଖ ସହଯୋଗ କରିଥିଲେ । ସେହିପରି ସନ୍ଧ୍ୟାରେ ଆଗରପଡା ଥାନାରୁ ସଚେତନତା ରଥ ବଜାର ପରିକ୍ରମା କରିଥିଲା ।


