ସିବିଏସ୍‌ଇ ପରୀକ୍ଷାରେ ଡି-ପଲ୍ ସ୍କୁଲର ସଫଳତା : ୟୁବରାଜ୍‍ ରସେଲ୍‍ ଶିକ୍ଷାନୁଷ୍ଠାନ ଟପ୍ପର

ଆସିକା  (ୱାଇଏନ୍‍ଏସ୍‍) କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇସାରିଛି । ପୂର୍ବବର୍ଷ ମାନଙ୍କ ଭଳି ଚଳିତବର୍ଷ ମଧ୍ୟ ଆସିକା ଡି-ପଲ୍ ସ୍କୁଲର ଛାତ୍ରଛାତ୍ରୀ ମାନେ ପରୀକ୍ଷାରେ ଉତ୍ତମ ପ୍ରଦର୍ଶନ କରିବା ସାଙ୍ଗକୁ ଅଭୂତ୍‌ପୂର୍ବ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି । କେନ୍ଦ୍ରିୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍‌ଇ ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଆସିକା ଡି-ପଲ୍ ସ୍କୁଲର ଛାତ୍ରଛାତ୍ରୀ ମାନେ ଅଭୂତ୍‌ପୂର୍ବ ଉଲ୍ଲେଖନୀୟ ସଫଳତା ପାଇଥିବା ଯୋଗୁଁ ବିଦ୍ୟାଳୟ ପରିସରରେ ଖୁସିର ମାହୋଲ ସୃଷ୍ଟି ହୋଇଥିବା ଲକ୍ଷ୍ୟ କରାଯାଇଛି । ଆସିକା ଉଚ୍ଚ ମାଧ୍ୟମିକ ଡି-ପଲ୍ ୍ ସ୍କୁଲର ମେଧାବୀ ବିଦ୍ୟାର୍ଥୀ ୟୁବରାଜ୍‍ ରସେଲ୍‍ ଦାଶ ୯୬ ପ୍ରତିଶତ ମାର୍କ ରଖି ଶିକ୍ଷାନୁଷ୍ଠାନ ଟପ୍ପର ହୋଇଥିବା ବେଳେ ଅତୁଲ୍ୟ ସମୀକ୍‍ ଖଣ୍ଡୁଆଳ ୯୨.୨ ପ୍ରତିଶତ ମାର୍କ ରଖି ବିଦ୍ୟାଳୟ ସ୍ତରରେ ଦ୍ୱିତୀୟ ଓ ବାଲ୍ମିକୀ ସାହୁ ଏବଂ ବୁଦ୍ଧିରାମ ନାହାକ ୯୦.୪ ପ୍ରତିଶତ ମାର୍କ ରଖି ବିଦ୍ୟାଳୟ ସ୍ତରରେ ତୃତୀୟ ସ୍ଥାନ ଅଧିକାର କରି କୃତିତ୍ତ୍ୱର ସହ ଉତ୍ତିର୍ଣ୍ଣ ହୋଇଥିବା ଜଣାପଡିଛି । ଆସିକା ଅଞ୍ଚଳରେ ମେଧାବୀ ଛାତ୍ରଛାତ୍ରୀଙ୍କୁ ସୃଷ୍ଟି କରିବା ଦିଗରେ ଅନ୍ୟତମ ସ୍କୁଲ ଭାବେ ପରିଗଣିତ ଥିବା ଡି-ପଲ୍ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ପୂର୍ବବର୍ଷ ମାନଙ୍କ ଭଳି ଚଳିତବର୍ଷ ମଧ୍ୟ ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷାରେ ଅଭୂତପୂର୍ବ ଉଲ୍ଲେଖନୀୟ ସଫଳତା ହାସଲ କରିବା ଆସିକା ଅଞ୍ଚଳ ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି ସାଧାରଣରେ ଆଲୋଚିତ ହେଉଥିବା ଲକ୍ଷ୍ୟ କରାଯାଇଛି। ଆସିକା ଡି-ପଲ୍ ସ୍କୁଲ ସ୍ତରରେ ଟପର୍ ହୋଇଥିବା ମେଧାବୀ ବିଦ୍ୟାର୍ଥୀ ୟୁବରାଜ୍‍ ରସେଲ୍‍ ଦାଶ ଭବିଷ୍ୟତରେ ଜଣେ ଆଇଏଏସ୍‍ ଅଫିସର ହେବା ଲାଗି ଲକ୍ଷ୍ୟ ରଖିଥିବା ପ୍ରକାଶ କରି କହିଛନ୍ତି ଏହି ପୁରାତନ ଶିକ୍ଷାନୁଷ୍ଟାନର ଉନ୍ନତ ଶିକ୍ଷାଦାନ ବ୍ୟବସ୍ଥା, ପରିବାରବର୍ଗଙ୍କ ପ୍ରେରଣା ଏବଂ ନିଜର କଠିନ ପରିଶ୍ରମ ଯୋଗୁଁ ଏହି ସଫଳତା ମିଳିବାରେ ସହାୟକ ହୋଇଛି ବୋଲି ପ୍ରକାଶ କରିଛନ୍ତି। ଆସିକା ଡି-ପଲ୍ ୍ ସ୍କୁଲର ଚେୟାରମ୍ୟାନ୍ ଅଶୋକ କୁମାର ପାଢୀ, ଅଧ୍ୟକ୍ଷା ରଜନୀ ପଣ୍ଡା, ସହ ଅଧ୍ୟକ୍ଷ ସିଏଚ୍‍. ଦିଲୀପ କୁମାର ରାଓ, ଶିକ୍ଷାନୁଷ୍ଠାନର ସଂଯୋଜକ ସନ୍ତୋଷ କୁମାର ମିଶ୍ର ଓ ଚିତ୍ରସେନ ସ୍ୱାଇଁ, ଶିକ୍ଷୟିତ୍ରୀ ମଧୁସ୍ମିତା ଆଚାର୍ଯ୍ୟ, ପୁଷ୍ପାଞ୍ଜଳୀ ସ୍ୱାଇଁ, ରୋଜାଲିନ୍‍ ପଟ୍ଟନାୟକ, ଶିକ୍ଷକ ସମୀର କୁମାର ସାହୁ, ଘନଶ୍ୟାମ ବିଷୋୟୀଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଚଳିତ ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷାରେ କୃତିତ୍ୱର ସହ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିବା ଜଣାପଡିଛି । କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷାରେ ଡି-ପଲ୍ ସ୍କୁଲ ସ୍ତରରେ ଟପ୍ପର ହୋଇଥିବା ମେଧାବୀ ଛାତ୍ର ୟୁବରାଜ୍‍ ରସେଲ୍‍ ଦାଶଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟୁଥିବା ଲକ୍ଷ୍ୟ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ