ଦଧିବାମନଜିଉଙ୍କ ସ୍ନାନଯାତ୍ରା ସମ୍ପନ୍ନ
ହାଟଡିହି (ବିକାଶ ବିଶ୍ବାଳ) : ହାଟଡିହି ବ୍ଳକ୍ ବଞ୍ଚା ଦଧିବାମନଜିଉଙ୍କ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା ମହାସମାରୋହରେ ପାଳିତ ହୋଇଛି। ଆଜି ସକାଳୁ ମଙ୍ଗଳ ଆଳତି ପରେ ଶ୍ରୀଜିଉମାନଙ୍କୁ ଧାଡ଼ି ପହଣ୍ଡିରେ ସ୍ନାନମଣ୍ଡପକୁ ନିଆଯାଇଥିଲା। ସେଠାରେ ସୁବାସିତ ଜଳରେ ସ୍ନାନ କରାଯିବା ପରେ ପଣ୍ଡିତ ସନାତନ ପଣ୍ଡା, ବୀରବର ପାଢ଼ୀ, ବାବୁ ପାଢ଼ୀ, ରାଧା ଗୋବିନ୍ଦ ଦାଶ, ପ୍ରକାଶ ପଣ୍ଡାଙ୍କ ଦ୍ଵାରା ପୂଜାର୍ଚ୍ଚନା କରାଯାଇ ଥିଲା। ଅପରାହ୍ଣରେ ଶ୍ରୀଜିଉମାନଙ୍କୁ ଗଜ ବେଶରେ ସଜ୍ଜିତ କରାଯାଇଥିଲା। ଗଜବେଶ ଦେଖିବା ପାଇଁ ମନ୍ଦିରରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା । ସୁଧାଂଶୁ ରାଉତ, ସୂର୍ଯ୍ୟମଣି ରାଉତ କର୍ତ୍ତା ଭାବେ ଦାୟିତ୍ବ ତୁଲାଇଥିଲେ । , ଚିନ୍ତାମଣି ରାଉତ,ଶଶାଙ୍କ ଶେଖର ପୁହାଣ, ଜ୍ଞାନରଞ୍ଜନ ସାମନ୍ତସିଂହାର, ଯୁଧିଷ୍ଠିର ରାଉତ, ଚିନ୍ତାମଣି ବରାଳ, କୀର୍ତ୍ତନ ବିହାରୀ ନାୟକ, ସୁରେନ୍ଦ୍ର ନାୟକ, ନନ୍ଦ କିଶୋର ନାୟକ, ବନମାଳି ବରାଳ, ମୁକେଶ ରାଉତ, ଘନଶ୍ୟାମ ରାଉତ, ବିକ୍ରମ କେଶରୀ ରାୟ, ରାଜେଶ ରାଉତ, ପ୍ରାଣ ବଲ୍ଲଭ ରାଉତ, ବାବୁଲି ନାୟକ, କୁଳମଣି ନାୟକ, ପଦ୍ମାବତୀ ରାଉତ, ସତ୍ୟଭାମା ବରାଳଙ୍କ ସମେତ ଅନେକ ଗ୍ରାମବାସୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।