ମହାନଦୀବିହାରରେ ଦହିବରା ଦିବସ ଓ ଦୋଳ ଉତ୍ସବ ପାଳିତ

କଟକ, (ଓ୍ବାଇଏନଏସ) : ପବିତ୍ର ଫଗୁଦଶମୀ ଅବସରରେ ମହାନଦୀବିହାରସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର,ଆଖଣ୍ଡଳୀ ମନ୍ଦିର ର ଯୁଗଳ ଦେବତା ଶ୍ରୀ ଶ୍ରୀ ରାଧାକୃଷ୍ଣଙ୍କ ଦୋଳପର୍ବ ଭକ୍ତି ଓ ଆନନ୍ଦମୟ ପରିବେଶରେ ପାଳିତ ହୋଇଯାଇଛି । ଫଗୁଦଶମୀରୁ ଆରମ୍ଭ ହୋଇ ତ୍ରୟୋଦଶୀ ପର୍ଯ୍ୟନ୍ତ ଭୋଗ ଦୋଳ ଯାତ୍ରା ଅନ୍ତର୍ଗତ ରାଧାକୃଷ୍ଣ ସୁସଜ୍ଜିତ ଦୋଳ ବିମାନରେ ମନ୍ଦିରରୁ ବିଜେ କରି ଘରେଘରେ ପରିକ୍ରମଣ କରୁଥିଲେ । ଆଜି ଦୋଳ ବିଜେ କ୍ରମେ ସେକ୍ଟର–୩ନଂ ନିବାସୀ ତଥା ମହାନଦୀବିହାର ଡିଭେଲପମେଣ୍ଟ ଆସୋସିଏସନ (ଏମଡିଏ)ର ସଭାପତି ସଞ୍ଜୟ ଜେନାଙ୍କ ବାସଭବନରେ ପହଂଚି ଭୋଗ ଗ୍ରହଣ କରିଥିଲେ । ଘଂଟ, ଝାଞ୍ଜ ଓ ମୃଦଙ୍ଗର ମଙ୍ଗଳ ଧ୍ଵନି ମଧ୍ୟରେ ବିଧ୍ଵବିଧାନ ସହ ପୂଜାର୍ଚ୍ଚନା ସମ୍ପନ୍ନ ହୋଇଥିଲା ଏବଂ ପରେ ଅଂଚଳବାସୀଙ୍କ ଘରକୁ ଘର ପରିକ୍ରମଣ କରାଯାଇଥିଲା । ଏହି ଅବସରରେ କଟକବାସୀଙ୍କ ପ୍ରିୟ ପାରମ୍ପରିକ ଖାଦ୍ୟ ଦହିବରାକୁ ସମର୍ପିତ ଦହିବରା ଦିବସ ମଧ୍ୟ ଉତ୍ସାହର ସହ ପାଳିତ ହୋଇଥିଲା । ଏମଡିଏ ସଭାପତି ଶ୍ରୀ ଜେନା ତାଙ୍କ ବାସଭବନରେ ଭକ୍ତବୃନ୍ଦ ଓ ଅଂଚଳବାସୀଙ୍କ ପାଇଁ ଦହିବରାର ବିଶାଳ ପସରା ମେଲାଇ ଆତିଥ୍ୟ ପ୍ରଦାନ କରିଥିଲେ । ରିଦ୍ଧି ସିଦ୍ଧି ଫୁଡ୍ ବେଭ୍ରଜ ପକ୍ଷରୁ ଦହିବରା ଓ ଚାଇ କଲିଂ ପକ୍ଷରୁ ଦହି–ଲସୀ ପରିବେଶଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ କର୍ପୋରେଟର ଇଂ ସୁବ୍ରତ ଘଡାଇ, ଏମଡିଏ ଉପସଭାପତି ସରୋଜ ପ୍ରସାଦ ସ୍ଵାଇଁ, ସମ୍ପାଦକ ହିମାଂଶୁ ଷଢ଼ଙ୍ଗୀ, କୋଷାଧ୍ୟକ୍ଷ ପ୍ରଭାକର ରଣା, ଜ୍ଞାନ ରଞ୍ଜନ ଦାସ, ମୁରବୀ ରବିନ୍ଦ୍ର ପ୍ରସାଦ ତ୍ରିପାଠୀ, ରବିନ୍ଦ୍ରନାଥ ମହାନ୍ତି, ରବି ଶତପଥୀ, ଇଂ ସୁବୋଧ କୁମାର ରାଉତରାୟ, ଇଂ ସଂଗ୍ରାମ କୁମାର ଜେନା, ପ୍ରଶାନ୍ତ ପ୍ରଧାନ, ସୁଜିତ ମିଶ୍ର, ଚର୍ତୁଭୂଜ ମହାପାତ୍ର, ତାପସ ସାମନ୍ତ, ରବିନାରାୟଣ ଦାସ, ଇଂ ସଂଗ୍ରାମ କୁମାର ଜେନା, ଭାଗିରଥୀ ସାମଲ, ଗାୟତ୍ରୀ ପ୍ରଧାନ, ଦୀପକ ରାଉତରାୟ, ବରଦା ନାୟକ, ପ୍ରହ୍ଲାଦ ମହାନ୍ତି, ବିଚିତ୍ରାନନ୍ଦ ପଣ୍ଡା, ଶରତ ଚନ୍ଦ୍ର କୁଣ୍ଡୁ, ଅଭୟ ପରିଜା, ବିଷ୍ଣୁ କର , ରାଧାକାନ୍ତ ଶତପଥୀ, ସୁଶାନ୍ତ ଘୋଷ, ରାକେଶ ତ୍ରିପାଠୀ, ମାନବେଶ ରାୟ, ଦୀପକ କୁମାର ମହାନ୍ତି, ରିତେଶ ଜେନା, ସାଇ ସୌରଭ ଜେନାଙ୍କ ସମେତ ବହୁ ଅଂଚଳବାସୀ ଉପସ୍ଥିତ ଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ