ଜେଏମଏମ ଦଳକୁ ପ୍ରତ୍ୟାବର୍ତ୍ତନ କଲେ ଡମାନ ହେମ୍ବ୍ରମ

ବେତନଟୀ ( ଉଦିତ କୁମାର ପରିଡା ) : ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକର ଜଣେ ଦକ୍ଷ ଆଦିବାସୀ ନେତଭାବେ ଆଣ୍ଟୁ ହେମ୍ବ୍ରମ (ଡମାନ ) ବେଶ ପରିଚିତ। କିଛି ବର୍ଷ ତଳେ ସେ ଦଳର ନିୟମ କୁ ଉଲଂଘନ କରିଥିବାରୁ ତାଙ୍କୁ ଦଳରୁ ନିଲମ୍ବିତ କରାଯାଇଥିଲା। ଏବେ ପୁଣି ଥରେ ଡମାନଙ୍କୁ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ( ଜେ ଏମ ଏମ)  ପକ୍ଷରୁ କରାଯାଇଥିବା ନିଲମ୍ବନକୁ ପ୍ରତ୍ୟାହାର କରିନିଆଯାଇଛି। ସୂଚନା ଅନୁସାରେ ଡମାନ ହେମ୍ବ୍ରମ ଦୀର୍ଘ ବର୍ଷ ଧରି ଜେ ଏମ ଏମ ର ବେତନଟୀ ବ୍ଲକ ସଭାପତି ଭାବେ ଦଳ ପାଇଁ ନିସ୍ଵାର୍ଥ ଭାବେ କାର୍ଯ୍ୟ କରିଆସୁଥିଲେ। ହେଲେ ହଠାତ ତାଙ୍କୁ ଦଳରେ କୌଣସି ନିୟମ ଉଲଂଘନ କରିଥିବାରୁ ତାଙ୍କୁ ଦଳରୁ ନିଲମ୍ବନ କରାଯାଇଥିଲା। ଏବେ ତାଙ୍କୁ ପୁଣି ଥରେ ଜେ ଏମ ଏମ ର ଜିଲ୍ଲା ସଭାପତି କୃଷ୍ଣ ଚନ୍ଦ୍ର ଦାସ ତାଙ୍କ ଦଳରୁ ନିଲମ୍ବନ ପ୍ରତ୍ୟାହାର ପତ୍ର ପଠାଇଛନ୍ତି। ଆଦିବାସୀ ସଂସ୍କୃତି ପରମ୍ପରା ରୀତନୀତି କୁ ନେଇ ଡମାନ ଆଦିବାସୀ କାର୍ଯ୍ୟକ୍ରମ ଗୁଡିକ ନିଜ ସାମର୍ଥ୍ୟ ରେ ପ୍ରତିପାଦନ କରି ସ୍ଥାନୀୟ ଅଞ୍ଚଳର ପ୍ରତିଟି ଆଦିବାସୀଙ୍କ ଠାରେ ପ୍ରଭାବ ବିସ୍ତାର କରିପାରିଛନ୍ତି। ଆଗାମୀ ଦିନ ଏହି ନିଲମ୍ବନ ପ୍ରତ୍ୟାହାର ଫଳରେ ଏହା ତାଙ୍କ ମନବଳକୁ ଦୃଢ଼ କରିବା ସହ ଆଗାମୀ ଦିନରେ ବେତନଟୀ ବ୍ଲକରେ ଜେ ଏମ ଏମ ସଂଗଠନକୁ ମଜବୁତ କରିବାରେ ସହାୟ ହେବ ବୋଲି ସେ ମତପ୍ରକାଶ କରିଛନ୍ତି। ଏହି ନିଲମ୍ବନ ପ୍ରତ୍ୟାହାର ପାଇଁ ସେ ଜେ ଏମ ଏମ ଦଳର ର ଜିଲ୍ଲା ସଭାପତି, ରାଜ୍ୟ ସଭାପତି ଓ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ସମେତ ସମସ୍ତ ରାଜ୍ୟ ସ୍ତରୀୟ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ