ପ୍ରଗତୀ କଳା କେନ୍ଦ୍ର ପକ୍ଷରୁ ଦାଣ୍ଡିଆ ନୃତ୍ୟ କାର୍ଯ୍ୟକ୍ରମ
ଛତ୍ରପୁର,(ଓ୍ବାଇଏନଏସ) : ଚାଲିଛି ନବରାତ୍ରୀ ପୂଜା । ଗୋଟେ ପଟେ ଭକ୍ତମାନେ ମା’ ଦୁର୍ଗାଙ୍କ ଆରାଧନା କରୁଥିବା ବେଳେ ଅନ୍ୟପଟେ ଦାଣ୍ଡିଆ ନାଚର ଆସର ଜମିଛି । ଦାଣ୍ଡିଆ ନାଚରେ ଭକ୍ତମାନେ ଦେବୀ ମା’ଙ୍କ ଆରାଧନା କରି ହାତରେ ଦାଣ୍ଡିଆ(ନାଚରେ ବ୍ୟବହୃତ ବାଡି) ଧରି ଗରବା ନୃତ୍ୟ କରିଛନ୍ତି । ଦାଣ୍ଡିଆ ନାଚ ମନକୁ ଯେତେ ପ୍ରଫୁଲ୍ଲିତ କରିଥାଏ ସେତିକି ସ୍ଵାସ୍ଥ୍ୟଗତ ଫାଇଦା ମଧ୍ୟ ଦେଇଥାଏ । ଅଗ୍ରଣୀ ନୃତ୍ୟ ଅନୁଷ୍ଠାନ ପ୍ରଗତି କଳା କେନ୍ଦ୍ର ର ସମ୍ପାଦକ ତଥା ମୁଖ୍ୟ ସୁଧାଂଶୁ ଶେଖର ଶତପଥି ଏବଂ ଏମ. ରାଧାକୁମାରୀ ଙ୍କ ତତ୍ତ୍ବାବଧାନରେ ଛତ୍ରପୁର ସହରରେ ମୁକ୍ତ ମଞ୍ଚରେ ପଵିତ୍ର ନବରାତ୍ରୀ ଉପଲକ୍ଷେ ଦାଣ୍ଡିଆ ନୃତ୍ୟ ସ୍ଥାନୀୟ ପଣ୍ଡା କଲୋନୀ ଠାରେ ଅନୁଷ୍ଠିତ ହୋଇଯାଇଛି । ଛୋଟ ଠାରୁ ବଡ଼ ସମସ୍ତେ ମା’ଙ୍କ ଭକ୍ତିରେ ମସଗୁଲ ହୋଇ ଏଠାରେ ସାମୁହିକ ଭାବେ ଦାଣ୍ଡିଆ ନୃତ୍ୟ ଆନନ୍ଦ ଉଲ୍ଲାସର ସହ କରିଥିଲେ। କାର୍ଯ୍ୟକ୍ରମ ରେ ଅତିଥି ଭାବେ ଗଞ୍ଜାମ ଜିଲ୍ଲା ସାମ୍ବାଦିକ ସଂଘ ( ଓ ଜେ ୟୁ ) ର ଉପସଭାପତି ପ୍ରଶାନ୍ତ କୁମାର ମହାରଣା, ରାଧେଶ୍ୟାମ ଫାଉଣ୍ଡେସନ ଏଣ୍ଡ ଚାରିଟେବୁଲ ଟ୍ରଷ୍ଟ ର ସଭାପତି ତଥା ୧୦ନଂ ୱାର୍ଡ କାଉନସିଲର ଦେବାଶିଷ ମିଶ୍ର ଓ ୧୩ନଂ ୱାର୍ଡ କାଉନସିଲର ସୁମନ୍ତ କୁମାର ନାହାକ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମ କୁ ଆରମ୍ଭ କରିଥିଲେ l ଉକ୍ତ କାର୍ଯ୍ୟକ୍ରମ କୁ ଛାତ୍ରୀ ବସୁନ୍ଧରା ପାଣିଗ୍ରାହୀ ସଂଯୋଜନା କରିଥିବା ବେଳେ ପ୍ରଗତୀ କଳା କେନ୍ଦ୍ର ର ସଭାପତି ଆଲୋକ କୁମାର ନାୟକ,ସମ୍ପାଦକ ସୁଧାଂଶୁ ଶେଖର ଶତପଥୀ, କେ. ଶିବରାମ ଆୟା ଓ ଏମ. ରାଧା କୁମାରୀ ଉପସ୍ଥିତ ରହି ଅତିଥି ମାନଙ୍କ ଦ୍ୱାରା ଛତ୍ରପୁର ଏବଂ ବ୍ରହ୍ମପୁର ଅଂଚଳ ର ବହୁ କଳାକାର ଓ ସଂଗଠନ ର କର୍ମକର୍ତା ମାନଙ୍କୁ ସମ୍ମାନିତ କରିଥିଲେ । ଶେଷରେ ଅନୁଷ୍ଠାଜ ର ସମ୍ପାଦକ ସୁଧାଂଶୁ ଶେଖର ଶତପଥି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l