ନିୟମଗିରିରେ ବିଶ୍ୱ ଆଦିବାସୀ ଦିବସ ପାଳିଲେ ଡଙ୍ଗରିଆ
କଲ୍ୟାଣସିଂହପୁର (ଏଙ୍କେଟେଶ୍ୱର ପାଢ଼ୀ): ବିଶ୍ୱ ଆଦିବାସୀ ଦିବସରେ ରାୟଗଡା ଜିଲ୍ଲା ଓ କଳାହାଣ୍ଡି ଜିଲ୍ଲାର ସୀମାନ୍ତ କଲ୍ୟାଣସିଂହପୁର ବ୍ଲକ ଲକ୍ଷପାଦର ଗ୍ରାମର ସହିଦ ପୀଠ ଠାରେ ବିଶ୍ୱ ଆଦିବାସୀ ଦିବସ ପାଳିତ ହୋଇଛି। ଏହି କାର୍ଯ୍ୟକ୍ରମକୁ ନିୟମଗିରି ସୁରକ୍ଷା ସମିତିର ସଭାପତି ଲଦ ଶୀକକା ନେତୃତରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ କଳାହାଣ୍ଡି ଓ ରାୟଗଡା ଜିଲ୍ଲାର ବହୁ ଆଦିବାସୀ ଜନଜାତି ଉପସ୍ଥିତ ରହିଥଲେ। ପ୍ରଥମେ ଲଦ ଶିକକା ଧରତୀ ଆଵା ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ. ଦିଦି ପୁଷିକା ସହିଦ ବାରି ପୀଡିକାକା ଙ୍କ ପ୍ରତିମୂର୍ତ୍ତି ଓ ନାରୀନେତ୍ରୀ କୁଡୁଞ୍ଜି କୁଟ୍ରୁକା ସହିଦ ଶୁକୃ ମାଝୀ ପ୍ରତିମୂର୍ତ୍ତି ଉପରେ ମାଲ୍ୟାର୍ପଣ କରିଥିଲେ।ଏହି ଦିବସ ଉପଲକ୍ଷେ ବିଭିନ୍ନ ଗ୍ରାମର ମୁରବି ମାନେ ଏକତ୍ରିତ ହୋଇଥିଲେ। ଜଳ ଜମି ଜଙ୍ଗଲକୁ କୌଣସି କମ୍ପାନୀ ହସ୍ତକ୍ଷେପ କଲେ ଆଦିବାଦୀମାନେ ଏକତ୍ରିତ ହୋଇ ଲଢ଼ିବାକୁ ପଡିବ ବୋଲି ମତ ଦେଇଥିଲେ।କାର୍ଯ୍ୟକ୍ରମରେ ବିଭିନ୍ନ ଗ୍ରାମର ଡଙ୍ଗରିଆ ମହିଳା ପୁରୁଷ ଉପସ୍ଥିତ ରହିହିଲେ।


